ରୁଷ ଦୂତାବାସ ଗେଟ୍‌ରେ ପିଟି ହୋଇ ଜଳିଗଲା କାର୍‌

ବୁଚାରେଷ୍ଟ(ରୋମାନିଆ): ରୁଷ ଦୂତାବାସ ବାହାରେ ବଡ଼ ଅଘଟଣ ଘଟିଛି। ରୋମାନିଆର ବୁଚାରେଷ୍ଟରେ ଥିବା ରୁଷ ଦୂତାବାସ ଗେଟ୍‌ରେ ପିଟି ହୋଇ ଗୋଟିଏ କାର୍‌ ଜଳି ଯାଇଛି। ଏହି ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଗେଟ୍‌ ସହ କାର୍‌ର ଆଗ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ ଜଳୁଥିବାର ଭିଡିଓ ସାମ୍ନାକୁ ଆସିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହା ଏକ ଦୁର୍ଘଟଣା ନା କାର୍‌ ଚାଳକ ଜଣଙ୍କ […]

Romania

Romania

Hemant Lenka
  • Published: Wednesday, 06 April 2022
  • Updated: 06 April 2022, 01:36 PM IST

Sports

Latest News

ବୁଚାରେଷ୍ଟ(ରୋମାନିଆ): ରୁଷ ଦୂତାବାସ ବାହାରେ ବଡ଼ ଅଘଟଣ ଘଟିଛି। ରୋମାନିଆର ବୁଚାରେଷ୍ଟରେ ଥିବା ରୁଷ ଦୂତାବାସ ଗେଟ୍‌ରେ ପିଟି ହୋଇ ଗୋଟିଏ କାର୍‌ ଜଳି ଯାଇଛି। ଏହି ଘଟଣାରେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ଗେଟ୍‌ ସହ କାର୍‌ର ଆଗ ପାର୍ଶ୍ୱ ସଂପୂର୍ଣ୍ଣ ଭାବେ ଜଳୁଥିବାର ଭିଡିଓ ସାମ୍ନାକୁ ଆସିଛି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହା ଏକ ଦୁର୍ଘଟଣା ନା କାର୍‌ ଚାଳକ ଜଣଙ୍କ ଜାଣିଶୁଣି ରୁଷ ଦୂତାବାସ ଭିତରେ ପଶିବାକୁ ଚେଷ୍ଟା କରୁଥିଲେ, ସେକଥା ଜଣାପଡ଼ିନି।

ରୁଷ ସେନା ୟୁକ୍ରେନ ଉପରେ ହମଲା କରୁଥିବା ବେଶ କିଛି ସପ୍ତାହ ହେଲାଣି ୟୁରୋପର ବିଭିନ୍ନ ପ୍ରାନ୍ତରେ ଥିବା ରୁଷ ଦୂତାବାସ ଆଗରେ ଲୋକମାନେ ନିଜର ଅସନ୍ତୋଷ ପ୍ରକାଶ କରୁଥିବା ଖବର ରହିଛି। ତେଣୁ ଏବେ ଦୂତାବାସ ଗେଟ୍‌ରେ କାର୍‌ ପିଟି ହେବା ପଛରେ କୌଣସି ଷଡ଼ଯନ୍ତ୍ର ରହିଥାଇ ପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ରୋମାନିଆ କିମ୍ବା ରୁଷ ପକ୍ଷରୁ ଏ ସମ୍ପର୍କରେ କିଛି ବି କୁହାଯାଇନି।

ପୁଲିସ୍‌ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି ଓ ଏଥିସହ ଡ୍ରାଇଭରଙ୍କ ପରିଚୟ ସାର୍ବଜନୀନ କରିନାହିଁ। ମଙ୍ଗଳବାର ରୋମାନିଆ ସରକାର ୧୦ ଜଣ ରୁଷ ରାଷ୍ଟ୍ରଦୂତଙ୍କୁ ନିଲମ୍ବିତ କରିବେ ବୋଲି କହିଥିଲେ। ଏହି ରାଷ୍ଟ୍ରଦୂତମାନେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଙ୍ଘନ କରୁଥିବା ରୋମାନିଆ ସରକାର କହିଛନ୍ତି। ଏହାପୂର୍ବରୁ ବିଭିନ୍ନ ୟୁରୋପୀୟ ଦେଶ ମଧ୍ୟ ସମାନ ନୀତିରେ ରୁଷ କୂଟନୀତିଜ୍ଞଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସୂଚନାଯୋଗ୍ୟ, ରୁଷ ହମଲା କରିବା ଦିନଠାରୁ ୟୁକ୍ରେନରୁ ୬,୨୪,୮୬୦ ଜଣ ରୋମାନିଆକୁ ଶରଣାର୍ଥୀ ଭାବେ ଚାଲି ଆସିଥିଲେ। ସେଠାରେ ସେମାନେ ବିଭିନ୍ନ ଦେଶକୁ ଯାଇଛନ୍ତି। ତଥାପି ଆହୁରି ୮୦ ହଜାର ଲୋକ ଏବେ ବି ରୋମାନିଆରେ ଆଶ୍ରୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story