ଏଣିକି ସପ୍ତାହକୁ ୪ ଦିନ କାମ, ଡ୍ୟୁଟି ପରେ ବସ୍‌ଙ୍କୁ କରିପାରିବେ ଅଣଦେଖା

ବ୍ରୁସେଲ୍ସ: ସପ୍ତାହକୁ ୪ ଦିନ କାମ କରିବା ବ୍ୟବସ୍ଥା ଥିବା ଦେଶ ତାଲିକାରେ ଏବେ ବେଲଜିୟମ ଯୋଡ଼ି ହେବାକୁ ଯାଉଛି। କାରଣ ଏଠାରେ ମଧ୍ୟ କର୍ମଚାରୀମାନଙ୍କୁ ସପ୍ତାହକୁ ୫ ଦିନ ବଦଳରେ ୪ ଦିନ କାମ କରିବାର ସୁଯୋଗ ମିଳିବ। ମହାମାରୀ କରୋନା ଯୋଗୁ ଶ୍ରମିକ ଆଇନରେ ଏପରି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର ଡେ କ୍ରୋ କହିଛନ୍ତି। ସେ କହିଛନ୍ତି, “କୋଭିଡ ପରିୟଡ ଆମକୁ ଅଧିକ ସହଜରେ କାମ କରିବାର ସୁଯୋଗ ଦେଇଛି। […]

work

work

Hemant Lenka
  • Published: Wednesday, 16 February 2022
  • Updated: 16 February 2022, 06:10 PM IST

Sports

Latest News

ବ୍ରୁସେଲ୍ସ: ସପ୍ତାହକୁ ୪ ଦିନ କାମ କରିବା ବ୍ୟବସ୍ଥା ଥିବା ଦେଶ ତାଲିକାରେ ଏବେ ବେଲଜିୟମ ଯୋଡ଼ି ହେବାକୁ ଯାଉଛି। କାରଣ ଏଠାରେ ମଧ୍ୟ କର୍ମଚାରୀମାନଙ୍କୁ ସପ୍ତାହକୁ ୫ ଦିନ ବଦଳରେ ୪ ଦିନ କାମ କରିବାର ସୁଯୋଗ ମିଳିବ। ମହାମାରୀ କରୋନା ଯୋଗୁ ଶ୍ରମିକ ଆଇନରେ ଏପରି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର ଡେ କ୍ରୋ କହିଛନ୍ତି।
ସେ କହିଛନ୍ତି, “କୋଭିଡ ପରିୟଡ ଆମକୁ ଅଧିକ ସହଜରେ କାମ କରିବାର ସୁଯୋଗ ଦେଇଛି। ଏବେ କର୍ମଚାରୀ ସମାଜ ଏହାକୁ ଗ୍ରହଣ କରି ଆଗକୁ ବଢ଼ିବା ଉଚିତ। ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମନ୍ତ୍ରୀମାନେ କର୍ମକ୍ଷେତ୍ରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି।”

ବେଲଜିୟମ ସରକାରଙ୍କ ପରିବର୍ତ୍ତିତ ଆଇନରେ ସବୁଠାରୁ ବଡ଼ ବ୍ୟବସ୍ଥା ହେଲା ବସଙ୍କୁ ଅଣଦେଖା। ଡ୍ୟୁଟି ସମୟ ପରେ କର୍ମଚାରୀମାନେ ନିଜର ଅଫିସ ଡିଭାଇସକୁ ଅଫ କରିପାରିବେ। ଏଥିସହ ସେମାନେ କାମ ସମ୍ପର୍କିତ ମେସେଜକୁ ଅଣଦେଖା କରିବାର ଅଧିକାର ମଧ୍ୟ ହାସଲ କରିବେ। ଏଥିପାଇଁ ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ବେଲଜିୟମବାସୀଙ୍କ କର୍ମକ୍ଷେତ୍ର ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମ୍ବନୟ ରକ୍ଷା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ସରକାର କହିଛନ୍ତି।

ନୂଆ ଆଇନର ବ୍ୟବସ୍ଥା ଅନୁଯାୟୀ, କର୍ମଚାରୀମାନେ ୫ ଦିନ ବଦଳରେ ୪ ଦିନରେ ୩୮ ଘଣ୍ଟା କାମ କରିବେ। ଏହାପରେ ସେମାନେ ସ୍ଥାୟୀ ୱିକେଣ୍ଡ ଅଫରେ ଯାଇପାରିବେ। କର୍ମଚାରୀମାନେ ୪ ଦିନ କାମ କଲେ ମଧ୍ୟ ସେମାନଙ୍କ ଦରମାରେ କାଟଛାଣ୍ଟ କରାଯିବନି। ତେବେ କର୍ମଚାରୀମାନଙ୍କୁ ଦୈନିକ ଅଧିକ କିଛି ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ। ଏହାଦ୍ୱାରା ସେମାନେ ଅଧିକ ୩ ଦିନ ଛୁଟି ପାଇ ରିଲାକ୍ସ ହୋଇପାରିବେ।

ଅନ୍ୟପକ୍ଷରେ ସରକାର କରିଥିବା ପରିବର୍ତ୍ତନ ତୁରନ୍ତ ଲାଗୁ ହେବନି। ଫେଡରାଲ ସରକାର ଜାରି କରିଥିବା ଦସ୍ତାବିଜରେ କୁହାଯାଇଛି ଯେ ସଂଶୋଧନ ପୂର୍ବରୁ ୟୁନିୟନ ସଦସ୍ୟମାନେ ସେମାନଙ୍କ ମତାମତ ଦେବେ। ଏହାପରେ ବିଧେୟକ କାଉନସିଲ ଅଫ ଷ୍ଟେଟ ଦ୍ୱାରା ଯାଞ୍ଚ କରାଯିବ। ଏହାପରେ ସଂସଦରେ ଭୋଟିଂ ହେବ। ବିଶେଷଜ୍ଞଙ୍କ ମତରେ ଏହି ସବୁ ପ୍ରକ୍ରିୟା ଚଳିତ ବର୍ଷ ମଧ୍ୟ ଭାଗ ସୁଦ୍ଧା ଶେଷ ହେବ।

ଏହାପୂର୍ବ ସ୍କଟଲାଣ୍ଡ, ଆଇସଲାଣ୍ଡ, ସ୍ପେନ ଓ ଜାପାନରେ ଏହି ୪ ଦିନିଆ କାମ ନିୟମକୁ ପରୀକ୍ଷାମୂଳକ ଭାବେ ଲାଗୁ କରିଥିଲେ। ତେବେ ୟୁଏଇ ପ୍ରଥମ ଦେଶ ଭାବେ ଗତବର୍ଷ ଡିସେମ୍ବରରୁ ବିଧିବଦ୍ଧ ଭାବେ ସପ୍ତାହକୁ ୪ ଦିନିଆ କାମ କରିବା ନିୟମ ଲାଗୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story