ଇମ୍ରାନ ଖାନ୍‌ଙ୍କୁ  ସୁପ୍ରିମକୋର୍ଟଙ୍କ ଶକ୍ତ ଝଟ୍‌କା, ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିବେ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ  ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା । ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ। ଆସନ୍ତା  ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।  ସେହିପରି ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ମଧ୍ୟ ଖାରଜ୍‌ କରିଛନ୍ତି ସୁପ୍ରିମକୋର୍ଟ। ଇମ୍ରାନ୍‌ ଖାନ୍‌  ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି। ସେହିପରି  ଅଦାଲତ […]

Imran-Khan.jpg1

Imran-Khan.jpg1

Tapas Behera
  • Published: Thursday, 07 April 2022
  • Updated: 07 April 2022, 09:42 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ  ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା । ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ  ଅନାସ୍ଥା ପ୍ରସ୍ତାବ ଖାରଜକୁ ଅସାମ୍ବିଧାନିକ କହିଲେ ସୁପ୍ରିମକୋର୍ଟ। ଆସନ୍ତା  ଏପ୍ରିଲ ୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ।  ସେହିପରି ସଂସଦ ଭଙ୍ଗ ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ପୁନଃ ନିର୍ବାଚନ ନିଷ୍ପତ୍ତିକୁ ମଧ୍ୟ ଖାରଜ୍‌ କରିଛନ୍ତି ସୁପ୍ରିମକୋର୍ଟ। ଇମ୍ରାନ୍‌ ଖାନ୍‌  ସମ୍ବିଧାନ ମାନିବାକୁ ବାଧ୍ୟ ବୋଲି କୋର୍ଟ କହିଛନ୍ତି।

ସେହିପରି  ଅଦାଲତ ନିର୍ବାଚନ କମିଶନଙ୍କୁ ସମନ କରିଛନ୍ତି । ସେହିପରି ଅନାସ୍ଥା ପ୍ରସ୍ତାବ ଖାରଜ ପାଇଁ ନିର୍ଦ୍ଦେଶ ଦେଇଥିବା ପାକିସ୍ତାନ ସଂସଦର ଉପ ବାଚଷ୍ପତ୍ତିଙ୍କ ବିରୋଧରେ କୋର୍ଟ ଚଳିତ ସପ୍ତାହରେ ଶୁଣାଣି କରିବେ। ଅନାସ୍ଥା ପ୍ରସ୍ତାବ ଖାରଜ ପାଇଁ ଉପ ବାଚଷ୍ପତ୍ତି ଦେଇଥିବା ନିର୍ଦ୍ଦେଶ ଅସାମ୍ବିଧାନିକ ବୋଲି କୋର୍ଟ କହିଛନ୍ତି।

ପୂର୍ବରୁ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଉପ ବାଚସ୍ପତି ଖାରଜ କରିଦେଇ ଥିଲେ । ଏହାପରେ ରାଷ୍ଟ୍ରପତି ଆରିଫ୍‌ ଆଲଭି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ପରାମର୍ଶକ୍ରମେ ପାକିସ୍ତାନ ସଂସଦକୁ ଭଙ୍ଗ କରିଥିଲେ।  ଇମ୍ରାନ ୩ ମାସ ମଧ୍ୟରେ ନିର୍ବାଚନ ହେବ ବୋଲି କହିଥିଲେ । ହେଲେ ଏହାକୁ ବିରୋଧୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। କେଉଁ ପରିସ୍ଥିତିରେ ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ହେଲା, ତା’ର ବିଚାର ପାକିସ୍ତାନ ସୁପ୍ରିମକୋର୍ଟରେ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos