ଜର୍ମାନୀରେ ରୁଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ମୋଦି

ବର୍ଲିନ: ଜର୍ମାନୀରେ ରୁଷ ଓ ୟୁକ୍ରେନ ଯୁଦ୍ଧ କଥା ଉଠାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କାହାର ବି ବିଜୟ ହେବନି। ସମସ୍ତେ କେବଳ ସବୁ କିଛି ହରାଇବେ। ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିବାଦର ସମାଧାନ ହୋଇ ପାରିବ। ଭାରତ ସବୁବେଳେ ଆଲୋଚନା ଓ ଶାନ୍ତି ସପକ୍ଷରେ ରହିଥିବା ଆଜି ମୋଦି କହିଛନ୍ତି। ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ […]

Modi

Modi

Hemant Lenka
  • Published: Monday, 02 May 2022
  • Updated: 02 May 2022, 09:54 PM IST

ବର୍ଲିନ: ଜର୍ମାନୀରେ ରୁଷ ଓ ୟୁକ୍ରେନ ଯୁଦ୍ଧ କଥା ଉଠାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କାହାର ବି ବିଜୟ ହେବନି। ସମସ୍ତେ କେବଳ ସବୁ କିଛି ହରାଇବେ। ଆଲୋଚନା ଓ ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିବାଦର ସମାଧାନ ହୋଇ ପାରିବ। ଭାରତ ସବୁବେଳେ ଆଲୋଚନା ଓ ଶାନ୍ତି ସପକ୍ଷରେ ରହିଥିବା ଆଜି ମୋଦି କହିଛନ୍ତି। ଜର୍ମାନୀ ଚାନସେଲର ଓଲାଫ ସ୍କୋଲ୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଯୁଦ୍ଧକୁ ନେଇ ମୋଦି ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ମୋଦି କହିଛନ୍ତି, ଭାରତ ନିୟମିତ ଭାବେ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଆସିଛି। ଏଥିସହ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଜିଓ ପଲଟିକାଲ ଘଟଣା ବିଶ୍ୱର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି। ଏଥିସହ ବିଶ୍ୱର ସବୁ ରାଷ୍ଟ୍ର କେମିତି ଏହାକୁ ହ୍ୟାଣ୍ଡେଲ କରୁଛନ୍ତି, ତା’ ମଧ୍ୟ ଦେଖିବାକୁ ରହିଛି। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହିଁ ଏକମାତ୍ର ବାଟ। ଏହି ଯୁଦ୍ଧରେ କୌଣସି ପକ୍ଷର ବି ବିଜୟ ହେବନି। ୟୁକ୍ରେନ ସଙ୍କଟ ଯୋଗୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଏହି ସ୍ଥିତି ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ ଓ ବିଶ୍ୱକୁ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହେବାକୁ ପଡ଼ିବ। ଯୁଦ୍ଧ ଯୋଗୁ ତୈଳଦର ବଢ଼ୁଛି। ଦରବୃଦ୍ଧି ବିଶ୍ୱର ପ୍ରତିଟି ପରିବାରକୁ ପ୍ରଭାବିତ କରୁଛି ବୋଲି ମୋଦି କହିଛନ୍ତି।

ତେବେ ମୋଦି ସିଧାସଳଖ ରୁଷର ହମଲାକୁ ନିନ୍ଦା କରିନାହାନ୍ତି। କିନ୍ତୁ ତାଙ୍କ ଆଗରେ ଜର୍ମାନୀ ଚାନସେଲର ସ୍କୋଲ୍ଜ ଖୋଲାଖୋଲି ଭାବେ ରୁଷ ଅନ୍ତର୍ଜାତୀୟ ଆଇନର ଧଜିଆ ଉଡ଼ାଇଥିବା କହିଛନ୍ତି। ସେ କହିଛନ୍ତି, “ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ମୌଳିକ ମୂଲବୋଧକୁ ବେଖାତିର କରିଛି। ଗୋଟିଏ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କେହି ପ୍ରଶ୍ନ କରିବା କଥା ନୁହେଁ। ଏକଥାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏକମତ ହୋଇଛନ୍ତି। ଆମେ ଭବିଷ୍ୟତକୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଛୁ। କେହି କାହା ସହ ଯୁଦ୍ଧ କରି ନୁହେଁ ବରଂ ଆର୍ଥିକ ବିକାଶ ଦ୍ୱାରା ପରସ୍ପରର ବିକାଶର ସାଥୀ ହେବାକୁ ନିଷ୍ପତ୍ତି ନେଇଛୁ।”

ଏହାପରେ ଦୁଇ ଦେଶର ନେତା ଭାରତ ଓ ୟୁରୋପ ୟୁନିୟନ ମଧ୍ୟରେ ଆଗକୁ ହେବାକୁ ଥିବା ମାଗଣା ବ୍ୟବସାୟିକ ସମ୍ପର୍କିତ ଆଲୋଚନା ପାଇଁ ଏକ ଘୋଷଣାପତ୍ରରେ ଦସ୍ତଖତ କରିଛନ୍ତି। ଏହାବାଦ୍‌ ସ୍କୋଲ୍ଜ ଆସନ୍ତାମାସରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ବୈଠକଙ୍କୁ ମୋଦିଙ୍କୁ ନିମନ୍ତ୍ରଣ କରିଥିବା କଥାକୁ ନିଶ୍ଚିତ କରିଛନ୍ତି। ୨୦୨୧ ଡିସେମ୍ବରରେ ସ୍କୋଲ୍ଜ ଜର୍ମାନୀର ଚାନସେଲର ହୋଇଥିଲେ। ଏହାପରେ ସେ ମୋଦିଙ୍କ ସହ ପ୍ରଥମଥର ପାଇଁ ବୈଠକ କରିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ମୋଦି ବର୍ଲିନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମୋଦି ପ୍ରବାସୀ ଭାରତୀୟ ପରିବାରର କୁନି କୁନି ପିଲାଙ୍କୁ ଭେଟିଛନ୍ତି। ଜର୍ମାନୀ ପରେ ସେ ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ। ଆଜିଠାରୁ ସେ ୩ ଦିନିଆ ୟୁରୋପ ଗସ୍ତରେ ଯାଇଛନ୍ତି।

ମୋଦିଙ୍କ ପାଇଁ ଆଜି ଉତ୍ସବ ମୁଖର ହୋଇଉଠିଥିଲା ବର୍ଲିନର ପ୍ରସିଦ୍ଧ ବ୍ରାଣ୍ଡେନବର୍ଗ ଗେଟ୍। ଭାରତୀୟ ବାଦ୍ୟ, ନାଚ ଗୀତ ସହ ମୋଦି ମୋଦି ନାରାରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଜର୍ମାନୀ ରାଜଧାନୀ ବର୍ଲିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ଭାରତୀୟ ସମୁଦାୟ ଏପରି ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story