ଇମ୍ରାନ ଖାନଙ୍କ ବଦଳିଲା ସ୍ୱର, ଭାରତ-ଆମେରିକାକୁ ନେଇ ମାରିଲେ ୟୁ-ଟର୍ଣ୍ଣ

ଇସଲାମାବାଦ: ଚୌକି ଯିବା ପରେ ବଦଳିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସ୍ୱର। ଭାରତ ଓ ଆମେରିକାରକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ତେହରିକ-ଏ-ଇନ୍‌ସାଫର ଅଧ୍ୟକ୍ଷ। ପୂର୍ବରୁ ତାଙ୍କ ସରକାର ଗଡିବା ଓ ତାଙ୍କୁ ସତ୍ତାରୁ ହଟାଇବା ପଛରେ ଆମେରିକାର ଷଡଯନ୍ତ୍ର ଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ। ଏବେ ଇମ୍ରାନ ତାଙ୍କର ଏହି କଥାରେ ୟୁ-ଟର୍ଣ୍ଣ ମାରିଛନ୍ତି। କରାଚିରେ ଆୟୋଜିତ ଏକ ରାଲିରେ ସେ ଭାରତ, ୟୁରୋପ ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ସମେତ […]

Imran Khan

Imran Khan

Madhupriya Mistry
  • Published: Sunday, 17 April 2022
  • Updated: 17 April 2022, 11:35 AM IST

Sports

Latest News

ଇସଲାମାବାଦ: ଚୌକି ଯିବା ପରେ ବଦଳିଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସ୍ୱର। ଭାରତ ଓ ଆମେରିକାରକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ତେହରିକ-ଏ-ଇନ୍‌ସାଫର ଅଧ୍ୟକ୍ଷ। ପୂର୍ବରୁ ତାଙ୍କ ସରକାର ଗଡିବା ଓ ତାଙ୍କୁ ସତ୍ତାରୁ ହଟାଇବା ପଛରେ ଆମେରିକାର ଷଡଯନ୍ତ୍ର ଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ। ଏବେ ଇମ୍ରାନ ତାଙ୍କର ଏହି କଥାରେ ୟୁ-ଟର୍ଣ୍ଣ ମାରିଛନ୍ତି। କରାଚିରେ ଆୟୋଜିତ ଏକ ରାଲିରେ ସେ ଭାରତ, ୟୁରୋପ ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ସମେତ କୌଣସି ଦେଶ ବିରୋଧୀ ନୁହନ୍ତି ବୋଲି କହିଛନ୍ତି।

କରାଚିର ବାଗ-ଏ-ଜିନ୍ନାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପିଟିଆଇ ମୁଖ୍ୟ କହିଛନ୍ତି, 'ସେ ମାନବିକତା ସହ ଅଛନ୍ତି। ରାଲିରେ ଭାଷଣ ଦେଇ ସେ କହିଛନ୍ତି, "ମୁଁ କୌଣସି ଦେଶ ବିରୋଧୀ ନୁହେଁ, ମୁଁ ଭାରତ ବିରୋଧୀ ନୁହେଁ, ୟୁରୋପ ବିରୋଧୀ ନୁହେଁ କିମ୍ବା ଆମେରିକା ବିରୋଧୀ ନୁହେଁ। ମୁଁ ମାନବିକତା ସହିତ ଅଛି ... ମୁଁ କୌଣସି ସମ୍ପ୍ରଦାୟର ବିରୋଧୀ ନୁହେଁ।'

ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ପଛରେ "ବିଦେଶୀ ଷଡଯନ୍ତ୍ର" ଅଭିଯୋଗ ଆଣି ପାକିସ୍ତାନ ତେହେରିକ-ଏ-ଇନସାଫ ଆମେରିକା ବିରୋଧରେ ସାରା ଦେଶରେ ଅନେକ ବିରୋଧ ପ୍ରଦର୍ଶନ କରିଥିଲା।

ମିଳିତ ଜାତିସଂଘର ସାଧାରଣ ସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ପାକିସ୍ତାନକୁ ରୁଷ ବିରୋଧରେ ଭୋଟ୍ ଦେବାକୁ ଇମ୍ରାନ ଖାନ ଇଉରୋପୀୟ ୟୁନିଅନ ଉପରକୁ ମଧ୍ୟ ଟାର୍ଗେଟ କରିଥିଲେ। ପାଶ୍ଚାତ୍ୟର ପ୍ରଭାବରୁ ଦେଶର ବୈଦେଶିକ ନୀତି ମୁକ୍ତ କରିବାକୁ ସେ ଦେଶରେ ପ୍ରଚାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତକୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଭାରତକୁ ପ୍ରଶଂସା କରୁଛନ୍ତି।

ଇମ୍ରାନ୍‌ ଖାନ୍‌ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବର ଗୋଟିଏ ଦିନ ପୂର୍ବରୁ ଦେଶକୁ ସମ୍ବୋଧିତ କରି ଭାରତକୁ ପ୍ରଶଂସାରେ ପୋତି ପକାଇଥିଲେ। ସେ କହିଥିଲେ, 'ଭାରତୀୟମାନେ ଆତ୍ମନିର୍ଭରଶୀଳ। ଭାରତର ବୈଦେଶିକ ନୀତି ସ୍ୱତନ୍ତ୍ର ଏବଂ ଲୋକଙ୍କ ମଙ୍ଗଳ ପାଇଁ।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos