ତାଲିବାନ ପାଇଁ ଅଭେଦ୍ୟ ଇଲାକା ପଞ୍ଜଶିର, ଆରମ୍ଭ ହେଲା ସମରସଜ୍ଜା

କାବୁଲ: ଆଫଗାନିସ୍ତାନର ରାଜଧାନୀ ଠାରୁ ଆରମ୍ଭ କରି ବଡ଼ବଡ଼ ସହରକୁ ଦଖଲ କରିସାରିଛି ତାଲିବାନ। ନୂଆ ସରକାର ଗଠନ ପାଇଁ ମଧ୍ୟ ତାଲିବାନୀ ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ତାଲିବାନ ତଣ୍ଟିରେ କଣ୍ଟା ହୋଇ ଲାଗିଛି ଆଫଗାନର ଏକମାତ୍ର ପ୍ରଦେଶ ପଞ୍ଜଶିର। ଏହା କାବୁଲ ଠାରୁ ମାତ୍ର ଅଳ୍ପଦୂରରେ। କିନ୍ତୁ ତାଲିବାନ ପାଇଁ ପଞ୍ଜଶିର ସାଜିଛି ଅଭେଦ୍ୟ ଦୁର୍ଗ। ୧୯୯୬ରେ ଯେତେବେଳେ ତାଲିବାନ ଆଫଗାନ ଦଖଲ କରିଥିଲା ସେତେବେଳେ ପଞ୍ଜଶିର ହିଁ ଏକାମାତ୍ର ପ୍ରଦେଶ ଭାବେ ସ୍ୱାଧୀନ […]

Taliban12

Taliban12

Hemant Lenka
  • Published: Wednesday, 18 August 2021
  • Updated: 18 August 2021, 06:51 PM IST

Sports

Latest News

କାବୁଲ: ଆଫଗାନିସ୍ତାନର ରାଜଧାନୀ ଠାରୁ ଆରମ୍ଭ କରି ବଡ଼ବଡ଼ ସହରକୁ ଦଖଲ କରିସାରିଛି ତାଲିବାନ। ନୂଆ ସରକାର ଗଠନ ପାଇଁ ମଧ୍ୟ ତାଲିବାନୀ ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ତାଲିବାନ ତଣ୍ଟିରେ କଣ୍ଟା ହୋଇ ଲାଗିଛି ଆଫଗାନର ଏକମାତ୍ର ପ୍ରଦେଶ ପଞ୍ଜଶିର। ଏହା କାବୁଲ ଠାରୁ ମାତ୍ର ଅଳ୍ପଦୂରରେ। କିନ୍ତୁ ତାଲିବାନ ପାଇଁ ପଞ୍ଜଶିର ସାଜିଛି ଅଭେଦ୍ୟ ଦୁର୍ଗ। ୧୯୯୬ରେ ଯେତେବେଳେ ତାଲିବାନ ଆଫଗାନ ଦଖଲ କରିଥିଲା ସେତେବେଳେ ପଞ୍ଜଶିର ହିଁ ଏକାମାତ୍ର ପ୍ରଦେଶ ଭାବେ ସ୍ୱାଧୀନ ଭାବେ କାମ କରୁଥିଲା।

ଏବେ ବି ସମାନ ଘଟଣା ଘଟିଛି। ଏଠାରେ ଉପରାଷ୍ଟ୍ରପତି ତଥା ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁହ୍ଲା ସାଲେହ ରହିଛନ୍ତି। ତାଙ୍କୁ ସାଥ ଦେଉଛନ୍ତି ସ୍ଥାନୀୟ ଲୋକ ଓ ଅହମଦ ମାସୁଦ। ଅହମଦ ହେଉଛନ୍ତି ତାଲିବାନୀ ବିରୋଧୀ ନେତା ଅହମଦ ଶାହ ମାସୁଦଙ୍କ ପୁଅ। ଏମାନେ ସମସ୍ତେ ତାଲିବାନ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛନ୍ତି। ଏହି ଠାରୁ ହିଁ ତାଲିବାନୀ ବିରୋଧୀ ସଂଗ୍ରାମ ଆରମ୍ଭ ହେବ ବୋଲି ସେମାନେ ଘୋଷଣା କରିଛନ୍ତି।

