ହେଲିକପ୍ଟର କ୍ରାଶ ପରେ ୧୨ ଘଣ୍ଟା ସମୁଦ୍ରରେ ପହଁରି ଜୀବନ ପାଇଲେ ମନ୍ତ୍ରୀ

ଆଣ୍ଟାନ୍ନାରିଭୋ: ଶୀର୍ଷ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ମନ୍ତ୍ରୀ ଗଭୀର ସମୁଦ୍ରରେ ଦୀର୍ଘ ୧୨ ଘଣ୍ଟା କାଳ ପହଁରି ପହଁରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି? କ’ଣ ଏହା ସତ? ହଁ। ଏପରି ଘଟଣା ପୂର୍ବ ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଦେଖିବାକୁ ମିଳିଛି। ଦେଶର ପୁଲିସ୍ ବିଭାଗ ମନ୍ତ୍ରୀ ଓ ଜଣେ ବାୟୁସେନା ମେକାନିକ୍‌ ହେଲିକପ୍ଟର କ୍ରାଶ ପରେ ସମୁଦ୍ରରେ ସୁରକ୍ଷିତ ଭାବେ ଦୀର୍ଘ ୧୨ ଘଣ୍ଟା କାଳ ପହଁରି ଥିଲେ। ଶେଷରେ […]

Air-froce

Air-froce

Hemant Lenka
  • Published: Thursday, 23 December 2021
  • Updated: 23 December 2021, 04:57 PM IST

Sports

Latest News

ଆଣ୍ଟାନ୍ନାରିଭୋ: ଶୀର୍ଷ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ମନ୍ତ୍ରୀ ଗଭୀର ସମୁଦ୍ରରେ ଦୀର୍ଘ ୧୨ ଘଣ୍ଟା କାଳ ପହଁରି ପହଁରି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି? କ’ଣ ଏହା ସତ? ହଁ। ଏପରି ଘଟଣା ପୂର୍ବ ଆଫ୍ରିକୀୟ ଦେଶ ମାଡାଗାସ୍କରରେ ଦେଖିବାକୁ ମିଳିଛି।

ଦେଶର ପୁଲିସ୍ ବିଭାଗ ମନ୍ତ୍ରୀ ଓ ଜଣେ ବାୟୁସେନା ମେକାନିକ୍‌ ହେଲିକପ୍ଟର କ୍ରାଶ ପରେ ସମୁଦ୍ରରେ ସୁରକ୍ଷିତ ଭାବେ ଦୀର୍ଘ ୧୨ ଘଣ୍ଟା କାଳ ପହଁରି ଥିଲେ। ଶେଷରେ ସେମାନଙ୍କୁ ଭାରତ ମହାସାଗରର ଗଭୀର ଜଳରୁ ଉଦ୍ଧାର କରାଯାଇଛି। ମନ୍ତ୍ରୀ ଜେନେରାଲ ସେରଜେ ଗେଲ୍ଲେଙ୍କ ହେଲିକପ୍ଟର ଭାରତ ମହାସାଗର ଉପରେ କ୍ରାଶ ହୋଇଯାଇଥିଲା। ଫଳରେ ହେଲିକପ୍ଟରଟି ସମୁଦ୍ରରେ ଖସି ପଡ଼ିଥିଲା। ସେ ମଧ୍ୟ ସମୁଦ୍ରରେ ବୁଡ଼ି ଯାଇଥିଲେ। କିନ୍ତୁ ସେ ବଞ୍ଚିବାର ଆଶା ଛାଡ଼ି ନଥିଲେ। ୫୭ ବର୍ଷୀୟ ଗେଲ୍ଲେ ଗଭୀର ଜଳ ଭିତରେ ପହଁରିବା ଆରମ୍ଭ କରିଥିଲେ।

ଦୀର୍ଘ ୧୨ ଘଣ୍ଟା କାଳ ସମୁଦ୍ରରେ ପହଁରିବା ପରେ ତାଙ୍କୁ ଜଣେ ମତ୍ସ୍ୟଜୀବୀ ଠାବ କରିଥିଲେ। ଏହାପରେ ସେ ଡଙ୍ଗାରେ ଗେଲ୍ଲେଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ସେହିପରି ହେଲିକପ୍ଟରରେ ଥିବା ମୁଖ୍ୟ ୱେରେଣ୍ଟ ଅଫିସର ଜିମ୍ମୀ ଲାଇଟସାରା ମଧ୍ୟ ସମୁଦ୍ରରେ ୧୨ ଘଣ୍ଟାରୁ ଅଧିକ ସମୟ ପହଁରି ସୁରକ୍ଷିତ ଭାବେ ମାହାମ୍ବୋ କୂଳରେ ପହଞ୍ଚିଛନ୍ତି।

ମାଡାଗାସ୍କର ପ୍ରତିରକ୍ଷା ବିଭାଗ ଜାରି କରିଥିବା ଭିଡିଓରେ ଗେଲ୍ଲେ କହିଛନ୍ତି, “ମୋର ମରିବାର ସମୟ ଏଯାଏ ଆସିନି। ଭଗବାନଙ୍କୁ ଧନ୍ୟବାଦ। ମୁଁ ପୂରା ଠିକ୍‌ ଅଛି। କେବଳ ପ୍ରବଳ ଥଣ୍ଡା ଅନୁଭବ କରୁଛି। ସୋମବାର ହେଲିକପ୍ଟର କ୍ରାଶ ହେବା ବେଳେ ମୋ ସହ ୪ ଜଣ ଥିଲେ।

ମୁଁ ପାଇଲଟଙ୍କ ପଛ ସିଟରେ ବସିଥିଲି। ଜୀବନ ରକ୍ଷାକାରୀ ଜ୍ୟାକେଟ୍‌ ନଥିବାରୁ ମୁଁ ସିଟ୍‌କୁ ହିଁ ପହଁରିବା ପାଇଁ ବ୍ୟବହାର କରିଥିଲି। ନିଜକୁ ହାଲୁକା କରିବା ପାଇଁ ମୁଁ ବୁଟ୍‌ ଓ ବେଲ୍ଟ ମଧ୍ୟ ଖୋଲି ଦେଇଥିଲି। ବଞ୍ଚି ରହିବା ପାଇଁ ମୁଁ ସବୁ ପ୍ରକାରର ଚେଷ୍ଟା କରିଛି। ୨୪ ଘଣ୍ଟା ଭିତରେ ମୁଁ କାମକୁ ଫେରିବି। କିନ୍ତୁ କ୍ରାଶରେ ମୋ ଫୋନ ହଜି ଯାଇଛି।”


ଉଦ୍ଧାର ପରେ ଗେଲ୍ଲେଙ୍କୁ ପ୍ରତିରକ୍ଷା ବିଭାଗର ହସ୍ପିଟାଲରେ ରଖାଯାଇଛି। ସେ ପାଣିରେ ଦୀର୍ଘ ସମୟ ବୁଡ଼ି ରହିଥିବାରୁ ତାଙ୍କ ଦେହ ଓ ହାତ ଛେତା ପଡ଼ି ଯାଇଛି। ବୁଧବାର ଉଦ୍ଧାରକାରୀ ଦଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିର୍ଦ୍ଦେଶକ କର୍ଣ୍ଣେଲ ଓଲିଭିରଙ୍କ ମୃତଦେହ ଠାବ କରିଥିଲେ। ଏଯାଏ ପାଇଲଟଙ୍କ ପତ୍ତା ମିଳିନି।

ସୂଚନାଯୋଗ୍ୟ, ସୋମବାର ଫ୍ରାନସିଆରେ ଗୋଟିଏ ଜାହାଜ ବୁଡ଼ି ଯିବା ଘଟଣାର ଯାଞ୍ଚ କରିବାକୁ ସରକାରଙ୍କ ପ୍ରତିନିଧି ମଣ୍ଡଳ ହେଲିକପ୍ଟରରେ ସେଠାକୁ ଯାଉଥିଲେ। କିନ୍ତୁ ଅଧା ରାସ୍ତାରେ ଏହା କ୍ରାଶ କରି ଯାଇଥିଲା। ଏହି ହେଲିକପ୍ଟର୍‌ରେ ମନ୍ତ୍ରୀ ଗେଲ୍ଲେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos