ବାହାଘର ପୂର୍ବରୁ ସେକ୍ସ ମନା, ସଂସଦରେ ପାସ୍‌ ହେଲା ବିଲ୍‌

ଜାକର୍ତ୍ତା: ଏଣିକି ବିବାହ ପୂର୍ବରୁ କେହି ବି ସେକ୍ସ କରିପାରିବେ ନାହିଁ। ବାହାଘର ପୂର୍ବରୁ ଯୁବକ-ଯୁବତୀ ଲିଭ ଇନ୍‌ରେ ମଧ୍ୟ ରହିପାରିବେ ନାହିଁ। ଯଦି କେହି ଏପରି କରନ୍ତି ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ସେମାନଙ୍କୁ ବର୍ଷକ ଯାଏ ଜେଲ ଦଣ୍ଡ ମିଳିପାରେ। ଏଭଳି ଏକ ବିବାଦୀୟ ବିଲ୍‌ ଆଜି ଇଣ୍ଡୋନେସିଆ ସଂସଦରେ ପାରିତ ହୋଇଛି। ସଂସଦରେ ଏହି ବିଲ ପାରିତ ହେବା ପରେ ଅନେକ ଲୋକ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଲୋକଙ୍କ ସ୍ୱାଧୀନତାକୁ […]

pre-martial-sex

pre-martial-sex

Hemant Lenka
  • Published: Tuesday, 06 December 2022
  • Updated: 06 December 2022, 09:14 PM IST

Sports

Latest News

ଜାକର୍ତ୍ତା: ଏଣିକି ବିବାହ ପୂର୍ବରୁ କେହି ବି ସେକ୍ସ କରିପାରିବେ ନାହିଁ। ବାହାଘର ପୂର୍ବରୁ ଯୁବକ-ଯୁବତୀ ଲିଭ ଇନ୍‌ରେ ମଧ୍ୟ ରହିପାରିବେ ନାହିଁ। ଯଦି କେହି ଏପରି କରନ୍ତି ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ସେମାନଙ୍କୁ ବର୍ଷକ ଯାଏ ଜେଲ ଦଣ୍ଡ ମିଳିପାରେ। ଏଭଳି ଏକ ବିବାଦୀୟ ବିଲ୍‌ ଆଜି ଇଣ୍ଡୋନେସିଆ ସଂସଦରେ ପାରିତ ହୋଇଛି।

ସଂସଦରେ ଏହି ବିଲ ପାରିତ ହେବା ପରେ ଅନେକ ଲୋକ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ଲୋକଙ୍କ ସ୍ୱାଧୀନତାକୁ ସଙ୍କୁଚିତ କରିବା ପାଇଁ ଏକ ଉଦ୍ୟମ ବୋଲି ସେମାନେ କହିଛନ୍ତି।

ଆଜି ପାରିତ ହୋଇଥିବାର ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ ଉଭୟ ଇଣ୍ଡୋନେସିଆବାସୀ ଓ ଦେଶକୁ ବୁଲିବାକୁ ଆସୁଥିବା ବିଦେଶୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହାବାଦ ଇଣ୍ଡୋନେସିଆ ସଂସଦ ରାଷ୍ଟ୍ରପତି, ଦେଶର ସାମ୍ବିଧାନିକ ସଂସ୍ଥା ଓ ଦେଶର ଜାତୀୟ ଚିନ୍ତାଧାରା ଯାହା ପଞ୍ଚଶୀଳ ନାଁରେ ପରିଚତ, ତା’କୁ ମଧ୍ୟ କେହି ଅପମାନିତ କରିପାରିବେ ନାହିଁ। ଏହା ବିରୋଧରେ ମୁହଁ ଖୋଳିବା କିମ୍ବା ଏହାକୁ ଅପମାନିତ କରିବା ଇଣ୍ଡୋନେସିଆରେ ସଂପୂର୍ଣ୍ଣ ବ୍ୟାନ। ଏଥିପାଇଁ ମଧ୍ୟ ଗୋଟିଏ ବିଲ୍ ପାରିତ ହୋଇଛି।

ନୂଆ କ୍ରମିନାଲ କୋଡ୍‌କୁ ସର୍ବସମ୍ମତିକ୍ରମେ ସଂସଦରେ ପାରିତ କରାଯାଇଛି। ଏଥିସହ ୧୯୪୬ ମସିହାରେ ସ୍ୱାଧୀନ ହୋଇଥିବା ଇଣ୍ଡୋନେସିଆର ପ୍ରଥମଥର ପାଇଁ ସମ୍ବିଧାନରେ ପରିବର୍ତ୍ତନ କରାଯାଇଛି। ତେବେ ଏହି କ୍ରିମିନାଲ କୋଡର ନିୟମ ପ୍ରସ୍ତୁତ କରିବାକୁ ବେଶ ସମୟ ଲାଗିବ। ତେଣୁ ୩ ବର୍ଷ ଯାଏ ଏହା ଲାଗୁ ହୋଇ ନପାରେ।

ଆଇନ ଓ ମାନବାଧିକାର ମନ୍ତ୍ରୀ ୟାସୋନ୍ନା ଲାଓଲୀ କହିଛନ୍ତି, ଆମେ ସମସ୍ତଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ହୋଇଥିଲୁ। ଏଥିସହ ବିତର୍କ ମଧ୍ୟ ହୋଇଥିଲା। ଏବେ ଐତିହାସିକ ନିଷ୍ପତ୍ତି ନେଇ ଉପନିବେଶବାଦ ଆଇନରେ ପରିବର୍ତ୍ତନ କରିବାର ସମୟ ଆସି ଯାଇଛି। ଆମକୁ ସଂଶୋଧନ ଦ୍ୱାରା କ୍ରିମିନାଲ କୋଡରେ ପରିବର୍ତ୍ତନ ଆଣିବାକୁ ହେବ। ତେଣୁ ଏପରି ଏକ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି।

ଏହି ବିଲକୁ ତିନି ବର୍ଷ ତଳେ ପାରିତ କରିବାକୁ ଯୋଜନା କରାଯାଇଥିଲା। ହେଲେ ବିଭିନ୍ନ ଛାତ୍ର ସଂଗଠନ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିରୋଧ କରିଥିଲେ। ଦେଶରେ ବିକ୍ଷୋଭ ଯୋଗୁ ସରକାର ସାମାନ୍ୟ ପଛ ଘୁଞ୍ଚା ଦେଇଥିଲେ। ଶହଶହ ଲୋକେ ରାସ୍ତାକୁ ଓହ୍ଲାଇ ଏହି ବିଲ୍‌ କାର୍ଯ୍ୟକାରୀ ହେଲେ, ସେମାନଙ୍କ ସ୍ୱାଧୀନତା ହ୍ରାସ ପାଇବ ବୋଲି କହିଥିଲେ।

ଇଣ୍ଡୋନେସିଆରେ ପୂର୍ବରୁ ପରକୀୟା ପ୍ରୀତିକୁ ବ୍ୟାନ କରାଯାଇଛି। ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିବା ବେଳେ ଏବେ ବାହାଘର ପୂର୍ବରୁ ସେକ୍ସ ମଧ୍ୟ ବ୍ୟାନ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story