ଆଫଗାନିସ୍ତାନ ଗଠନ ହେବା ଦିନଠାରୁ ପଞ୍ଜଶିର କେବେ ହେଲେ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ତାଲିବାନ ଶରଣକୁ ଯାଇନାହିଁ। ସବୁବେଳେ ଏହି ପ୍ରଦେଶ ସ୍ୱାଧୀନ ଭାବେ କାର୍ଯ୍ୟ କରି ଆସିଛି। ଚାରିପାଖରେ ପାହାଡ଼ ରହିଥିବା ପଞ୍ଜଶିରରେ ୭ଟି ଜିଲ୍ଲା ୫୧୨ଟି ଗାଁ ରହିଛି। ୨୦୨୧ ଜନଗଣନା ଅନୁଯାୟୀ, ଏଠାରେ ୧,୭୩,୦୦୦ ଜଣ ଲୋକ ରହୁଛନ୍ତି। ବଜାରକ ହେଉଛି ଏହି ପ୍ରଦେଶର ରାଜଧାନୀ।

ପୂରା ଆଫଗାନିସ୍ତାନର ସୁରକ୍ଷାକର୍ମୀ ଓ ସରକାରୀ କର୍ମଚାରୀ ତାଲିବାନ ଆଗରେ ଆତ୍ମସମର୍ପଣ କରି ସାରିଛନ୍ତି। ରାଷ୍ଟ୍ରପତି ଅଶରଫ ଘନି ମଧ୍ୟ ଦେଶ ଛାଡ଼ି ଚାଲି ଯାଇଛନ୍ତି। ହେଲେ ଉପ ରାଷ୍ଟ୍ରପତି ତଥା କାମଚଳା ରାଷ୍ଟ୍ରପତି ଅମରୁହ୍ଲା ସାଲେହ ଏବେ ବି ଦେଶରେ ରହିଛନ୍ତି। ସେ ପଞ୍ଜଶିରରେ ରହି ତାଲିବାନ ବିରୋଧରେ ସମରସଜ୍ଜା ଆରମ୍ଭ କରିଛନ୍ତି।

ତାଙ୍କ ସହ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଅହମଦ ମାସୁଦ। ଉଭୟ ଅନ୍ୟ କିଛି ବରିଷ୍ଠ ଲୋକଙ୍କ ସହ ରଣନୀତି ପ୍ରସ୍ତୁତ କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ସେହିପରି ତାଲିବାନୀଙ୍କ ଆଗରେ ଆତ୍ମସମର୍ପଣ କରି ନଥିବା ସୁରକ୍ଷାକର୍ମୀମାନେ ମଧ୍ୟ ମାସୁଦଙ୍କ ଡାକରା କ୍ରମେ ପଞ୍ଜଶିରରେ ପହଞ୍ଚି ଯାଇଛନ୍ତି।

ସେମାନଙ୍କ ପାଖରେ ଲଢ଼େଇ କରିବାକୁ ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି। ଏହାବାଦ୍‌ ଦେଶର ସ୍ୱାଧୀନତା ପାଇଁ ମାସୁଦ ଅନ୍ୟମାନଙ୍କୁ ଲଢ଼େଇରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ସେ ହେଲିକପ୍ଟରରେ ବସି ସମର୍ଥନ ଯୋଗାଡ଼ରେ ବିଭିନ୍ନ ସ୍ଥାନକୁ ଯାଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ତାଳିବାନ କାବୁଲ ଦଖଲ କରିବା ପରେ ଅନେକ ଟ୍ୟାକର ଓ ରେକଟ ଲଞ୍ଚରକୁ କବଜା କରି ନେଇଛି। ତେଣୁ ପଞ୍ଜଶିର ଦଖଲ ଉଦ୍ୟମ ବେଳେ ଏଗୁଡ଼ିକୁ ବ୍ୟବହାର କରିବ। ଏହାର ମୁକାବିଲା ମାସୁଦ ଓ ଅମରୁହ୍ଲା କେମିତି କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story