ରାଫେଲକୁ ଡରି ଚାଇନାଠାରୁ ୨୫ଟି ଜେ-୧୦ସି ଯୁଦ୍ଧ ବିମାନ ଆଣିଲା ପାକ୍‌

ଇସଲାମାବାଦ: ଭାରତର ରାଫେଲ ଯୁଦ୍ଧ ବିମାନକୁ କାଉଣ୍ଟର କରିବାକୁ ଯୋଜନା କରିଛି ପାକିସ୍ତାନ। ଏଥିପାଇଁ ଇମ୍ରାନ ଖାନ ସରକାର ଚାଇନାଠାରୁ ୨୫ଟି ଅତ୍ୟାଧୁନିକ ଜେ -୧୦ସି ଯୁଦ୍ଧ ବିମାନ କିଣିଛନ୍ତି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ଅହମଦ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସବୁ ପାଣିପାଗ ଓ ପରିସ୍ଥିତିରେ ଖାପ ଖୁଆଇ ପାରୁଥିବା ଗୋଟିଏ ସଂପୂର୍ଣ୍ଣ ସ୍କ୍ୱାର୍ଡର୍ନର ୨୫ଟି ଜେ-୧୦ସି ଯୁଦ୍ଧି ବମାନ କିଣା ଯାଇଥିବା ରାୱଲପିଣ୍ଡିରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଥିସହ ଆସନ୍ତା ବର୍ଷ […]

J-10C

J-10C

Hemant Lenka
  • Published: Thursday, 30 December 2021
  • Updated: 30 December 2021, 04:37 PM IST

Sports

Latest News

ଇସଲାମାବାଦ: ଭାରତର ରାଫେଲ ଯୁଦ୍ଧ ବିମାନକୁ କାଉଣ୍ଟର କରିବାକୁ ଯୋଜନା କରିଛି ପାକିସ୍ତାନ। ଏଥିପାଇଁ ଇମ୍ରାନ ଖାନ ସରକାର ଚାଇନାଠାରୁ ୨୫ଟି ଅତ୍ୟାଧୁନିକ ଜେ -୧୦ସି ଯୁଦ୍ଧ ବିମାନ କିଣିଛନ୍ତି। ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ ଅହମଦ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ସବୁ ପାଣିପାଗ ଓ ପରିସ୍ଥିତିରେ ଖାପ ଖୁଆଇ ପାରୁଥିବା ଗୋଟିଏ ସଂପୂର୍ଣ୍ଣ ସ୍କ୍ୱାର୍ଡର୍ନର ୨୫ଟି ଜେ-୧୦ସି ଯୁଦ୍ଧି ବମାନ କିଣା ଯାଇଥିବା ରାୱଲପିଣ୍ଡିରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ଏଥିସହ ଆସନ୍ତା ବର୍ଷ ମାର୍ଚ୍ଚ ୨୩ରେ ଅନୁଷ୍ଠିତ ହେବାକୁ ଥିବା ପାକିସ୍ତାନ ଦିବସରେ ସେନା ଯବାନମାନେ ଏଗୁଡ଼ିକର ଉଡ଼ାଣ କରିବେ। ଦୁନିଆର ସବୁଠାରୁ ବଡ଼ ଯୁଦ୍ଧ ବିମାନ ହେଉଛି ଜେ-୧୦ସି ବୋଲି ସେ କହିଛନ୍ତି। ଚାଇନା ମଧ୍ୟ ଯୁଦ୍ଧ ବିମାନକୁ ନେଇ ସବୁବେଳେ ଏପରି ଦାବି କରି ଆସୁଛି। ହେଲେ ପାକିସ୍ତାନର ଜଣେ ସାଂସଦ ଏହାର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ସତ୍ତ୍ୱେ ପାକିସ୍ତାନ ସରକାର ଚାଇନା ଠାରୁ ଯୁଦ୍ଧ ବିମାନ କିଣିଛନ୍ତି।

ସର୍ବଦା ନିଜ ଇଂରାଜୀକୁ ଓ ତଥ୍ୟଗତ ତ୍ରୁଟିକୁ ନେଇ ସମାଲୋଚିତ ହେଉଥିବା ଶେଖ ରଶିଦ ଆଜି ମଧ୍ୟ ଜେ-୧୦ସି ଯୁଦ୍ଧ ବିମାନ କିଣା ପାଇଁ ହୋଇଥିବା ଚୁକ୍ତି ସମ୍ପର୍କରେ ଘୋଷଣା କରିବା ବେଳେ ଝୁଣ୍ଟିଛନ୍ତି। ସେ ଜେ-୧୦ସି ଯୁଦ୍ଧ ବିମାନ ବଦଳରେ ଏହାକୁ ଜେଏସ୍‌-୧୦ ବୋଲି କହିଛନ୍ତି।

