ସିଗାରେଟ୍‌ ବିକ୍ରି ଉପରେ ଲାଗିବ ରୋକ, ଏମିତି ଯୋଜନା କରିଛନ୍ତି ସରକାର

ଅକଲାଣ୍ଡ: ଧୂଆଁ ଓ ରୋଗ ମୁକ୍ତ ଦେଶ ଗଠନ କରିବାକୁ ସିଗାରେଟ୍ ବିକ୍ରି ଉପରେ ରୋକ ଲଗାଇବେ ସରକାର। ଭବିଷ୍ୟତ ପିଢ଼ି ଯେମିତି ସିଗାରେଟ କିଣି ନ ପାରିବେ, ସେଥିପାଇଁ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ସରକାର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଯୋଜନା ଅନୁଯାୟୀ, ୧୪ ବର୍ଷ କିମ୍ବା ତା’ଠାରୁ କମ ବୟସ୍କଙ୍କୁ ୨୦୨୭ ପରଠାରୁ ଜୀବନ କାଳ ମଧ୍ୟରେ ଆଉ ସିଗାରେଟ୍‌ କିଣିବାକୁ ଅନୁମତି ମିଳିବ ନାହିଁ। ସେହପରି ତମାଖୁ ବିକ୍ରି କରିବାକୁ ଅନୁମତି ପାଇଥିବା […]

Cigarett

Cigarett

Hemant Lenka
  • Published: Thursday, 09 December 2021
  • Updated: 09 December 2021, 06:17 PM IST

Sports

Latest News

ଅକଲାଣ୍ଡ: ଧୂଆଁ ଓ ରୋଗ ମୁକ୍ତ ଦେଶ ଗଠନ କରିବାକୁ ସିଗାରେଟ୍ ବିକ୍ରି ଉପରେ ରୋକ ଲଗାଇବେ ସରକାର। ଭବିଷ୍ୟତ ପିଢ଼ି ଯେମିତି ସିଗାରେଟ କିଣି ନ ପାରିବେ, ସେଥିପାଇଁ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ସରକାର ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ଯୋଜନା ଅନୁଯାୟୀ, ୧୪ ବର୍ଷ କିମ୍ବା ତା’ଠାରୁ କମ ବୟସ୍କଙ୍କୁ ୨୦୨୭ ପରଠାରୁ ଜୀବନ କାଳ ମଧ୍ୟରେ ଆଉ ସିଗାରେଟ୍‌ କିଣିବାକୁ ଅନୁମତି ମିଳିବ ନାହିଁ।

ସେହପରି ତମାଖୁ ବିକ୍ରି କରିବାକୁ ଅନୁମତି ପାଇଥିବା ସଂସ୍ଥାକୁ ହ୍ରାସ କରାଯିବ। ଏଥିସହ ବିଭିନ୍ନ ତମାଖୁ ଜାତୀୟ ପଦାର୍ଥର ବ୍ୟବହାର ହେଉଥିବା ନିକୋଟିନର ମାତ୍ରାକୁ ମଧ୍ୟ ସରକାର ସମୟକ୍ରମେ ହ୍ରାସ କରିବେ।

ନ୍ୟୁଜିଲ୍ୟାଣ୍ଡର ଆସୋସିଏଟ ସ୍ୱାସ୍ଥ୍ୟ ମନ୍ତ୍ରୀ ଆୟେଶା ଭେରାଅଲ କହିଛନ୍ତି, “ଆମେ ଚାହୁଁଛୁ ଦେଶର ଯୁବପିଢ଼ି କେବେ ହେଲେ ସିଗାରେଟ ଟାଣନ୍ତୁ ନାହିଁ। ତେଣୁ ଯୁବପିଢ଼ିକୁ ଏଥିରୁ ନିବୃତ୍ତ କରିବା ପାଇଁ ସିଗାରେଟ ଟାଣିବା ଓ ଯେକୌଣସି ତମାଖୁର ସପ୍ଲାଏ କରିବା ଭଳି ଘଟଣାକୁ ଅପରାଧ ଭାବେ ବିବେଚନା କରିବୁ।

ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡରେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୧୧.୬% ଲୋକ ସିଗାରେଟ ଟାଣୁଛନ୍ତି। କିନ୍ତୁ ଦେଶର ମାଓରି ସଂପ୍ରଦାୟର ପ୍ରାପ୍ତବୟସ୍କଙ୍କ ମଧ୍ୟରେ ଏହି ସଂଖ୍ୟା ୨୯% ରହିଛି।”

ସରକାର ସିଗାରେଟ କବଳରୁ ଯୁବପିଢ଼ିଙ୍କୁ ରକ୍ଷା କରିବା ପାଇଁ ଆସନ୍ତାବର୍ଷ ଜୁନ ମାସରେ ଏହି ବିଲ୍‌କୁ ସଂସଦରେ ଉପସ୍ଥାପନ କରିବେ। କିନ୍ତୁ ଆସନ୍ତାମାସରେ ମାଓରି ସଂପ୍ରଦାୟ ପାଇଁ ଗଠିତ ସ୍ୱାସ୍ଥ୍ୟ ଟାସ୍କଫୋର୍ସର ସଦସ୍ୟମାନଙ୍କ ସହ ସରକାର କଥା ହେବେ। ଏହାପରେ ହିଁ ବିଲକୁ ସଂସଦରେ ଉପସ୍ଥାପନ କରାଯିବ। ୨୦୨୨ ଶେଷ ସୁଦ୍ଧା ସରକାର ଏହାକୁ ଆଇନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି।

୨୦୨୪ରୁ ଆଇନକୁ କାର୍ଯ୍ୟକାରୀ କରାଯାଇ ତମାଖୁ ବିକ୍ରି କରୁଥିବା ସଂସ୍ଥାର ସଂଖ୍ୟାକୁ ଯଥେଷ୍ଟ ହ୍ରାସ କରାଯିବ। ୨୦୨୫ ଶେଷ ସୁଦ୍ଧା ନିକୋଟିନ ମାତ୍ରାକୁ କମ କରାଯିବ। ଏହାପରେ ୨୦୨୭ରୁ ଧୂଆ ମୁକ୍ତ ଭବିଷ୍ୟତ ଗଠନ କରାଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ସରକାର କହିଛନ୍ତି, ବର୍ତ୍ତମାନ ରହିଥିବା ପ୍ଲେନ ପ୍ୟାକେଜିଂ ଓ ବିକ୍ରି ଉପରେ ଲାଗୁଥିବା ଅତିରିକ୍ତ ଟିକସ ପାଇଁ ଦେଶରେ ତମାଖୁ ସେବନ ହ୍ରାସ ପାଇଛି। ଏବେ ଆହୁରି କଠୋର ପଦକ୍ଷେପ ନିଆଯାଇ ଦେଶରେ ଧୁମପାନକୁ ୫% ତଳକୁ ଆଣିବାକୁ ଚେଷ୍ଟା କରାଯିବ। ୨୦୨୫ ସୁଦ୍ଧା ଏହି ଟାର୍ଗେଟ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଛି।

ନ୍ୟୁଜିଲ୍ୟାଣ୍ଡରେ ଧୁମପାନ ପ୍ରତିବର୍ଷ ୫ ହଜାର ଲୋକଙ୍କ ଜୀବନ ନେଉଛି। ସେହିପରି ୧୮ ବର୍ଷରୁ କମ ବୟସ୍କଙ୍କ ମଧ୍ୟରୁ ପ୍ରତି ୫ରୁ ୪ ଜଣ ସିଗାରେଟ ଟାଣୁଛନ୍ତି। ତେଣୁ ଏହା ଉପରେ ରୋକ ଲଗାଇବାକୁ ସରକାର ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story