ଚର୍ଚ୍ଚ ଭିତରେ ଠେଲାପେଲା, ୩୧ ମୃତ

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ଠେଲାପେଲା।  ଏକ କାର୍ଯ୍ୟକ୍ରମ ବେଳେ ଚର୍ଚ୍ଚ ଭିତରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୭ଜଣ ଆହତ ହୋଇଛନ୍ତି। ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଶନିବାର ଏଭଳି ଅଘଟଣ ଘଟିଛି। ସୂଚନା ମୁତାବକ, ‘ଅଭାବୀ ଲୋକଙ୍କୁ ସହାୟତା’ ପାଇଁ ଚର୍ଚ୍ଚ ଭିତରେ ଶନିବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ଼ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି […]

nigeria-stampede

nigeria-stampede

Madhupriya Mistry
  • Published: Sunday, 29 May 2022
  • Updated: 29 May 2022, 09:42 AM IST

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ଠେଲାପେଲା।  ଏକ କାର୍ଯ୍ୟକ୍ରମ ବେଳେ ଚର୍ଚ୍ଚ ଭିତରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୭ଜଣ ଆହତ ହୋଇଛନ୍ତି। ଦକ୍ଷିଣ ନାଇଜେରିଆର ଏକ ଚର୍ଚ୍ଚରେ ଶନିବାର ଏଭଳି ଅଘଟଣ ଘଟିଛି।

ସୂଚନା ମୁତାବକ, 'ଅଭାବୀ ଲୋକଙ୍କୁ ସହାୟତା' ପାଇଁ ଚର୍ଚ୍ଚ ଭିତରେ ଶନିବାର ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ଚର୍ଚ୍ଚ ଭିତରେ ପ୍ରବଳ ଭିଡ଼ ଜମି ଥିଲା। ପରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ଏବଂ ଅନେକ ଛୋଟ ଛୁଆ ଅଛନ୍ତି।

ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିଭର ଷ୍ଟେଟ୍‌ ପୁଲିସର ମୁଖପାତ୍ର ଗ୍ରେସ୍ ଇରିଙ୍ଗ-କୋକୋଙ୍କ କହିବା ଅନୁଯାୟୀ, କଙ୍ଗସ୍‌ ଆସେମ୍ବଲି ପେଣ୍ଟିକୋଷ୍ଟାଲ ଚର୍ଚ୍ଚ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ସାମିଲ ହୋଇ ସାହାଯ୍ୟ ଲୋଡିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ହିଁ ଠେଲାପେଲା ଆରମ୍ଭ ହୋଇଥିଲା। ଅନେକ ଲୋକ 'ସପ୍‌ ଫର ଫ୍ରି'ରୁ ଲାଭ ନେବା ପାଇଁ ଆସିଥିଲେ।

ସକାଳ ୯ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ଭୋର ୫ଟାରୁ ଲୋକେ ଚର୍ଚ୍ଚରେ ପହଞ୍ଚି ଯାଇଥିଲେ। ତେବେ ଚର୍ଚ୍ଚର ମୁଖ୍ୟ ଫାଟକରେ ତାଲା ପଡିଥିଲା। ପରେ ଲୋକମାନେ ଏହି ଫାଟକକୁ ଭାଙ୍ଗି ଦେଇଥିଲେ। ଚର୍ଚ୍ଚ ଭିତରେ ପ୍ରବେଶ କରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୂରା ଅଞ୍ଚଲକୁ ସିଲ୍‌ କରାଯାଇଛି। ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ନାଇଜେରିଆରେ ଏଭଳି କାର୍ଯ୍ୟକ୍ରମ ପ୍ରାୟତଃ ଆୟୋଜିତ ହୋଇଥାଏ। ଏଠାକାର ୮ କୋଟିରୁ ଅଧିକ ଜନସଂଖ୍ୟା ଦରିଦ୍ରତାରେ ଜୀବନ ବିତାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story