ଟିକାକରଣକୁ ବିରୋଧ, ଦୁଇ ପୁଅଙ୍କୁ ଅପହରଣ କଲା ମା’

ମାର୍ଡିଡ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣରୁ ନିଜର ଦୁଇ ପୁଅଙ୍କୁ ଦୂରେଇ ରଖିବା ପାଇଁ ଅଜଣ୍ଡ କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ସେ ଦୁଇ ପୁଅଙ୍କୁ ଅପହରଣ କରି ନେଇଥିବା ତାଙ୍କ ପୂର୍ବତନ ସ୍ୱାମୀ ପୁଲିସରେ ଅଭିଯୋଗ କରିଥିଲେ। ଦୁଇ ନାବାଳକଙ୍କ ଅପହରଣ ଘଟଣାରେ ପୁଲିସ୍‌ ତାଙ୍କୁ ୱାଣ୍ଟେଡ ମଧ୍ୟ ଘୋଷଣା କରିଥିଲା। ସ୍ପେନର ସେଭିଲ୍ଲେରେ ଏପରି ଘଟଣା ଘଟିଛି। ୪୬ ବର୍ଷୀୟ ମହିଳାଙ୍କ ପୂର୍ବତନ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମହିଳା ଜଣଙ୍କ ତାଙ୍କର […]

Spain

Spain

Hemant Lenka
  • Published: Thursday, 06 January 2022
  • Updated: 06 January 2022, 01:10 PM IST

Sports

Latest News

ମାର୍ଡିଡ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣରୁ ନିଜର ଦୁଇ ପୁଅଙ୍କୁ ଦୂରେଇ ରଖିବା ପାଇଁ ଅଜଣ୍ଡ କାଣ୍ଡ ଘଟାଇଛନ୍ତି ଜଣେ ମହିଳା। ସେ ଦୁଇ ପୁଅଙ୍କୁ ଅପହରଣ କରି ନେଇଥିବା ତାଙ୍କ ପୂର୍ବତନ ସ୍ୱାମୀ ପୁଲିସରେ ଅଭିଯୋଗ କରିଥିଲେ। ଦୁଇ ନାବାଳକଙ୍କ ଅପହରଣ ଘଟଣାରେ ପୁଲିସ୍‌ ତାଙ୍କୁ ୱାଣ୍ଟେଡ ମଧ୍ୟ ଘୋଷଣା କରିଥିଲା।

ସ୍ପେନର ସେଭିଲ୍ଲେରେ ଏପରି ଘଟଣା ଘଟିଛି। ୪୬ ବର୍ଷୀୟ ମହିଳାଙ୍କ ପୂର୍ବତନ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ମହିଳା ଜଣଙ୍କ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଅପହରଣ କରିଛନ୍ତି। ଜଣଙ୍କ ବୟସ ୧୪ ଓ ଆଉ ଜଣଙ୍କ ବୟସ ୧୨। ବିନା ଅନୁମତିରେ ସେ ଏପରି କାଣ୍ଡ ଘଟାଇଛନ୍ତି।

ଦୀର୍ଘଦିନ ହେଲାଣି ମହିଳା ଓ ତାଙ୍କ ସ୍ୱାମୀ ଅଲଗା ରହୁଛନ୍ତି। ଏବେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ବ୍ୟକ୍ତି ଜଣଙ୍କ ତାଙ୍କର ଦୁଇ ପିଲାଙ୍କୁ ଟିକା ଦେବାକୁ ଚାହୁଁଥିଲେ। ହେଲେ ଏହାକୁ ମହିଳା ଜଣଙ୍କ ବିରୋଧ କରିଥିଲେ। ଶେଷରେ ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ ପିଲା ଦ୍ୱୟ ଟିକା ନେବେ କି ନାହିଁ, ସେକଥା ବ୍ୟକ୍ତି ଜଣଙ୍କ ନିଷ୍ପତ୍ତି ନେବେ ବୋଲି ରାୟ ଦେଇଥିଲେ।

ଏହାର କିଛି ଦିନ ପରେ ମହିଳା ଜଣଙ୍କ ତାଙ୍କ ପୂର୍ବତନ ସ୍ୱାମୀଙ୍କୁ ଚିଠି ଲେଖି ପୁଅ ଦୁଇଙ୍କୁ ସ୍କୁଲରୁ ହଟାଇ ଦେବେ ବୋଲି କହିଥିଲେ। ଏହାପରେ ନଭେମ୍ବର ୪ ଠାରୁ ବ୍ୟକ୍ତି ଜଣଙ୍କ ତାଙ୍କର ଦୁଇ ପୁଅଙ୍କୁ ଆଉ ପାଇ ନଥିଲେ। ଏନେଇ ସେ ଡିସେମ୍ବର ମଧ୍ୟ ଭାଗରେ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୁଧବାର ମହିଳା ଜଣଙ୍କ ୨ ପିଲାଙ୍କ ସହ ସେଭିଲ୍ଲେର ଗୋଟିଏ କୋର୍ଟ ପହଞ୍ଚିଥିଲେ। ଏହି ସମୟରେ ବିଚାରପତି ମହିଳାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ତାଙ୍କୁ ପୁଲିସ୍‌ ରିମାଣ୍ଡରେ ଛାଡ଼ିଛନ୍ତି। ସେହିପରି ଦୁଇ ପିଲାଙ୍କୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଛି।

ପୁଲିସ୍‌ କହିଛି ଯେ ମହିଳା ଜଣଙ୍କ ନିଜର ଦୁଇ ପିଲାଙ୍କୁ କରୋନା ବିରୋଧୀ ଟିକା ଦେବାକୁ ଚାହୁଁ ନଥିଲେ। ହେଲେ ସେମାନଙ୍କ ବାପା ଟିକାକରଣ ସପକ୍ଷରେ ଥିଲେ। କାଳେ ବ୍ୟକ୍ତି ଜଣଙ୍କ ଦୁଇ ନାବାଳକ ପୁଅଙ୍କୁ ଟିକାର ଡୋଜ୍‌ ଦେଇଦେବ, ସେଇ ଆଶଙ୍କାରେ ମହିଳା ଜଣଙ୍କ ଅପହରଣ ଭଳି ପଦକ୍ଷେପ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos