ଭୟରେ ୨୦ ବର୍ଷ ଲୁଚିବା ପରେ ଆଫଗାନ ଫେରିଲା ଲାଡେନର ବଡିଗାର୍ଡ

କାବୁଲ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନର ସୁରକ୍ଷା କଥା ବୁଝୁଥିବା ଅମୀନ ଉଲ-ହକ୍‌ ଶେଷରେ ଆଫଗାନିସ୍ତାନ ଫେରିଛି। ୨୦୦୧ରେ ଆମେରିକା ଲାଡେନକୁ ମାରିବା ପାଇଁ ଆଫଗାନରେ ଯୁଦ୍ଧ ଡାକରା ଦେବାରୁ ଭୟରେ ଅମୀନ ଫେରାର ହୋଇ ଯାଇଥିଲା। ଆଫଗାନରେ ଆମେରିକା ୨୦ ବର୍ଷ କାଳ ଯୁଦ୍ଧ କରୁଥିବା ବେଳେ ଅମୀନ ଭୟରେ ଲୁଚି ରହିଥିଲା। ଏବେ ଆଫଗାନରୁ ଆମେରିକା ଚାଲିଯିବା ସହ ତାଲିବାନ କ୍ଷମତା ଦଖଲ କରିଛି। ଏଥିରେ ଆଶ୍ୱସ୍ତିଲାଭ […]

laden

laden

Hemant Lenka
  • Published: Thursday, 02 September 2021
  • Updated: 02 September 2021, 05:28 PM IST

Sports

Latest News

କାବୁଲ: କୁଖ୍ୟାତ ଆତଙ୍କୀ ସଂଗଠନ ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନର ସୁରକ୍ଷା କଥା ବୁଝୁଥିବା ଅମୀନ ଉଲ-ହକ୍‌ ଶେଷରେ ଆଫଗାନିସ୍ତାନ ଫେରିଛି। ୨୦୦୧ରେ ଆମେରିକା ଲାଡେନକୁ ମାରିବା ପାଇଁ ଆଫଗାନରେ ଯୁଦ୍ଧ ଡାକରା ଦେବାରୁ ଭୟରେ ଅମୀନ ଫେରାର ହୋଇ ଯାଇଥିଲା।

ଆଫଗାନରେ ଆମେରିକା ୨୦ ବର୍ଷ କାଳ ଯୁଦ୍ଧ କରୁଥିବା ବେଳେ ଅମୀନ ଭୟରେ ଲୁଚି ରହିଥିଲା। ଏବେ ଆଫଗାନରୁ ଆମେରିକା ଚାଲିଯିବା ସହ ତାଲିବାନ କ୍ଷମତା ଦଖଲ କରିଛି। ଏଥିରେ ଆଶ୍ୱସ୍ତିଲାଭ କରି ଅମୀନ ନିଜ ଜନ୍ମମାଟିକୁ କମବ୍ୟାକ କରିଛି। କୁହାଯାଉଛି, ତାଲିବାନ ଓ ଅଲକାଏଦା ମଧ୍ୟରେ ଥିବା ମଧୁଚନ୍ଦ୍ରିକାର ସୂତ୍ରଧର ଥିଲା ଅମୀନ। ଏବେ ସେ ତାଲିବାନର ଆଫଗାନ ଶାସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କୁହାଯାଉଛି।

୨୦୦୧ରୁ ଆଫଗାନରୁ ଫେରାର ହେବା ପରେ ସେ ପାକିସ୍ତାନ ଚାଲି ଯାଇଥିଲା। ସେଠାରେ ଲୁଚି ଥିବା ବେଳେ ତାକୁ ଗିରଫ କରାଯାଇଥିଲା। ୩ ବର୍ଷ ଜେଲରେ ରହିବା ପରେ ୨୦୧୧ରେ ସେ ଖଲାସ ହୋଇଥିଲା। କିନ୍ତୁ ତା’ ପରେ ଅମୀନ ସମ୍ପର୍କରେ କୌଣସି ତଥ୍ୟ ମିଳି ନଥିଲା।

ବୁଧବାର ସେ ଆଫଗାନର ନଙ୍ଗରାହାର ଠାରେ ପହଞ୍ଚିଥିବା ଭିଡିଓ ସାମ୍ନାକୁ ଆସିଛି। କାରରେ ବସି ସେ ରାଜକୀୟ ଷ୍ଟାଇଲରେ ଚେକପୋଷ୍ଟ ଅତିକ୍ରମ କରୁଥିବା ବେଳେ ତାଲିବାନୀର ଯୋଦ୍ଧାମାନେ ତା’କୁ ସଲାମ କରିଥିଲେ। ସେହିପରି କିଛି ଲୋକ ମଧ୍ୟ କାର୍ ପାଖକୁ ଯାଇ ତା’କୁ ଶୁଭେଚ୍ଛା ଜଣାଇଥିଲେ। ତାଲିବାନ ଶାସନ ସମୟରେ ଆଫଗାନରେ ଅଲକାଏଦା ମୁକ୍ତ ଭାବେ କାମ କରିବାର ସୁଯୋଗ ପାଇବ ବୋଲି ଏହି ଭିଡିଓରୁ ଆଶଙ୍କା ପ୍ରକାଶ ପାଇଛି।

ଓସାମା ଜୀବିତ ଥିବା ବେଳେ ଅମୀନ ତା’ର ସୁରକ୍ଷା ଦାୟିତ୍ୱ ନିର୍ବାହ କରୁଥିବା ତଥାକଥିତ ବ୍ଲାକ ଗାର୍ଡ ଗ୍ରୁପ୍‌ର ମୁଖ୍ୟ ରହିଥିଲା। ତା’ ନିର୍ଦ୍ଦେଶରେ ଓସାମାକୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯାଉଥିଲା। ୧୯୬୦ରେ ନଙ୍ଗରାହାରରେ ଜନ୍ମ ଗ୍ରହଣ କରିଥିବା ହକ୍‌ ପେସାରେ ଜଣେ ଡାକ୍ତର।
ଯୁବାବସ୍ଥାରେ ସେ ପାକିସ୍ତାନରେ ଡାକ୍ତର ଭାବେ କାର୍ଯ୍ୟ ମଧ୍ୟ କରୁଥିଲା। ନଙ୍ଗରାହାରରେ ଆଇଏସ୍‌-କେ ମଧ୍ୟ ସକ୍ରିୟ ରହିଛି। ୨୦୦୭ରେ ନଙ୍ଗରାହାରରେ ଆମେରିକା କରିଥିବା ଆକ୍ରମଣରେ ସେ ଆହତ ମଧ୍ୟ ହୋଇଥିଲା। କିନ୍ତୁ ସେଠାରୁ ଜୀବିତ ଅବସ୍ଥାରେ ଖସି ଯିବାକୁ ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story