ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍
ଇସଲାମାବାଦ: ଯେକୌଣସି ମୁହୂର୍ତ୍ତରେ ବି ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ତାଙ୍କ ବିରୋଧରେ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ନେଇ ମାମଲା ରୁଜୁ ହୋଇଛି। ସାଉଦି ଆରବ ସ୍ଥିତ ମସଜିଦ-ଇ-ନବବିର ଯାତ୍ରା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବିରୋଧରେ ଆପତ୍ତିଜନ ନାରାବାଜି କରିଥିବା ମାମଲାକୁ ନେଇ ତେହେରିକ-ଇ-ଇନସାଫର ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଇମ୍ରାନ ଖାନର ସମର୍ଥକମାନେ ଶାହବାଜ ସରିଫଙ୍କ ମସଜିଦ ଯାତ୍ରା ବେଳେ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ଆପତ୍ତିଜନକ ଶବ୍ଦ ମଧ୍ୟ ପ୍ରୟୋଗ କରିଥିଲେ ବୋଲି ଅଭିଯୋଗ ହୋଇଛି।
ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ କହିଛନ୍ତି, ମସଜିଦ ଏକ ପବିତ୍ର ସ୍ଥାନ। ଏଭଳି ଏକ ପବିତ୍ର ସ୍ଥାନରେ ନାରାବାଜି କରିବା ଅପରାଧ, ଯାହାକୁ କ୍ଷମା କରାଯାଇନପାରେ। ସାଉଦି ଆରବ ମଧ୍ୟ ଇମ୍ରାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।
ଫୈସଲାବାଦରେ ଇମ୍ରାନ ଖାନ୍ଙ୍କ ବ୍ୟତୀତ, ଶହବାଜ ଗିଲ୍, ଫୱାଦ ଚୌଧରୀ, କାସିମ ସୁରୀ, ଶାହବଜାଦା ଜାହାଙ୍ଗିର ଖାନ୍, ଅନୀଲ ମୁସର୍ରତ ଏବଂ ଶେଖ ରସିଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଇମ୍ରାନ ଓ ତାଙ୍କ ସହଯୋଗୀଙ୍କୁ ଏହି ଅଭିଯୋଗରେ ୫ରୁ ୮ ବର୍ଷ ଯାଏଁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ଏଥିସହ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡିପାରେ।
ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୨୮ ତାରିଖ ଦିନ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ନିଜ ପ୍ରତିନିଧିମଣ୍ଡଳଙ୍କ ସହ ୩ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପରେ ଏହା ସରିଫଙ୍କ ପ୍ରଥମ ବିଦେଶ ଯାତ୍ରା ଥିଲା। ନିଜର ଏହି ଯାତ୍ରା ବେଳେ ସରିଫ ଏବଂ ତାଙ୍କ ପ୍ରତିନିଧିମଣ୍ଡଳଙ୍କୁ ପ୍ରବଳ ବିରୋଧ ଓ ନାରାବାଜିର ସାମ୍ନା କରିବାକୁ ପଡିଥିଲା। ଇମ୍ରାନଙ୍କ ସମର୍ଥକମାନେ ସରିଫଙ୍କ ବିରୋଧରେ ‘ଚୋର ଚୋର’ ସ୍ଲୋଗାନ ଦେଇଥିଲେ।
Blasphemy case registered against PTI chairman Imran Khan , former int minister Sheikh Rashid, IK’s chief of staff Shahbaz Gill and others in Faisalabad over Masjid e Nabawi, Madina incident pic.twitter.com/7Lgs2lT6nq
— Shahid Abbasi (@ShahidAbbasiPak) April 30, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।