୩ ଦିନ ତଳେ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ରାଷ୍ଟ୍ରପତି ବିଦା କରିଦେଲେ

ଲିମା: ମାତ୍ର ୩ ଦିନ ତଳେ ପେରୁର ପ୍ରଧାନମନ୍ତ୍ରୀ ହୋଇଥିବାର ହେକ୍ଟର ଭାଲେର ପିଣ୍ଟୋଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଘରୋଇ ହିଂସା ମାମଲାରେ ଫସିଥିଲେ। ଏହା ଜଣାପଡ଼ିବା ପରେ ପେରୁର ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଏଥିସହ ସେ ପୁଣିଥରେ ତାଙ୍କର ମନ୍ତ୍ରୀ ପରିଷଦ ଗଠନ କରିବେ ବୋଲି କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, “ମୁଁ ପୁଣିଥରେ କ୍ୟାବିନେଟ ଗଠନ କରିବି।’’ ଏହାର ଅର୍ଥ […]

hector

hector

Hemant Lenka
  • Published: Saturday, 05 February 2022
  • Updated: 05 February 2022, 10:43 AM IST

Sports

Latest News

ଲିମା: ମାତ୍ର ୩ ଦିନ ତଳେ ପେରୁର ପ୍ରଧାନମନ୍ତ୍ରୀ ହୋଇଥିବାର ହେକ୍ଟର ଭାଲେର ପିଣ୍ଟୋଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଘରୋଇ ହିଂସା ମାମଲାରେ ଫସିଥିଲେ। ଏହା ଜଣାପଡ଼ିବା ପରେ ପେରୁର ରାଷ୍ଟ୍ରପତି ପେଡ୍ରୋ କାଷ୍ଟିଲୋ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିଛନ୍ତି। ଏଥିସହ ସେ ପୁଣିଥରେ ତାଙ୍କର ମନ୍ତ୍ରୀ ପରିଷଦ ଗଠନ କରିବେ ବୋଲି କହିଛନ୍ତି।

ରାଷ୍ଟ୍ରପତି କହିଛନ୍ତି, “ମୁଁ ପୁଣିଥରେ କ୍ୟାବିନେଟ ଗଠନ କରିବି।’’ ଏହାର ଅର୍ଥ ପ୍ରଧାନମନ୍ତ୍ରୀ ପିଣ୍ଟୋ ନିଜ ପଦରୁ ବିଦା ହୋଇଛନ୍ତି। ରାଷ୍ଟ୍ରପତି କାଷ୍ଟିଲୋ ଦେଶବାସୀଙ୍କୁ ସମ୍ବୋଧନ କରି ଏପରି ସୂଚନା ଦେଇଥିଲେ ମଧ୍ୟ ପିଣ୍ଟୋଙ୍କ ନାଁ ଉଚ୍ଚାରଣ କରି ନାହାନ୍ତି। ତେବେ କିଛି କ୍ୟାବିନେଟ ସଦସ୍ୟ ପିଣ୍ଟୋଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି। ତାଙ୍କ ନେତୃତ୍ୱରେ ସରକାର ଚାଲୁ ବୋଲି ସେମାନେ ଦାବି କରିନ୍ତି। ହେଲେ ରାଷ୍ଟ୍ରପତି ନିଜ ଜିଦରେ ଅଟଳ ରହି ପିଣ୍ଟୋଙ୍କୁ ବିଦା କରିଛନ୍ତି।

୬ ମାସ ତଳେ କାଷ୍ଟିଲୋ ପେରୁର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ହେଲେ ୬ ମାସ ମଧ୍ୟରେ ସେ ୪ର୍ଥ ଥର ପାଇଁ କ୍ୟାବିନେଟ ଗଠନ କରିବାକୁ ଯାଉଛନ୍ତି। ୩ ଦିନ ତଳେ ସେ ନିଜେ ପିଣ୍ଟୋଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

୬୨ ବର୍ଷୀୟ ପିଣ୍ଟୋଙ୍କ ବିରୋଧରେ ଆସିଥିବା ଘରୋଇ ହିଂସା ସମ୍ପର୍କରେ ଗୁରୁବାର ଗୋଟିଏ ଖବର କାଗଜରେ ପ୍ରକାଶ ପାଇଥିଲା। ୨୦୧୬ରେ ତାଙ୍କ ପତ୍ନୀ ଓ ଗୋଟିଏ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଝିଅ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି ଖବର ପ୍ରଚାର ହେବା ପରେ ପିଣ୍ଟୋଙ୍କ ବିରୋଧରେ ଅସନ୍ତୋଷ ତୀବ୍ର ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ପେରୁର ସଂସଦ ବାଚସ୍ପତି ପ୍ରଧାନମନ୍ତ୍ରୀ ପିଣ୍ଟୋଙ୍କୁ ନିଜ ଆଡ଼ୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ରାଷ୍ଟ୍ରପତି ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଛନ୍ତି।

ଅନ୍ୟପକ୍ଷରେ ଘରୋଇ ହିଂସା ଖବରକୁ ପିଣ୍ଟୋ ଖାରଜ କରିଛନ୍ତି। ସେ କେବେ ହେଲେ କୌଣସି ଘରୋଇ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନଥିବା କହି ସଫେଇ ଦେଇଛନ୍ତି। ଏଥିସହ ସଂସଦରେ ଅନାସ୍ଥା ପ୍ରସ୍ତାବ ପାରିତ ନ ହେବା ଯାଏ, ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story