ସେ କହିଛନ୍ତି, “ପାକିସ୍ତାନ ଦିବସରେ ପ୍ରଥମଥର ପାଇଁ ଭିଆଇପି ଅତିଥିମାନେ ଯୋଗଦେବେ। ଏହି ସମୟରେ ଜେଏସ୍‌-୧୦ (ଜେ-୧୦ସି) ଯୁଦ୍ଧ ବିମାନର ଋଣକୌଶଳ ପ୍ରଦର୍ଶନ କରାଯିବ। ପାକିସ୍ତାନ ବାୟୁସେନା ପକ୍ଷରୁ ଚାଇନାର ଜେଏସ୍‌-୧୦(ଜେ-୧୦ସି) ଯୁଦ୍ଧ ବିମାନ ଉଡ଼ା ଯିବ। ରାଫେଲକୁ ଜବାବ ଦେବାକୁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।”

ଗତବର୍ଷ ଡିସେମ୍ବର ୭ରେ ପାକିସ୍ତାନ ଓ ଚାଇନା ମିଳିତ ଭାବେ ସମରାଭ୍ୟାସ କରିଥିଲେ। ପ୍ରାୟ ୨୦ ଦିନ ଧରି ପାକିସ୍ତାନ ସେନା ଅଧିକାରୀ ଓ ବିଶେଷଜ୍ଞମାନେ ଚାଇନାର ଜେ-୧୦ସି ଯୁଦ୍ଧ ବିମାନ ସମ୍ପର୍କରେ ତାଲିମ ନେଇଥିଲେ। ଚାଇନା ପକ୍ଷରୁ ଜେ-୧୦ସି, ଜେ-୧୧ବି, କେଜେ-୫୦୦ ସତର୍କ ସୂଚନା ଜାରି କରୁଥିବା ବିମାନ ଓ ୱାଇ-୮ ଇଲେକ୍ଟ୍ରୋନିକ ଯୁଦ୍ଧ ବିମାନ ଅଣା ଯାଇଥିଲା। ପାକିସ୍ତାନ କେବଳ ଜେଏଫ-୧୭ ଓ ମିରାଗ ଟ୍ରିପଲ ଆଇ ଯୁଦ୍ଧ ବିମାନ ସହ ନିଜର ରଣକୌଶଳ ପ୍ରଦର୍ଶନ କରିଥିଲା।

ପାକିସ୍ତାନ ପାଖରେ ଏବେ ଆମେରିକା ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ରହିଛି। ତେବେ ଭାରତ ରାଫେଲ ଯୁଦ୍ଧ ବିମାନ ହାସଲ କରିଥିବାରୁ ପାକିସ୍ତାନ ଏହାକୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ଇସଲମାବାଦ ଜେ-୧୦ସି ଯୁଦ୍ଧ ବିମାନ କିଣିଥିବା କୁହାଯାଉଛି।

ଚାଇନାର ଜେ-୧୦ସି ଯୁଦ୍ଧ ବିମାନ ସବୁ ପ୍ରକାର ପାଗରେ ଉଡ଼ିବାର କ୍ଷମତା ରଖିଛି। ୨୦୦୬ ମସିହାରେ ଚାଇନା ଏହି ଯୁଦ୍ଧ ବିମାନକୁ ନିଜ ଦେଶର ସେନାରେ ସାମିଲ କରିଥିଲା। ବର୍ଷ ବର୍ଷ ଧରି ଏହି ଏକକ ଇଞ୍ଜିନ ବିଶିଷ୍ଟ ଯୁଦ୍ଧ ବିମାନ ଚାଇନା ବାୟୁସେନାର ମୁଖ୍ୟ ଅସ୍ତ୍ର ପାଲଟିଛି। ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଚାଇନା ପାଖରେ ଏବେ ୪୬୮ଟି ଜେ-୧୦ସି ଯୁଦ୍ଧ ବିମାନ ରହିଛି। ଏହି ବିମାନ ଆମେରିକାର ଏଫ-୧୬ ସହ ପ୍ରାୟ ସମାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story