ହଠାତ୍‌ ବଦଳିଲେ ଆଇଏସଆଇ ମୁଖ୍ୟ

ଇସଲାମାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପାକିସ୍ତାନ ଆର୍ମି ହଠାତ୍‌ ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟଙ୍କ ବଦଳି କରିଛି। ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇଛି ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଆଇଏସ୍‌ଆଇର ମୁଖ୍ୟ ଭାବେ ଏଯାଏ କାହାର ନାଁ ଘୋଷଣା କରାଯାଇନି। କାହିଁକି ପାକିସ୍ତାନ ଆର୍ମି ଏପରି ପଦକ୍ଷେପ ନେଲା ସେକଥା ମଧ୍ୟ ଜଣାପଡ଼ିନି। ୨୦୧୯ ମସିହା ଜୁନ୍ ୧୬ରେ ହମୀଦ ଗୁଇନ୍ଦା ସଂସ୍ଥା […]

ISI

ISI

Hemant Lenka
  • Published: Thursday, 07 October 2021
  • Updated: 07 October 2021, 09:59 AM IST

Sports

Latest News

ଇସଲାମାବାଦ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପାକିସ୍ତାନ ଆର୍ମି ହଠାତ୍‌ ଦେଶର ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟଙ୍କ ବଦଳି କରିଛି। ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମୀଦଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ବଦଳି କରାଯାଇଛି ପେଶାୱର କ୍ରପ୍ସ କମାଣ୍ଡର ଭାବେ ନିଯୁକ୍ତି ଦିଆଯାଇଛି।

ତେବେ ଆଇଏସ୍‌ଆଇର ମୁଖ୍ୟ ଭାବେ ଏଯାଏ କାହାର ନାଁ ଘୋଷଣା କରାଯାଇନି। କାହିଁକି ପାକିସ୍ତାନ ଆର୍ମି ଏପରି ପଦକ୍ଷେପ ନେଲା ସେକଥା ମଧ୍ୟ ଜଣାପଡ଼ିନି। ୨୦୧୯ ମସିହା ଜୁନ୍ ୧୬ରେ ହମୀଦ ଗୁଇନ୍ଦା ସଂସ୍ଥା ଆଇଏସଆଇର ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ। ଏହାପୂର୍ବରୁ ସେ ଆଇଏସ୍‌ଆଇରେ କାମ କରୁଥିବା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା।

ହମୀଦଙ୍କୁ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମାର ବାଜୱାଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଏ। ପାକିସ୍ତାନ ୨୦୧୯ରେ ଅନେକ ବାହ୍ୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ବେଳେ ହମୀଦ ଆଇଏସ୍‌ଆଇର ଦାୟିତ୍ୱ ନେଇଥିଲେ। ସେ ଆଫଗାନିସ୍ତାନରେ କ୍ଷମତା ପରିବର୍ତ୍ତନ ଉପରେ ନଜର ରଖିଥିଲେ।

କୁହାଯାଉଛି ତାଲିବାନ ଆଫଗାନକୁ ଦଖଲ କରିବାରେ ହମୀଦ ସହଯୋଗ କରିଛନ୍ତି। ଏପରି କି ତାଲିବାନ ସରକାର ଗଠନ କରୁଥିବା ବେଳେ କାବୁଲରେ ହମୀଦ ମଧ୍ୟ ଉପସ୍ଥିତ ରହିଥିଲେ। ସେପ୍ଟେମ୍ବର ମାସରେ ସେ କାବୁଲ ଗସ୍ତ କରିଥିଲେ। ଏହି ସମୟରେ ତାଲିବାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ସେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ “ଆଫଗାନିସ୍ତାନୀ ସବୁ କିଛି ଖୁବଶୀଘ୍ର ଠିକ ହୋଇଯିବ। କାହା ମଧ୍ୟରେ କୌଣସି ବିବାଦ ନାହିଁ।”

ଏବେ କିନ୍ତୁ ଆଇଏସ୍‌ଆଇର ମୁଖ୍ୟ ପଦରୁ ତାଙ୍କର ବଦଳି ହୋଇଯାଇଛି। ପାକ୍‌ ଆର୍ମି ବୁଧବାର ହମୀଦଙ୍କ ସହ ଆଉ ଦୁଇ ବରିଷ୍ଠ ପଦବୀ ପାଇଁ ନାଁ ଘୋଷଣା କରିଛି। ନିର୍ଦ୍ଦେଶନାମା ଅନୁଯାୟୀ, ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆମୀର ଗୁଜରାନୱାଲା କ୍ରପ୍ସ କମାଣ୍ଡର ଓ ଲେଫ୍ଟନାଣ୍ଟ ଜେନେରାଲ ଅସୀମ ମୁନିର ଆର୍ମିର କ୍ୱାର୍ଟର ମାଷ୍ଟର ଜେନେରାଲ ଭାବେ ଦାୟିତ୍ୱ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos