ଭାରତ ସହ ବ୍ୟବସାୟ ପାଇଁ ପାକିସ୍ତାନ ବଢ଼ାଇଲା ହାତ

ଇସଲାମାବାଦ: ବାଲାକୋଟ ଏୟାରଷ୍ଟ୍ରାଇକ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ ରହିଛି। ଏହାରି ଭିତରେ ପାକିସ୍ତାନ ଭାରତ ସହିତ ପୁଣିଥରେ ବ୍ୟବସାୟ କରିବାକୁ ଇଚ୍ଛୁକ ଦେଖାଇଛି। ତେଣୁ ପାକିସ୍ତାନ ଭାରତ ଉପରେ ଯେଉଁ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଥିଲା ତାହା ଏବେ ହଟାଇ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରର ବୟନ ମନ୍ତ୍ରାଳୟ ଭାରତ ପାଖରୁ ଆମଦାନୀ ନେଇ ଲଗାଇଥିବା ପ୍ରତିବନ୍ଧକ ହଟାଇଛି। ପାକିସ୍ତାନରେ କଞ୍ଚାମାଲର ଅଭାବ […]

Pakistan-Imran-Khan

Pakistan-Imran-Khan

Subhransu Sekhar
  • Published: Wednesday, 31 March 2021
  • Updated: 31 March 2021, 06:16 PM IST

Sports

Latest News

ଇସଲାମାବାଦ: ବାଲାକୋଟ ଏୟାରଷ୍ଟ୍ରାଇକ, ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ ରହିଛି। ଏହାରି ଭିତରେ ପାକିସ୍ତାନ ଭାରତ ସହିତ ପୁଣିଥରେ ବ୍ୟବସାୟ କରିବାକୁ ଇଚ୍ଛୁକ ଦେଖାଇଛି। ତେଣୁ ପାକିସ୍ତାନ ଭାରତ ଉପରେ ଯେଉଁ ବ୍ୟବସାୟିକ ପ୍ରତିବନ୍ଧକ ଲଗାଇଥିଲା ତାହା ଏବେ ହଟାଇ ଦେଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରର ବୟନ ମନ୍ତ୍ରାଳୟ ଭାରତ ପାଖରୁ ଆମଦାନୀ ନେଇ ଲଗାଇଥିବା ପ୍ରତିବନ୍ଧକ ହଟାଇଛି। ପାକିସ୍ତାନରେ କଞ୍ଚାମାଲର ଅଭାବ ଦେଖାଦେଇଛି। ତେଣୁ ସମସ୍ୟାର ସମାଧାନ ପାଇଁ ପାକିସ୍ତାନର ବୟନ ଶିଳ୍ପ ଭାରତରୁ କପା ନେବାକୁ ଆଗ୍ରହ ଦେଖାଇଛି। ସେହିପରି ଭାରତରୁ ଚିନି ଆମଦାନୀ କରିବା ପାଇଁ ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି। ନୂଆଦିଲ୍ଲୀ ସହ ସମ୍ପର୍କ ସୁଧାରିବା ପାଇଁ ଇସଲାମାବାଦ ଚିନିକୁ ଅସ୍ତ୍ର କରିଥିବା କୁହାଯାଉଛି।

ନିକଟରେ ପଡୋଶୀ ପାକିସ୍ତାନ କ୍ୟାବିନେଟ ଅର୍ଥନୀତିକ ସମନ୍ୱୟ କମିଟି (PCECC) ଜୁନ୍ ୩୦ରେ ଏକ ରିପୋର୍ଟ ଦେଇଥିଲା। ଯେଉଁଥିରେ ଭାରତରୁ ଚିନି ଏବଂ କପା ଆମଦାନୀ କରିବାକୁ ଅନୁମୋଦନ ଲୋଡ଼ିଥିଲା। ତେବେ ପାକିସ୍ତାନର ଏହି ପଦକ୍ଷେପ ପରେ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

କରୋନା ମହାମାରୀର ପ୍ରଭାବ ଏବଂ ନିଜ ଦେଶର ଆର୍ଥିକ ପରିସ୍ଥିତି ପାକିସ୍ତାନ ସରକାରଙ୍କ ଭଣ୍ଡାର ଖାଲି ହୋଇଯାଇଛି। ଦେଶର ଅର୍ଥନୀତିର ଏକ ଜାହାଜ ଅଭାବ ହେତୁ ପଡୋ ପାଇଁ ପାକିସ୍ତାନ ଏବେ ଦେବାଳିଆ ହୋଇଯାଇଛି। ଏବେ ନିଜ ଦେଶର ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ପାକିସ୍ତାନ ଅନେକ ନିଷ୍ପତ୍ତିରେ ୟୁଟର୍ଣ୍ଣ ନେଉଛି। କାରଣ ଶିଳ୍ପ ବଞ୍ଚିଲେ ଲୋକ ରୋଜଗାର ପାଇବେ। ଅନ୍ୟପଟେ ପାକିସ୍ତାନରେ କଞ୍ଚାମାଲ ଅଭାବ ହେବାରୁ କପଡା ଏବଂ ଚିନିର ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି।

ସୂଚନାଯୋଗ୍ୟ, ଭାରତ ୱାଘା ସୀମା ଦେଇ ଭାରତ ପାକିସ୍ତାନକୁ କପା ପଠାଉଥିଲା କିନ୍ତୁ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଭାରତରୁ ଆମଦାନୀ ବନ୍ଦ କରିବା ଉପରେ ରୋକ୍ ଲଗାଇଦେଇଥିଲା। ଅନ୍ୟପଟେ ପୁଲୱାମା ଆକ୍ରମଣର ବଦଲା ନେବା ପରେ ଭାରତ ପାକିସ୍ତାନରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଯାହା ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏକ ପ୍ରକାର ଠପ୍ ହୋଇଛି। ଏବେ ଦୁଇ ଦେଶ ସମ୍ପର୍କ ସୁଧାରିବା ଦିଗରେ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଗତକାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ପାକିସ୍ତାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛାର ସେ ଜବାବ ଦେଇଛନ୍ତି। ଭାରତ ସମେତ ସମସ୍ତ ପଡୋଶୀ ଦେଶ ସହ ଶାନ୍ତି ଏବଂ ସହଯୋଗ ଇସଲାମାବାଦ ଚାହୁଁଛି ବୋଲି ଇମ୍ରାନ୍ ଖାନ୍ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story