ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଶ୍ରୀଲଙ୍କା ସରକାର, ଆନ୍ଦୋଳନ ଜାରି

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଗୋଟିଏ ଅଭାବ ଯୋଗୁ ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ସେମାନେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ମେଣ୍ଟ ସରକାରରୁ ଓହରି ଯାଇଛନ୍ତି। ଫଳରେ ରାଜପକ୍ଷ ସରକାର ଏବେ ସଂସଦରେ […]

Srilanka

Srilanka

Hemant Lenka
  • Published: Tuesday, 05 April 2022
  • Updated: 05 April 2022, 03:54 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଅସ୍ଥିରତା ବଢ଼ିବାରେ ଲାଗିଛି। ଗୋଟିଏ ଅଭାବ ଯୋଗୁ ଶ୍ରୀଲଙ୍କାରେ ଲୋକମାନେ ଆନ୍ଦୋଳନ କରୁଥିବା ବେଳେ ଅନ୍ୟପଟେ ଦେଶର ମେଣ୍ଟ ସରକାର ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ପୂର୍ବରୁ ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା କିଛି ରାଜନୀତିକ ଦଳ ଏବେ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି। ସେମାନେ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷଙ୍କ ଇସ୍ତଫା ଦାବି କରି ମେଣ୍ଟ ସରକାରରୁ ଓହରି ଯାଇଛନ୍ତି। ଫଳରେ ରାଜପକ୍ଷ ସରକାର ଏବେ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜପକ୍ଷ ସରକାରଙ୍କୁ ସମର୍ଥନ କରୁଥିବା ୪୧ ଜଣ ସାଂସଦ ଆଜି ମେଣ୍ଟରୁ ଓହରି ଯାଇଛନ୍ତି। ସେମାନେ ସମସ୍ତେ ସାଧାରଣ ଲୋକଙ୍କ ଭଳି ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ରାଜପକ୍ଷ ଓ ତାଙ୍କ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଦାୟୀ କରିଛନ୍ତି। ଏଥିପାଇଁ ଉଭୟ ନିଜ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ୪୧ ଜଣ ସାଂସଦ ସରକାରଙ୍କ ହାତ ଛାଡ଼ି ଦେଇଛନ୍ତି।

ସୋମବାର ଦେଶର ଅର୍ଥମନ୍ତ୍ରୀ ଭାବେ ଶପଥ ନେଇଥିବା ଅଲୀ ସବରୟ ଆଜି ନିଜ ପଦରୁ ଇସ୍ତଫା ଦେବା ପରେ ନୂଆ ଟ୍ୱିଷ୍ଟ ଆସିଛି। ରାଜପକ୍ଷ ସୋମବାର ସରବୟଙ୍କ ବ୍ୟତୀତ ଆଉ ୩ ଜଣଙ୍କୁ ଶ୍ରୀଲଙ୍କାର କ୍ୟାବିନେଟ ମନ୍ତ୍ରୀ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ସରବୟ ଆଜି ଇସ୍ତଫା ଦେଇ ରାଜପକ୍ଷଙ୍କୁ ଝଟକା ଦେଇଛନ୍ତି।

ଅର୍ଥନୀତିକ ସଙ୍କଟ ଯୋଗୁ ରବିବାର ବିଳମ୍ବିତ ରାତିରେ ଶ୍ରୀଲଙ୍କା ସରକାରରେ ପୂର୍ବରୁ ମନ୍ତ୍ରୀ ଭାବେ କାମ କରୁଥିବା ସବୁ ସଦସ୍ୟ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ରାଷ୍ଟ୍ରପତି ରାଜପକ୍ଷ ବିରୋଧୀଙ୍କୁ ସରକାରରେ ସାମିଲ ହୋଇ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ବିରୋଧୀ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିସହ ସେମାନେ ରାଷ୍ଟ୍ରପତିଙ୍କୁ ପୂରା ଘଟଣା ପାଇଁ ଦାୟୀ କରି ଇସ୍ତଫା ଦେବାକୁ କହିଛନ୍ତି।

ଅନ୍ୟପକ୍ଷରେ ଦେଶରୁ ଜରୁରୀ ପରିସ୍ଥିତି ଲାଗୁ ହୋଇଥିଲେ ମଧ୍ୟ ଶହଶହ ଲୋକ କଲମ୍ବୋ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରି ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରୁଥିବା ମଧ୍ୟ ଖବର ମିଳିଛି।

ଶ୍ରୀଲଙ୍କାରେ ଏବେ ଲୋକଙ୍କୁ ଠିକ ଭାବେ ଖାଦ୍ୟ ମିଳୁନାହିଁ। ଡିଜେଲ ଅଭାବରୁ କଳକାରଖାନା ଓ ଗାଡ଼ି ମୋଟର ବନ୍ଦ ହୋଇଯାଇଛି। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶଛୁଇଁ ହେବାରୁ ଲୋକମାନେ ଏଗୁଡ଼ିକ କିଣିବାକୁ ଅକ୍ଷମ ହେଉଛନ୍ତି। ବିଭିନ୍ନ ସହରରେ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ଲୋକଙ୍କ ଧୈର୍ଯ୍ୟର ବନ୍ଦ ମଧ୍ୟ ଭାଙ୍ଗି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story