ଭାଇରସ୍‌ ପାଇଁ ଭୋକ ଉପାସରେ ଚୀନ୍‌ବାସୀ

ବେଜିଂ: ଭୟଙ୍କର ହେଲାଣି ଭାଇରସ। ଦେଖାଇଲାଣି ଉଗ୍ର ରୂପ। ମହାମାରୀକୁ ନେଇ ଚୀନ୍‌ରେ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି। କରୋନାର ନୂଆ ଭାରିଏଣ୍ଟ  ଓମିକ୍ରନ୍‌କୁ କାବୁ କରିବା ପାଇଁ ଡ୍ରାଗ୍‌ନର ଫେଲ୍‌ ମାରିଛି ସବୁ ଚାଲ୍‌। ଏଠାରେ ଜିରୋ କୋଭିଡ ପଲିସି ବି କମା ଦେଉନି। କରୋନାର ଉତ୍ପତି ସ୍ଥଳ କୁହାଯାଉଥିବା ଚୀନ୍‌ ସଂକ୍ରମଣକୁ ରୋକିବା ପାଇଁ ଲାଗୁ କରିଛି କଡା କଟକଣା।

ଚୀନ୍‌ର ବିଭିନ୍ନ ସହରରେ ଲାଗୁ ହୋଇଛି ଲକ୍‌ଡାଉନ୍‌। ତାଲାବନ୍ଦ ଯୋଗୁଁ ନାହିଁ ନଥିବା ଅସୁବିଧାରୁ ସମ୍ମୁଖିନ ହେଉଛନ୍ତି ଚୀନ୍‌ବାସୀ। ଏଠାରେ ସ୍ଥିତି ଦୟନୀୟ ହୋଇପଡିଛି। ଏପରିକି ଭାଇରସ ପାଇଁ ଏବେ ଲୋକଙ୍କୁ ଭୋକ ଉପବାସରେ ବି ରହିବାକୁ ପଡୁଛି। କେବଳ ଗୋଟିଏ ବେଳା ଖାଇବାକୁ ପାଉଛନ୍ତି ଲୋକେ।

Harsh Covid lockdown in Xi'an, China, triggers anger

ରିପୋର୍ଟ ମୁତାବକ ଚୀନ୍‌ରେ ଦୈନିକ ସଂକ୍ରମଣ ମାମଲା ହୁ ହୁ ହୋଇ ବଢ଼ି ଚାଲିଛି। ଏଥିଯୋଗୁଁ ଏଠାରେ ବିଶ୍ୱର ସବୁଠୁ କଡା ଲକ୍‌ଡାଉନ୍‌ ଲାଗୁ ହୋଇଛି। ଲୋକଙ୍କୁ ଘରେ ଏକ ପକାରର ଗୃହବନ୍ଦୀ ହୋଇ ରହିବାକୁ ପଡୁଛି। ବାହାରକୁ ବାହାରିବା ପାଇଁ ସମସ୍ତଙ୍କୁ ମନା ହୋଇଛି। ଏଭଳି ସ୍ଥିତିରେ ଲକୋଙ୍କ ପାଖରେ ଖାଦ୍ୟ ଓ ଜରୁରୀ ସାମଗ୍ରୀ ପହଞ୍ଚି ପାରୁନି। ଫଳରେ ଲୋକଙ୍କୁ ଭୋକ ଉପାସରେ ଦିନ କାଟିବାକୁ ପଡୁଛି।

ଗତ ଏପ୍ରିଲ ୫ ତାରିଖରୁ ଚୀନ୍‌ର ବିଭିନ୍ନ ସହରରେ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଲଗାତାର ଚାଇନାରୁ ଭିଡିଓ ସାମ୍ନାକୁ ଆସୁଛି ଯେଉଁଠି ଲୋକ ଖାଇବା ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଡହଳବିକଳ ହେଉଛନ୍ତି। କୋଭିଡ ଗାଇଡଲାଇନ କଡାକଡି ଯୋଗୁଁ ଲୋକଙ୍କୁ ଆବଶ୍ୟକୀୟ ଜିନିଷ ପାଇଁ ଅନକେ ସଂଘର୍ଷ କରିବାକୁ ପଡୁଛି।

ଚୀନର ସବୁଠୁ ବଡ ସହର ସାଂଘାଇରେ କୋଭିଡ ଲକଡାଉନ ସମୟରେ ଖାଦ୍ୟ ପାଇଁ ଦଙ୍ଗା ପରିସ୍ଥିତି ସୃଷ୍ଟି  ହୋଇଛି। ମେଡିକାଲ ସେଣ୍ଟର ଏବଂ ସୁପରାମାର୍କେଟ ନିକଟରେ ଲୁଟପାଟ୍ ହେଉଛି। ପରିସ୍ଥିତି ଏପରି ହୋଇଛି ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ପଛାଉନାହାଁନ୍ତି। ସାଂଘାଇ ସମେତ ଚାଙ୍ଗଝୋ, ଜିଆଙ୍ଗସୁ ଅଞ୍ଚଳରୁ  ବି ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି, ଯାହା ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ୧୫୦୦ଟି ନୂଆ ମାମଲା ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସାଂଘାଇରେ କେବଳ ୧୧୮୯, ଜିଲିନରେ ୨୩୩, ଗୁଆଙ୍ଗଡୋଙ୍ଗରେ ୨୨, ହେନାନରେ ୨୪ ଏବଂ ଝୋଝିଆଙ୍ଗରେ ୧୨ଟି ନୂଆ ମାମଲା ସାମ୍ନାକୁ ଆସିଛି।

China Covid Spike Preceded by Surge in Omicron Cases From Hong Kong - Bloomberg

ଏପଟେ ଭାରତରେ ବି ସ୍ଥିତି ଚିନ୍ତାଜନକ ହେଲାଣି। କାରଣ ଦୁଇଟି ରାଜ୍ୟରେ ପାଦ ଥାପିଲାଣି ମହାମାରୀର ନୂଆ ଭାରିଏଣ୍ଟ। ଦେଶରୁ ଦୁଇଟି ମାମଲା ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତପ୍ତରତା ଦେଖାଦେଇଛି। ଦିଲ୍ଲୀ, ମିଜୋରାମ, କେରଲା, ମହାରାଷ୍ଟ୍ର ଆଦି ରାଜ୍ୟରେ ବଢ଼ିଲାଣି କରୋନା ମାମଲା। ଏହାକୁ ଦୃଷ୍ଟିରେ ରଖି ଭାରତରେ କରୋନାର ଚତୁର୍ଥ ଲହର ଆସିପାରେ ବୋଲି କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।