ଅନାସ୍ଥା ପୂର୍ବରୁ ଲୋକଙ୍କୁ ଉସକାଇଲେ ଇମ୍ରାନ ଖାନ, କହିଲେ ରାସ୍ତାକୁ ଓହ୍ଲାଅ

ଇସଲାମାବାଦ: ଆସନ୍ତାକାଲିର ଅନାସ୍ଥା ଭୋଟ ପୂର୍ବରୁ ଆଜି ପାକିସ୍ତାନବାସୀଙ୍କୁ ଉସକାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଅନାସ୍ଥା ପ୍ରସ୍ତାବକୁ ମାତ ଦେବା ପାଇଁ ତାଙ୍କ ଦଳ ଯୋଜନା କରୁଥିବା ବେଳେ ଇମ୍ରାନ ଲୋକଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର କଥାକୁ ମଧ୍ୟ ସେ ପୁଣିଥରେ ଦୋହରାଇଛନ୍ତି। ପାକିସ୍ତାନରେ ଆଜି ଯାଏ କୌଣସି ପ୍ରଧାନମନ୍ତ୍ରୀ ସେମାନଙ୍କର କାର୍ଯ୍ୟକାଳ ପୂରଣ କରି ପାରିନାହାନ୍ତି। ଏବେ ଇମ୍ରାନ ମଧ୍ୟ ଗାଦିଚ୍ୟୁତ ହେବାର ଆଶଙ୍କା ରହିଛି। […]

Imran-Khan.jpg1

Imran-Khan.jpg1

Hemant Lenka
  • Published: Saturday, 02 April 2022
  • Updated: 02 April 2022, 09:33 PM IST

Sports

Latest News

ଇସଲାମାବାଦ: ଆସନ୍ତାକାଲିର ଅନାସ୍ଥା ଭୋଟ ପୂର୍ବରୁ ଆଜି ପାକିସ୍ତାନବାସୀଙ୍କୁ ଉସକାଇଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଅନାସ୍ଥା ପ୍ରସ୍ତାବକୁ ମାତ ଦେବା ପାଇଁ ତାଙ୍କ ଦଳ ଯୋଜନା କରୁଥିବା ବେଳେ ଇମ୍ରାନ ଲୋକଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଅନାସ୍ଥା ପ୍ରସ୍ତାବ ପଛରେ ବିଦେଶୀ ଷଡ଼ଯନ୍ତ୍ର କଥାକୁ ମଧ୍ୟ ସେ ପୁଣିଥରେ ଦୋହରାଇଛନ୍ତି।

ପାକିସ୍ତାନରେ ଆଜି ଯାଏ କୌଣସି ପ୍ରଧାନମନ୍ତ୍ରୀ ସେମାନଙ୍କର କାର୍ଯ୍ୟକାଳ ପୂରଣ କରି ପାରିନାହାନ୍ତି। ଏବେ ଇମ୍ରାନ ମଧ୍ୟ ଗାଦିଚ୍ୟୁତ ହେବାର ଆଶଙ୍କା ରହିଛି। ୨୦୧୮ରେ ଇମ୍ରାନ ପାକିସ୍ତାନର ମେଣ୍ଟ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏବେ ବିରୋଧୀ ତାଙ୍କୁ ବିଦା କରିବାକୁ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସନ୍ତାକାଲି ପାକିସ୍ତାନ ଜାତୀୟ ସଂସଦରେ ଏହା ଉପରେ ଭୋଟିଂ ହେବାର ରହିଛି।

ଏହାପୂର୍ବରୁ ଇମ୍ରାନ ଖାନ କହିଛନ୍ତି, “ସେମାନଙ୍କ(ବିରୋଧୀ) ମୁକାବିଲା କରିବାକୁ ମୁଁ ଯୋଜନା ପ୍ରସ୍ତୁତ କରିଛି। ଆପଣମାନେ ଦେଖିବେ ମୁଁ ସେମାନଙ୍କୁ ଆସନ୍ତାକାଲି କେମିତି ଜବାବ ଦେଉଛି। ମୁଁ ମୋ ଲୋକମାନଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେଉଛି। ଯଦି ଆଉ କୌଣସି ଦେଶରେ ଏମିତି ସ୍ଥିତି ସୃଷ୍ଟି ହୋଇଥାଆନ୍ତା, ତା’ହେଲେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ସାରନ୍ତେଣି।

ମୁଁ ମଧ୍ୟ ସମସ୍ତଙ୍କୁ କହିବାକୁ ଚାହୁଁଛି ଆଜି ଓ ଆସନ୍ତାକାଲି ଲୋକମାନେ ରାସ୍ତାକୁ ଆସନ୍ତୁ। ଆପଣମାନେ ନିଜ ଇଚ୍ଛାରେ ରାସ୍ତାକୁ ଆସିପାରିବେ। ଦେଶର ସ୍ୱାର୍ଥ ପାଇଁ ଆପଣମାନଙ୍କୁ ଏମିତି କରିବାକୁ ପଡ଼ିବ। କୌଣସି ଦଳ ଆପଣମାନଙ୍କୁ କେବେ ହେଲେ ଏଥିପାଇଁ ବାଧ୍ୟ କରୁନାହାନ୍ତି।

ଆଜି ଦେଶର ସ୍ୱାର୍ଥ କଥା ଆସିଛି। ଆପଣମାନେ ନିଜ ପିଲାମାନଙ୍କ ଭବିଷ୍ୟତ ପାଇଁ ରାଜରାସ୍ତାକୁ ଆସନ୍ତୁ। ଆପଣମାନେ ଆସନ୍ତୁ ଓ ସମସ୍ତଙ୍କୁ ଜଣାଇ ଦିଅନ୍ତୁ ଯେ ପାକିସ୍ତାନର ଲୋକମାନେ ସତର୍କ ରହିଛନ୍ତି। ମୁଁ ଆସନ୍ତାକାଲି ପାଇଁ ବଢ଼ିଆ ଯୋଜନା କରିଛି। ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ।

ମୁଁ ସେମାନଙ୍କୁ ଉଚିତ ଜବାବ ଦେବି ଓ ସଂସଦରେ ହରାଇବି। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଶୀଘ୍ର ନିର୍ବାଚନ ଉପଯୁକ୍ତ ବିକଳ୍ପ। ଏବେ ବି ସେହି କଥା କହୁଛି। ମୁଁ କେବେ ହେଲେ ଇସ୍ତଫା ଦେବିନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos