Advertisment

ଫାଇଜର ଓ ଆଷ୍ଟ୍ରାଜେନେକା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ମିଳିଲା ଅନୁମତି

ଲଣ୍ଡନ: କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ରକୁ ଅନୁରୋଧ କରିଥିଲେ ହେଁ ଏହାର ପ୍ରଭାବ ଆଦୌ ଦେଖିବାକୁ ମିଳିନାହିଁ। ପୂର୍ବରୁ ଏକାଧିକ ରାଷ୍ଟ୍ର ଲୋକଙ୍କୁ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ଦେଇଥିବା ବେଳେ ଆଜି ଏଥିରେ ବ୍ରିଟେନ ଯୋଡ଼ି ହୋଇଯାଇଛି। ବ୍ରିଟେନ ସରକାର କେବଳ ଫାଇଜର ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଆଜି ଅନୁମତି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ […]

ଅଦ୍ୟତନ ହୋଇଛି
କେବେ ନେବା ଉଚିତ କୋଭି଼ଡ ଟିକାର ବୁଷ୍ଟର ଡୋଜ୍

Covid

Advertisment

ଲଣ୍ଡନ: କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ରକୁ ଅନୁରୋଧ କରିଥିଲେ ହେଁ ଏହାର ପ୍ରଭାବ ଆଦୌ ଦେଖିବାକୁ ମିଳିନାହିଁ। ପୂର୍ବରୁ ଏକାଧିକ ରାଷ୍ଟ୍ର ଲୋକଙ୍କୁ ବୁଷ୍ଟର ଡୋଜ୍‌ ନେବାକୁ ଅନୁମତି ଦେଇଥିବା ବେଳେ ଆଜି ଏଥିରେ ବ୍ରିଟେନ ଯୋଡ଼ି ହୋଇଯାଇଛି।

Advertisment

ବ୍ରିଟେନ ସରକାର କେବଳ ଫାଇଜର ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଆଜି ଅନୁମତି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକଙ୍କୁ ତୃତୀୟ ଡୋଜ୍‌ ଦିଆଯିବା ପ୍ରସ୍ତାବ ଏବେ ବି ବିଚାରାଧିନ ରହିଛନ୍ତି। କିନ୍ତୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କେବଳ ଫାଇଜର ଓ ଆଷ୍ଟ୍ରାଜେନେକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇଛି।

ମେଡିସିନ ଆଣ୍ଡ ହେଲ୍ଥ କେୟାର ପ୍ରଡକ୍ଟ ରେଗୁଲେଟୋରୀ ଏଜେନ୍ସି(ଏମଏଚ୍‌ଆରଏ) ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପ୍ରଥମ ଟିକାକରଣ କୋର୍ସ ପରେ ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧଶକ୍ତି ହ୍ରାସ ପାଉଥିବା ଆମେ ଜାଣିବାକୁ ପାଇଛୁ। ଏହାକୁ ଦୃଷ୍ଟିରେ ରଖି ଫାଇଜର ଓ ଆଷ୍ଟ୍ରାଜେନେକା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରିବାକୁ ଅନୁମତି ଦିଆଯାଉଛି। ଏହା ସଂପୂର୍ଣ୍ଣ ଭାବେ ସୁରକ୍ଷିତ। ବିଭିନ୍ନ ଗବେଷଣା ଓ ତର୍ଜମା ପରେ ମିଳିଥିବା ରିପୋର୍ଟକୁ ଆଧାର କରି ଏପରି ଅନୁମତି ଦିଆଯାଇଛି।

Advertisment

ସେହିପରି ସମସ୍ତଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ କି ନାହିଁ, ତା’ର ଗବେଷଣା ଚାଲିଛି। ୭ଟି ଭିନ୍ନ କମ୍ପାନୀର ଟିକାକୁ ପରୀକ୍ଷାରେ ସାମିଲ କରାଯାଇଛି। ଏହାର ରେଜଲ୍ଟ ବାହାରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତଥାପି ସଂକ୍ରମଣ ଆଶଙ୍କା ଥିବା ଗୋଷ୍ଠୀ ଓ ବୟସ୍କ ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଉଚିତ ବୋଲି ଜେସିଭିଆଇ କହିଛି। ଏହା ଉପରେ ବିଚାର ଚାଲିଛି। ଖୁବଶୀଘ୍ର ସମସ୍ତଙ୍କୁ ସବୁ କିଛି ଜଣାଇ ଦିଆଯିବ ବୋଲି ଏମଏଚ୍ଆରଏ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଫାଇଜର ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ପ୍ରସ୍ତୁତ କରିଥିବା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକମାନେ ୬ରୁ ୧୨ ସପ୍ତାହ ପରେ ତୃତୀୟ ଡୋଜ୍‌ ଆବଶ୍ୟକ କରିପାରନ୍ତି। ଏଥିସହ କମ୍ପାନୀ ପ୍ରତିବର୍ଷ ଲୋକଙ୍କୁ ଟିକା ଦେବା ସପକ୍ଷରେ ମତ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe