ହିଜାବରୁ ମହିଳାଙ୍କୁ ମିଳିବ ମୁକ୍ତି! ପ୍ରତିବାଦ ପରେ ଡରିଲେ ସରକାର!

ତେହରାନ: ହିଜାବକୁ ନେଇ ଇରାନରେ ଚାଲିଥିବା ଜୋରଦାର ପ୍ରତିବାଦ ସଫଳ ହେବାକୁ ଯାଉଛି। ଖୁବଶୀଘ୍ର ଦେଶର ମହିଳାଙ୍କୁ ମିଳିପାରେ ହିଜାବରୁ ମୁକ୍ତି। ଆଉ ସେମାନଙ୍କୁ ସମାଜରେ ମୁହଁ ଘୋଡାଇ ଚାଲିବାକୁ ପଡିବନି। ଏଦିଗରେ ଇରାନ ସରକାର ବିଚାର କରିବାକୁ ଯାଉଛନ୍ତି । ଫଳରେ ଦୀର୍ଘ ବର୍ଷ ଧରି ଦେଶରେ ଜାରି ରହିଥିବା ଏହି କୁପ୍ରଥା ଉଚ୍ଛେଦ ହେବା ସମ୍ଭାବନା ରହିଛି। ଇରାନରେ ମହିଳା ହିଜାବ ପିନ୍ଧିବା ନେଇ ପ୍ରଥା ରହିଛି। ରୁଢିବାଦୀ ଏହି କଠୋର ନିୟମକୁ ସମର୍ଥନ […]

hijab-protest

hijab-protest

Madhupriya Mistry
  • Published: Sunday, 04 December 2022
  • Updated: 04 December 2022, 01:18 PM IST

Sports

Latest News

ତେହରାନ: ହିଜାବକୁ ନେଇ ଇରାନରେ ଚାଲିଥିବା ଜୋରଦାର ପ୍ରତିବାଦ ସଫଳ ହେବାକୁ ଯାଉଛି। ଖୁବଶୀଘ୍ର ଦେଶର ମହିଳାଙ୍କୁ ମିଳିପାରେ ହିଜାବରୁ ମୁକ୍ତି। ଆଉ ସେମାନଙ୍କୁ ସମାଜରେ ମୁହଁ ଘୋଡାଇ ଚାଲିବାକୁ ପଡିବନି। ଏଦିଗରେ ଇରାନ ସରକାର ବିଚାର କରିବାକୁ ଯାଉଛନ୍ତି । ଫଳରେ ଦୀର୍ଘ ବର୍ଷ ଧରି ଦେଶରେ ଜାରି ରହିଥିବା ଏହି କୁପ୍ରଥା ଉଚ୍ଛେଦ ହେବା ସମ୍ଭାବନା ରହିଛି।

ଇରାନରେ ମହିଳା ହିଜାବ ପିନ୍ଧିବା ନେଇ ପ୍ରଥା ରହିଛି। ରୁଢିବାଦୀ ଏହି କଠୋର ନିୟମକୁ ସମର୍ଥନ କରିଆସୁଛନ୍ତି। ଏପରିକି ଆଇନରେ ସଂଶୋଧନ କରାଯିବ କି ନାହିଁ, ତାହା ବି ରୁଢିବାଦୀଙ୍କ ଉପରେ ନିର୍ଭରଶୀଳ। ଏହାରି ଭିତରେ ହିଜାବ ବିରୋଧରେ ଦୀର୍ଘଦିନ ହେଲା ଜାରି ରହିଛି ବିକ୍ଷୋଭ। ଅନେକ ସ୍ଥାନରେ ହିଂସା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଲୋକେ ପୋଡାଜଳା ସହ ବ୍ୟାପକ ଭଙ୍ଗାରୁଜା କରୁଛନ୍ତି।

ଲୋକଙ୍କ ଏଭଳି ଆକ୍ରୋଶ ଦେଖି ଏବେ ସରକାର କଠୋର ହିଜାବ ଆଇନ ଉପରେ ବିଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇରାନ ସଂସଦ ଏବଂ ନ୍ୟାୟପାଳିକା ହିଜାବ ଆଇନର ସମୀକ୍ଷା କରୁଛନ୍ତି। ଆଟର୍ଣ୍ଣି ଜେନେରାଲ ମହମ୍ମଦ ଜାଫର ମୋନ୍ତାଜରୀଙ୍କ ସୂଚନା ଅନୁସାରେ, ସମୀକ୍ଷା କମିଟି ସଂସଦର ସାଂସ୍କୃତିକ ଆୟୋଗଙ୍କ ସହ ଆଲୋଚନା କରିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସରକାର ହିଜାବ ଆଇନ ଉପରେ ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସେ କହିଛନ୍ତି। ତେବେ ସରକାର ଆଇନରେ କଣ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

ସେପଟେମ୍ବର ୧୪ ତାରିଖରେ ପୋଲିସ ହେପାଜତରେ ୨୨ବର୍ଷିୟ ମହସା ଅମିନିଙ୍କ ମୃତ୍ୟୁ ହୋଇଥିଲା। ହିଜାବ ପିନ୍ଧିନଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ଅମିନିଙ୍କ ମୃତ୍ୟୁ ଇରାନରେ ହିଜାବ ବିରୋଧୀ ବିକ୍ଷୋଭକୁ ଉଗ୍ର କରିଥିଲା। ଲୋକେ ରାସ୍ତାକୁ ଓହ୍ଲାଇଆସିଥିଲେ। ସରକାର ବିରୋଧୀ ସ୍ଲୋଗାନ ଦେବା ସହ ଦେଶରେ ଏହି କୁପ୍ରଥାକୁ ଫେରାଇନେବାକୁ ଦାବି କରୁଛନ୍ତି। ୧୯୮୩ରୁ ଇରାନରେ ମହିଳାଙ୍କ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story