୩୦ ବର୍ଷ ହେଲା ଟଏଲେଟରେ ତିଆରି କରୁଥିଲେ ସିଙ୍ଗଡ଼ା, ଏବେ ଧରା ପଡ଼ିଲେ

ରିୟାଦ: ଦୀର୍ଘ ୩୦ ବର୍ଷ ହେଲା ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି କରୁଥିବା ଗୋଟିଏ ରେଷ୍ଟୁରାଣ୍ଟର ସବୁ ସତ ସାମ୍ନାକୁ ଆସିଛି। ଏହି ରେଷ୍ଟୁରାଣ୍ଟଟି ସିଙ୍ଗଡ଼ା ଠାରୁ ଆରମ୍ଭ ବିଭିନ୍ନ ପ୍ରକାରର ଖାଇବା ଜିନିଷ ବିକ୍ରି କରିଥାଏ। ହେଲେ ଏହି ସବୁ ଖାଇବା ଜିନିଷ ରେଷ୍ଟୁରାଣ୍ଟର କର୍ମଚାରୀମାନେ ଟଏଲେଟରେ ହିଁ ପ୍ରସ୍ତୁତ କରୁଥିଲେ। ଏହାପରେ ଏହାକୁ ଲୋକଙ୍କୁ ବିକ୍ରି କରାଯାଉଥିଲା। ୩୦ ବର୍ଷରୁ ଅଧିକ ସମୟ ହେଲା ରେଷ୍ଟୁରାଣ୍ଟ ପକ୍ଷରୁ ଏକରି କଦର୍ଯ୍ୟ କାମ କରାଯାଉଥିଲେ ମଧ୍ୟ […]

samosa

samosa

Hemant Lenka
  • Published: Tuesday, 26 April 2022
  • Updated: 26 April 2022, 05:19 PM IST

Sports

Latest News

ରିୟାଦ: ଦୀର୍ଘ ୩୦ ବର୍ଷ ହେଲା ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି କରୁଥିବା ଗୋଟିଏ ରେଷ୍ଟୁରାଣ୍ଟର ସବୁ ସତ ସାମ୍ନାକୁ ଆସିଛି। ଏହି ରେଷ୍ଟୁରାଣ୍ଟଟି ସିଙ୍ଗଡ଼ା ଠାରୁ ଆରମ୍ଭ ବିଭିନ୍ନ ପ୍ରକାରର ଖାଇବା ଜିନିଷ ବିକ୍ରି କରିଥାଏ। ହେଲେ ଏହି ସବୁ ଖାଇବା ଜିନିଷ ରେଷ୍ଟୁରାଣ୍ଟର କର୍ମଚାରୀମାନେ ଟଏଲେଟରେ ହିଁ ପ୍ରସ୍ତୁତ କରୁଥିଲେ।

ଏହାପରେ ଏହାକୁ ଲୋକଙ୍କୁ ବିକ୍ରି କରାଯାଉଥିଲା। ୩୦ ବର୍ଷରୁ ଅଧିକ ସମୟ ହେଲା ରେଷ୍ଟୁରାଣ୍ଟ ପକ୍ଷରୁ ଏକରି କଦର୍ଯ୍ୟ କାମ କରାଯାଉଥିଲେ ମଧ୍ୟ କାହା ପାଖରେ ଖବର ନଥିଲା। ହେଲେ ଏବେ ପ୍ରଶାସନ ଘଟଣା ସମ୍ପର୍କରେ ଜାଣିବା ପରେ ଉକ୍ତ ରେଷ୍ଟୁରାଣ୍ଟକୁ ବନ୍ଦ କରି ଦେଇଛି। ସାଉଦି ଆରବର ଜେଦା ସହରରେ ଏପରି ଘଟଣା ଘଟିଛି।

ଗଲ୍ଫ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ପ୍ରଶାସନ ଗୋଟିଏ ସୂତ୍ରରୁ ରେଷ୍ଟାରାଣ୍ଟର ହରକତ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ଆବାସିକ ଅଞ୍ଚଳର ଗୋଟିଏ ବିଲଡିଂରେ ଚାଲିଥିବା ଉକ୍ତ ରେଷ୍ଟୁରାଣ୍ଟରେ ରେଡ୍‌ କରିଥିଲା। ଏହି ସମୟରେ ରେଷ୍ଟୁରାଣ୍ଟ ଅସଲ ଚେହେରା ସାମ୍ନାକୁ ଆସିଥିଲା।

ରେଷ୍ଟୁରାଣ୍ଟର କର୍ମଚାରୀମାନେ ବିଭିନ୍ନ ପ୍ରକାରର ଜଳଖିଆ ଓ ମିଲ୍ସ ୱାଶରୁମରେ ହିଁ ତିଆରି କରନ୍ତି। ଏହାପରେ ଏହାକୁ ସାମ୍ନାକୁ ଆଣି ଲୋକଙ୍କୁ ବିକ୍ରି କରନ୍ତି। ଜେହା ପୌରପାଳିକା ରେଡ୍ ବେଳେ ରେଷ୍ଟୁରାଣ୍ଟ ଭିତରୁ ଏକ୍ସପାରୀ ତାରିଖ ନଥିବା ବିଭିନ୍ନ ପ୍ରକାରର ଲହୁଣୀ, ଘିଅ, ମାଂସ ଓ ଅନ୍ୟାନ୍ୟ ଜିନିଷ ଠାବ କରିଛନ୍ତି।

ବିଭିନ୍ନ ସାମଗ୍ରୀର ଏକ୍ସପାରୀ ତାରିଖ ୨ ବର୍ଷ ତଳୁ ଶେଷ ହୋଇଯାଇଥିଲେ ମଧ୍ୟ ଏଗୁଡ଼ିକୁ ଲୋକଙ୍କୁ ଖାଇବାକୁ ଦିଆଯାଉଥିଲା। ଖାଦ୍ୟ ରନ୍ଧା ଯାଉଥିବା ସ୍ଥାନରୁ ପୋକ ଓ ଅସରପା ମଧ୍ୟ ମିଳିଛି। ରେଷ୍ଟୁରାଣ୍ଟରେ କାମ କରୁଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟ କାର୍ଡ ନାହିଁ। ରେଷ୍ଟୁରାଣ୍ଟଟି ୩୦ ବର୍ଷରୁ ଅଧିକ ସମୟ ହେଲା ସେବା ଯୋଗାଇ ଦେଇ ଆସୁଥିଲେ ହେଁ ସବୁ ପ୍ରକାରର ନିୟମ ଉଲ୍ଲଙ୍ଘନ କରି ଚାଲିଥିଲା। ତେଣୁ ପୌରପାଳିକା ପକ୍ଷରୁ ତତ୍କାଳ ଭାବେ ରେଷ୍ଟୁରାଣ୍ଟଟିକୁ ବନ୍ଦ କରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story