ମାସକୁ ୫୦ ଲକ୍ଷ ଖର୍ଚ୍ଚ କରୁଛନ୍ତି ଇମ୍ରାନ ଖାନ! କିଏ ଦେଉଛନ୍ତି ଏତେ ଟଙ୍କା

ଇସଲମାବାଦ: ଆର୍ଥିକ ସ୍ତରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନ ଟଙ୍କା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରୁଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମାସକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ସେ ମାସକୁ ଘର ଖର୍ଚ୍ଚ ବାବଦରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ। ଏବେ କିନ୍ତୁ ଏହା ୫୦ ଲକ୍ଷକୁ ବଢ଼ିଛି। ଏତେ ପରିମାଣର ଟଙ୍କା ସେ ସରକାରୀ ପାଣ୍ଠି କିମ୍ବା ନିଜ ପକେଟରୁ ଖର୍ଚ୍ଚ କରୁନାହାନ୍ତି। ବରଂ ତାଙ୍କ ଦଳ […]

Imran-Khan

Imran-Khan

Hemant Lenka
  • Published: Wednesday, 15 December 2021
  • Updated: 15 December 2021, 01:29 PM IST

Sports

Latest News

ଇସଲମାବାଦ: ଆର୍ଥିକ ସ୍ତରରେ କାଙ୍ଗାଳ ହୋଇଯାଇଥିବା ପାକିସ୍ତାନ ଟଙ୍କା ପାଇଁ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରୁଛି। ହେଲେ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମାସକୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ପୂର୍ବରୁ ସେ ମାସକୁ ଘର ଖର୍ଚ୍ଚ ବାବଦରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ।

ଏବେ କିନ୍ତୁ ଏହା ୫୦ ଲକ୍ଷକୁ ବଢ଼ିଛି। ଏତେ ପରିମାଣର ଟଙ୍କା ସେ ସରକାରୀ ପାଣ୍ଠି କିମ୍ବା ନିଜ ପକେଟରୁ ଖର୍ଚ୍ଚ କରୁନାହାନ୍ତି। ବରଂ ତାଙ୍କ ଦଳ ପିଟିଆର ଜଣେ ନେତା ଜାହାଙ୍ଗିର ତାରୀନ ଏହି ଟଙ୍କା ଇମ୍ରାନଙ୍କୁ ପ୍ରତି ମାସରେ ଦେଉଛନ୍ତି। କହିବାକୁ ଗଲେ ଜାହାଙ୍ଗିର ପ୍ରତି ମାସରେ ଇମ୍ରାନଙ୍କୁ ବଟି ଦେଉଛନ୍ତି। ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅବସରପ୍ରାପ୍ତ ବିଚାରପତି ତଥା ଇମ୍ରାନଙ୍କ ପିଟିଆଇର ପୂର୍ବତନ ନେତା ଜଷ୍ଟିସ ୱାଜିହୁଦ୍ଦିନ ଅହମଦ।

୨୦୧୬ରେ ନିଜ ତରଫରୁ ପିଟିଆରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅହମଦ କହିଛନ୍ତି, “ପ୍ରାଥମିକ ଅବସ୍ଥାରେ ଇମ୍ରାନ ଖାନଙ୍କୁ ଘର ଖର୍ଚ୍ଚ ବାଦରେ ଜାହାଙ୍ଗିର ମାସକୁ ୩ ମିଲିୟନ ବା ୩୦ ଲକ୍ଷ ଟଙ୍କା ଦେଉଥିଲେ। ହେଲେ ଏବେ ସେ ୫୦ ଲକ୍ଷ ଟଙ୍କା ଦେଉଛନ୍ତି। ଇମ୍ରାନ ଖାନ ଜଣେ ସ୍ୱଚ୍ଛ ବ୍ୟକ୍ତି ବୋଲି ଭାବିବା ସଂପୂର୍ଣ୍ଣ ଭାବେ ଭୁଲ।

ଯେଉଁ ଲୋକ ନିଜ ଗୋଡ଼ର ଜୋତା ପାଇଁ ଲେସ୍‌ କିଣନ୍ତି ନାହିଁ, ତାଙ୍କୁ ଆପଣ କେମତି ସ୍ୱଚ୍ଛ କହିବେ? ପ୍ରାଥମିକ ଅବସ୍ଥାରେ ଜାହାଙ୍ଗିରଙ୍କ ଗ୍ରୁପ୍‌ ଇମ୍ରାନଙ୍କ ଘର ଖର୍ଚ୍ଚ ପାଇଁ ୩୦ ଲକ୍ଷ ଦେଉଥିଲା। ହେଲେ ୩୦ ଲକ୍ଷ ଟଙ୍କା ଇମ୍ରାନଙ୍କ ଖର୍ଚ୍ଚ ପାଇଁ ଯଥେଷ୍ଟ ନଥିଲା। ତେଣୁ ସେ ପାଲାଟିଆଲ ବାନିଗାଲା ବଙ୍ଗଳା ଖର୍ଚ୍ଚକୁ ୫୦ ଲକ୍ଷକୁ ବଢ଼ାଇଥିଲେ। ଜାହାଙ୍ଗିର ମଧ୍ୟ ମାସିକ ୫୦ ଲକ୍ଷ ଦେବାରେ ଲାଗିଛନ୍ତି।”

ଜଷ୍ଟିସ ଅହମଦ ଆହୁରି କହିଛନ୍ତି ଯେ ଦଳର ନେତାମାନେ ମଧ୍ୟ ସବୁବେଳେ ଇମ୍ରାନ ଖାନଙ୍କ ଗାଡ଼ିରେ ତେଲ ପକାଇବା ଓ ତାଙ୍କ ପକେଟରେ ଟଙ୍କା ଭର୍ତ୍ତି କରିବା ପାଇଁ ଚେଷ୍ଟା କରିନ୍ତି। ତେଣୁ ଇମ୍ରାନ ଖାନ ‌ଆର୍ଥିକ ସ୍ତରରେ ଜଣେ ସ୍ୱଚ୍ଛ ବ୍ୟକ୍ତି ବୋଲି ବିଶ୍ୱାସ କରିବା ଠିକ ନୁହେଁ। ତାଙ୍କ ଅବସ୍ଥା ଏମିତି ଥିଲା ଯେ ସେ ନିଜ ଘରକୁ ମଧ୍ୟ ଦୀର୍ଘ ବର୍ଷ ହେଲା ଚଳାଇ ପାରୁ ନଥିଲେ ବୋଲି ଅହମଦ ଅଭିଯୋଗ କରିଛନ୍ତି।

ଅହମଦ ପ୍ରଥମେ ସିନ୍ଧ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରୁଥିଲେ। ଏହାପରେ ତାଙ୍କୁ ସର୍ବୋଚ୍ଚ ଅଦାଲତକୁ ପଦୋନ୍ନତି ମିଳିଥିଲା। ବିଚାରପତି ପଦରୁ ଅବସର ନେବା ପରେ ସେ ଇମ୍ରାନଙ୍କ ପିଟିଆ‌ଇରେ ସାମିଲ ହୋଇଥିଲେ। କିନ୍ତୁ ଦଳ ମାଫିଆଙ୍କ କଥାରେ ପରିଚାଳିତ ହେଉଥିବା ଅଭିଯୋଗ କରି ଅହମଦ ୨୦୧୬ରେ ଦଳକୁ ବାଏବାଏ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos