Advertisment

ତାଲିବାନ ସରକାରକୁ ମାନ୍ୟତା ଦେବନି ବ୍ରିକ୍ସ ରାଷ୍ଟ୍ର!

ନୂଆଦିଲ୍ଲୀ: ଆସନ୍ତାକାଲି ଆଫାଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର। ତାଲିବାନ ପକ୍ଷରୁ ନିୟୋଜିତ ସଦସ୍ୟମାନେ ସେମାନଙ୍କ ମନ୍ତ୍ରୀ ପଦର ଶପଥ ନେବେ। ବନ୍ଧୁକ ମୁନରେ ତାଲିବାନ ଆଫଗାନକୁ ଦଖଲ କରି ସରକାର ଗଠନ କରୁଛି। ଏଥିସହ ୩୩ ଜଣିଆ ତାଲିବାନର ଅସ୍ଥାୟୀ ସରକାରରେ ୧୮ ଜଣ ଆତଙ୍କବାଦୀ ରହିଛନ୍ତି। ମିଳିତ ଜାତିସଂଘ ତାଲିବାନ ସରକାରେ ମନ୍ତ୍ରୀ ହୋଇଥିବା ୮ ଜଣଙ୍କୁ ତା’ର ଆତଙ୍କୀ ତାଲିକାରେ ରଖିଛି। ଏହା ସତ୍ତ୍ୱେ ସେମାନେ ଆସନ୍ତାକାଲି ବିଭିନ୍ନ ମନ୍ତ୍ରୀ ଭାବେ ଶପଥ […]

ତାଲିବାନ ସରକାରକୁ ମାନ୍ୟତା ଦେବନି ବ୍ରିକ୍ସ ରାଷ୍ଟ୍ର!

Taliban

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ଆଫାଗାନିସ୍ତାନରେ ଶପଥ ନେବ ତାଲିବାନ ସରକାର। ତାଲିବାନ ପକ୍ଷରୁ ନିୟୋଜିତ ସଦସ୍ୟମାନେ ସେମାନଙ୍କ ମନ୍ତ୍ରୀ ପଦର ଶପଥ ନେବେ। ବନ୍ଧୁକ ମୁନରେ ତାଲିବାନ ଆଫଗାନକୁ ଦଖଲ କରି ସରକାର ଗଠନ କରୁଛି। ଏଥିସହ ୩୩ ଜଣିଆ ତାଲିବାନର ଅସ୍ଥାୟୀ ସରକାରରେ ୧୮ ଜଣ ଆତଙ୍କବାଦୀ ରହିଛନ୍ତି।

Advertisment

ମିଳିତ ଜାତିସଂଘ ତାଲିବାନ ସରକାରେ ମନ୍ତ୍ରୀ ହୋଇଥିବା ୮ ଜଣଙ୍କୁ ତା’ର ଆତଙ୍କୀ ତାଲିକାରେ ରଖିଛି। ଏହା ସତ୍ତ୍ୱେ ସେମାନେ ଆସନ୍ତାକାଲି ବିଭିନ୍ନ ମନ୍ତ୍ରୀ ଭାବେ ଶପଥ ନେବେ। ପାକିସ୍ତାନ ଓ ଚାଇନା ଭଳି କିଛି ଦେଶ ତାଲିବାନ ସରକାରକୁ ମାନ୍ୟତା ଦେବେ ବୋଲି ଘୋଷଣା କରିଛନ୍ତି।

ହେଲେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ତାଲିବାନ ସରକାରକୁ ମାନ୍ୟତା ଦେବେ ନାହିଁ ବୋଲି ସହମତ ହୋଇଥିବା ଜଣାପଡ଼ିଛି। ବ୍ରିକ୍ସରେ ଭାରତ ଓ ଚାଇନା ସମେତ ଦକ୍ଷିଣ ଆଫ୍ରିକା, ରୁଷ ଓ ବ୍ରାଜିଲ ମଧ୍ୟ ରହିଛନ୍ତି। ବ୍ରିକ୍ସ ସମ୍ମିଳନୀରେ ତାଲିବାନକୁ ସରକାରର ମାନ୍ୟତା ନ ଦେବାକୁ ସବୁ ରାଷ୍ଟ୍ର ଏକମତ ହୋଇଛନ୍ତି।

Advertisment

କିନ୍ତୁ ଚାଇନାର କଥାରେ ତାଳମେଳ ରହୁନାହିଁ। କାରଣ ଚାଇନା ପୂର୍ବରୁ ତାଲିବାନକୁ ସରକାର ସହ ମିଳିତ ଭାବେ କାମ କରିବ ବୋଲି କହିଥିଲା। ହେଲେ ବ୍ରିକ୍ସ ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗ ଅନ୍ୟ ସଦସ୍ୟ ରାଷ୍ଟ୍ର କଥାରେ କେମିତି ଏକମତ ହୋଇ ତାଲିବାନ ସରକାରକୁ ମାନ୍ୟତା ନ ଦେବାକୁ କହିଛନ୍ତି, ତାହା ସବୁଠାରୁ ବଡ଼ ପ୍ରଶ୍ନ।

ଗତକାଲି ଶେଷ ହୋଇଥିବା ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ। ଏହି ସମୟରେ ଆଫଗାନ ଓ ଆତଙ୍କବାଦ ପ୍ରସଙ୍ଗରେ ସବୁ ବ୍ରିକ୍ସ ରାଷ୍ଟ୍ରର ନେତାମାନେ ମାନମନ୍ଥନ କରିଛନ୍ତି। ବୈଠକର ଗୋଟିଏ ଦିନ ପରେ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଡି ପାଣ୍ଡୋର ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦିଆଯିବ ନାହିଁ ବୋଲି ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଏକମତ ହୋଇଛନ୍ତି। ଅନ୍ତର୍ଜାତୀୟ ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ତାଲିବାନ ସରକାର ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନ ଦେବା ଯାଏ ସେମାନଙ୍କୁ ବ୍ରିକ୍ସ ରାଷ୍ଟ୍ର ସରକାରୀ ମାନ୍ୟତ ଦେବନାହିଁ।

ଖାଲି ପ୍ରତିଶ୍ରୁତି ଦେଲେ ହେବନି। ଏହାକୁ କେମିତି ତାଲିବାନର ଶାସନ ମୁଖିଆମାନେ କାର୍ଯ୍ୟକାରୀ କରୁଛନ୍ତି, ତା’ ଉପରେ ମଧ୍ୟ ନଜର ରଖାଯିବ। ତାଲିବାନର କାର୍ଯ୍ୟକଳାପରେ ଯଦି କିଛି ସୁଧାର ଆସିବ, ତା’ହେଲେ ସରକାରୀ ମାନ୍ୟତା ଦେବାକୁ ବିଚାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ତେବେ ଭାରତ କିମ୍ବା ଅନ୍ୟ ବ୍ରିକ୍ସ ରାଷ୍ଟ୍ର ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe