ଅଲ ଜଜୀରାର ମହିଳା ସାମ୍ବାଦିକଙ୍କୁ ହତ୍ୟା କଲା ଇସ୍ରାଏଲ ସେନା!

ଜେନିନ: ଇସ୍ରାଏଲ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜୀରା। ଉକ୍ତ ଟିଭି ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ଶିରୀନ ଅବୁ ଏକ୍ୟୁଲେହ ରିପୋର୍ଟିଂ କରୁଥିବା ବେଳେ ତାଙ୍କୁ ଇସ୍ରାଏଲ ସେନା ଜାଣିଶୁଣି ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୱେଷ୍ଟ ବ୍ୟାଙ୍କର ଜେନିନରେ ଥିବା ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲ ସେନା ରେଡ୍‌ କରିଥିଲା। ଏହାର ଖବର ଶିରୀନ ରେକର୍ଡ କରୁଥିବା ବେଳେ ତାଙ୍କୁ ଗୁଳି ମାଡ଼ ହୋଇଛି। କତାରରେ ଅବସ୍ଥାପିତ […]

Journalist

Journalist

Hemant Lenka
  • Published: Wednesday, 11 May 2022
  • Updated: 11 May 2022, 04:48 PM IST

Sports

Latest News

ଜେନିନ: ଇସ୍ରାଏଲ ସେନା ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ଅଲ ଜଜୀରା। ଉକ୍ତ ଟିଭି ଚ୍ୟାନେଲ ବରିଷ୍ଠ ସାମ୍ବାଦିକ ଶିରୀନ ଅବୁ ଏକ୍ୟୁଲେହ ରିପୋର୍ଟିଂ କରୁଥିବା ବେଳେ ତାଙ୍କୁ ଇସ୍ରାଏଲ ସେନା ଜାଣିଶୁଣି ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୱେଷ୍ଟ ବ୍ୟାଙ୍କର ଜେନିନରେ ଥିବା ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲ ସେନା ରେଡ୍‌ କରିଥିଲା। ଏହାର ଖବର ଶିରୀନ ରେକର୍ଡ କରୁଥିବା ବେଳେ ତାଙ୍କୁ ଗୁଳି ମାଡ଼ ହୋଇଛି।

କତାରରେ ଅବସ୍ଥାପିତ ଉକ୍ତ ଟିକି ଚ୍ୟାନେଲ କହିଛି ଯେ ୫୧ ବର୍ଷୀୟ ଶିରୀନଙ୍କୁ ଇସ୍ରାଏଲ ସେନା ଜାଣିଶୁଣି ଓ ଯୋଜନାବଦ୍ଧ ଭାବେ ଗୁଳି କରିଛି। ତେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫତାଲି ବେନ୍ନେଟ୍ଟ ଏହାକୁ ଖଣ୍ଡନ କରିଛନ୍ତି। ସେ ଏପରି ହତ୍ୟା ପାଇଁ ପାଲେଷ୍ଟାଇନରୁ ମାଡ଼ ହୋଇଥିବା ଗୁଳିକୁ ଦାୟୀ କରିଛନ୍ତି।

ଶିରୀନ ହେଉଛନ୍ତି ଜଣେ ପାଲେଷ୍ଟିଆନ ଖ୍ରୀଷ୍ଟିୟାନ। ତାଙ୍କ ପାଖରେ ଆମେରିକାର ନାଗରିକତ୍ୱ ମଧ୍ୟ ରହିଥିଲା। ସେ ଅଲ ଜଜୀରାର ଆରବିକ ନ୍ୟୁଜ ସର୍ଭିସର ଜଣେ ପ୍ରମୁଖ ଚେହେରା ଥିଲେ। ଇସ୍ରାଏଲ ସେନାର ଗୁଳି ମାଡ଼ରେ ଶିରୀନଙ୍କ ମୃତ୍ୟୁ ଘଟିଥିବା ବେଳେ ଚ୍ୟାନେଲର ଆଉ ଜଣେ ସାମ୍ବାଦିକ ତଥା ପ୍ରଡ୍ୟୁସର ଅଲୀ ଅଲ ସାମୁଦି ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରିପୋର୍ଟିଂ ବେଳେ ଶିରୀନ ପ୍ରେସ ଲେଖାଯାଇଥିବା ଜ୍ୟାକେଟ ନିୟମ ଅନୁସାରେ ପିନ୍ଧିଥିଲେ। ତଥାପି ଇସ୍ରାଏଲ ସେନା ସେ ରିପୋର୍ଟ କରୁଥିବା ଅଞ୍ଚଳକୁ ଗୁଳି ଚଳାଇଥିଲେ। ଏହାର କିଛି ସମୟରେ ଶିରୀନଙ୍କ ଗୁଳିବିଦ୍ଧ ମୃତଦେହ ତଳେ ପଡ଼ିଥିବା ଏଏଫପିର ଜଣେ ଫଟୋଗ୍ରାଫର ଦେଖିବାକୁ ପାଇଥିଲେ।

ଇସ୍ରାଏଲ ସେନା ଜେନିନରେ ଥିବା ଶରଣାର୍ଥୀ କ୍ୟାମ୍ପରେ ବୁଧବାର ସକାଳୁ ରେଡ କରିଥିବା କଥାକୁ ସ୍ୱୀକାର କରିଛି। ହେଲେ ସେମାନେ ଜାଣିଶୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେନା କହିଛି ଯେ “ରେଡ୍‌ ବେଳେ ଆତତାୟୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ। ସାମ୍ବାଦିକ ଜଣଙ୍କ ସମ୍ଭବତଃ ପାଲେଷ୍ଟିଆନ ବନ୍ଧୁକଧାରୀଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ଏହାର ତଦନ୍ତ କରାଯାଉଛି। ସେନା କେବେ ହେଲେ ସାମ୍ବାଦିକଙ୍କୁ ଲକ୍ଷ୍ୟ କରି ଗୁଳି ଚଳାଇ ନାହିଁ।”

କିନ୍ତୁ ଏହାକୁ ଅଲ ଜଜୀରା କର୍ତ୍ତୃପକ୍ଷ ଗ୍ରହଣ କରି ନାହାନ୍ତି। ଇସ୍ରାଏଲ ସେନା ସାମ୍ବାଦିକଙ୍କୁ ହତ୍ୟା କରିଛି। ଏଥିସହ ଇସ୍ରାଏଲ ସେନା ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ କରିଛନ୍ତି। ପାଲେଷ୍ଟାଇନରେ ଇସ୍ରାଏଲ ସେନା ଜାଣିଶୁଣି ଶିରୀନଙ୍କୁ ହତ୍ୟା କରିଛି। ଅନ୍ତର୍ଜାତୀୟ ସମୂହ ଏହି ଘଟଣା ପାଇଁ ଇସ୍ରାଏଲକୁ ଉତ୍ତରଦାୟୀ କରନ୍ତୁ ବୋଲି ଅଲ ଜଜୀରା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos