ଭୟଙ୍କର ଆତଙ୍କୀ ହମଲା: କ୍ୟାପ୍ଟେନ ଓ ୧୧ ଯବାନ ମୃତ, ଗୁଳି ବିନିମୟ ଜାରି

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ଆତଙ୍କବାଦୀ ହମଲା ହୋଇଛି। ଏଥିରେ ଜଣେ କ୍ୟାପ୍ଟେନ ରାଙ୍କର ଅଫିସର ଓ ୧୧ ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି। ପାକିସ୍ତାନର ଖାୟବର ପାଖତୁନଖ୍ୱା ପ୍ରଦେଶରେ ସୁରକ୍ଷାକର୍ମୀ ଓ ଟେଲିକମ କର୍ମଚାରୀଙ୍କୁ ଟାର୍ଗେଟ କରି ଆଜି ସନ୍ଧ୍ୟାରେ ଆତଙ୍କବାଦୀ ହମଲା କରିଥିଲେ। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ କ୍ୟାପ୍ଟେନ ଓ ୧୧ ଜଣ ଯବାନ ପ୍ରାଣ ହରାଇଥିବା ଖବର ମିଳିଛି। ସେହିପରି ଆତଙ୍କବାଦୀମାନେ କିଛି ସୈନ୍ୟ ଓ ଟେଲିକମ କର୍ମଚାରୀଙ୍କୁ ପଣବନ୍ଦୀ କରି […]

Pakistan

Hemant Lenka
  • Published: Tuesday, 13 July 2021
  • , Updated: 13 July 2021, 08:13 PM IST

ଇସଲାମାବାଦ: ପାକିସ୍ତାନରେ ଭୟଙ୍କର ଆତଙ୍କବାଦୀ ହମଲା ହୋଇଛି। ଏଥିରେ ଜଣେ କ୍ୟାପ୍ଟେନ ରାଙ୍କର ଅଫିସର ଓ ୧୧ ଜଣ ଯବାନ ପ୍ରାଣ ହରାଇଥିବା ଜଣାପଡ଼ିଛି। ପାକିସ୍ତାନର ଖାୟବର ପାଖତୁନଖ୍ୱା ପ୍ରଦେଶରେ ସୁରକ୍ଷାକର୍ମୀ ଓ ଟେଲିକମ କର୍ମଚାରୀଙ୍କୁ ଟାର୍ଗେଟ କରି ଆଜି ସନ୍ଧ୍ୟାରେ ଆତଙ୍କବାଦୀ ହମଲା କରିଥିଲେ।

ଏଥିରେ ବର୍ତ୍ତମାନ ସୁଦ୍ଧା ଜଣେ କ୍ୟାପ୍ଟେନ ଓ ୧୧ ଜଣ ଯବାନ ପ୍ରାଣ ହରାଇଥିବା ଖବର ମିଳିଛି। ସେହିପରି ଆତଙ୍କବାଦୀମାନେ କିଛି ସୈନ୍ୟ ଓ ଟେଲିକମ କର୍ମଚାରୀଙ୍କୁ ପଣବନ୍ଦୀ କରି ରଖିଥିବା ରିପୋର୍ଟ ମିଳିଛି।

ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଅଫିସରଙ୍କ ନାଁ କ୍ୟାପ୍ଟେନ ଅବଦୁଲ ବସିତ। ଏହି ହମଲାରେ ଆଉ ୧୫ ଜଣ ସୈନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାକିସ୍ତାନ ଆର୍ମିର ଯବାନମାନେ ଖୁରମାରେ ହୋଇଥିବା ଏହି ହମଲାର ଜବାବ ଦେବାକୁ ପୂରା ଅଞ୍ଚଳକୁ କର୍ଡନ କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ସୈନ୍ୟଙ୍କୁ ଉଦ୍ଧାର କରିବା ପାଇଁ କ୍ୟାପ୍ଟେନ ବସିତଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଅପରେସନ କରୁଥିବା ବେଳେ ହିଁ ନିହତ ହୋଇଛନ୍ତି।

କିଛି ସୈନ୍ୟଙ୍କ ବ୍ୟତୀତ ୬ ଜଣ ଟେଲିକମ କର୍ମଚାରୀମାନଙ୍କୁ ମଧ୍ୟ ଆତଙ୍କବାଦୀମାନେ ଅପହରଣ କରି ରଖିଛନ୍ତି। ଏହି ହମଲା ଓ ପଣବନ୍ଦୀ ପଛରେ ଆତଙ୍କବାଦୀ ହାଫିଜ ଦୌଲତ ଖାନର ହାତ ଥିବା କୁହାଯାଉଛି।

ଜିଓ ଟିଭିରେ କୁହାଯାଇଛି ଯେ ସେନାର ପାଲଟା ଆକ୍ରମଣରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ବି ଗୁଳି ବିନିମୟ ଜାରି ରହିଛି। ଅପରେସନକୁ ଜୋରାଦାର କରାଯାଇ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

Related story