କାଙ୍ଗାଳ ହୋଇଗଲାଣି ପଡ଼ୋଶୀ ଦେଶ! ଏବେ ସୁନା ଭରସା

ନୂଆଦିଲ୍ଲୀ: କାଙ୍ଗାଳ ହୋଇଗଲାଣି ଶ୍ରୀଲଙ୍କା। ଦିନକୁ ଦିନ ବିଗିଡିଗଲାଣି ସିଂହଳୀ ଦେଶର ଆର୍ଥିକ ସ୍ଥିତି। ଦେବାଳିଆ ସ୍ଥିତିରେ ଏବେ ଶ୍ରୀଲଙ୍କା। ଏଠାରେ ଦରଦାମ୍‌ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାରେ ସରକାର ମଧ୍ୟ ବିଫଳ। ଏଭଳି ସ୍ଥିତିରେ ଏଥିରୁ ବଞ୍ଚିବା ପାଇଁ ଏବେ କେବଳ ସୁନା ଭରସାରେ ଶ୍ରୀଲଙ୍କା। ସୁନା ବିକ୍ରି କରିବା ଆରମ୍ଭ କରିଛି ଶ୍ରୀଲଙ୍କା। ନିଜକୁ ଦେବାଳିଆରୁ ବଞ୍ଚାଇବା ପାଇଁ ସୁନା ବିକ୍ରି କରି ନିଜ ଆର୍ଥିକ ବ୍ୟବସ୍ଥା ସୁଧାରିବାକୁ ପନ୍ଥା ଆପଣାଇଛି। ବୈଦେଶିକ […]

Gold

Gold

Madhupriya Mistry
  • Published: Wednesday, 19 January 2022
  • Updated: 19 January 2022, 03:36 PM IST

Sports

Latest News

ନୂଆଦିଲ୍ଲୀ: କାଙ୍ଗାଳ ହୋଇଗଲାଣି ଶ୍ରୀଲଙ୍କା। ଦିନକୁ ଦିନ ବିଗିଡିଗଲାଣି ସିଂହଳୀ ଦେଶର ଆର୍ଥିକ ସ୍ଥିତି। ଦେବାଳିଆ ସ୍ଥିତିରେ ଏବେ ଶ୍ରୀଲଙ୍କା। ଏଠାରେ ଦରଦାମ୍‌ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବାରେ ସରକାର ମଧ୍ୟ ବିଫଳ। ଏଭଳି ସ୍ଥିତିରେ ଏଥିରୁ ବଞ୍ଚିବା ପାଇଁ ଏବେ କେବଳ ସୁନା ଭରସାରେ ଶ୍ରୀଲଙ୍କା।

ସୁନା ବିକ୍ରି କରିବା ଆରମ୍ଭ କରିଛି ଶ୍ରୀଲଙ୍କା। ନିଜକୁ ଦେବାଳିଆରୁ ବଞ୍ଚାଇବା ପାଇଁ ସୁନା ବିକ୍ରି କରି ନିଜ ଆର୍ଥିକ ବ୍ୟବସ୍ଥା ସୁଧାରିବାକୁ ପନ୍ଥା ଆପଣାଇଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ଅଭାବକୁ ଦେଖି ନିଜ ଗୋଲ୍ଡ ରିଜର୍ଭର ଏକ ଅଂଶକୁ ଏବେ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ବିକ୍ରି କରିଦେଇଥିବା ଜଣାପଡିଛି। ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ରୀ ଏବଂ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡ. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ନିକଟରେ ଏକ ଟ୍ୱିଟ୍‌ କରିଥିଲେ।

ଏହି ଟ୍ୱିଟ୍‌ରେ ସେ ଲେଖିଥିଲେ, ସେଣ୍ଟ୍ରାଲ ବ୍ୟାଙ୍କରେ ସଂରକ୍ଷଣ ଥିବା ସୁନା ୩୮.୨ କୋଟି ଡଲାରରୁ କମି ୧୭.୫ କୋଟି ଡଲାରୁ ଖସି ଆସିଛି। ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ନିଭାର୍ଡ କ୍ୟାବ୍ରାଲ କହିଛନ୍ତି ଯେ ତରଳ ବିଦେଶୀ ସମ୍ପତ୍ତିକୁ (ନଗଦ) ବୃଦ୍ଧି କରିବା ପାଇଁ ଶ୍ରୀଲଙ୍କା ତା'ର ସୁନା ଭଣ୍ଡାରର ଏକ ଅଂଶ ବିକ୍ରି କରିଛି।

ସୂଚନା ମୁତାବକ, ଚାଇନା ସହିତ ମୁଦ୍ରା ଅଦଳବଦଳ (ଡଲାର ବଦଳରେ ପରସ୍ପରର ମୁଦ୍ରାରେ କାରବାର) ପରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ଗତବର୍ଷ ଶେଷରେ ଏହାର ସୁନା ଭଣ୍ଡାରକୁ ବୃଦ୍ଧି କରିଥିଲା।

ଇକୋନମି ନେକ୍ସଟ୍‌ର ରିପୋର୍ଟ ମୁତାବକ, ୨୦୨୧ ପ୍ରାରମ୍ଭରେ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୬.୬୯ ଟନ୍‌ ସୁନା ଗଚ୍ଛିତ ଥିଲା। ଯେଉଁଥିରୁ ୩.୬ ଟନ୍‌ ସୁନା ବିକ୍ରି କରାଯାଇଛି ବୋଲି ଅନୁମାନ କରାଯାଇଛି। ୨୦୨୦ରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୁନା ବିକ୍ରି କରିଥିଲା। ବର୍ଷ ଆରମ୍ଭରେ ଶ୍ରୀଲଙ୍କା ପାଖରେ ୧୯.୬ ଟନ୍‌ ସୁନା ଥିଲା। ଯେଉଁଥିରୁ ୧୨.୩ ଟନ୍‌ ସୁନା ବିକ୍ରି କରି ଦିଆଯାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ବର୍ଷ ୨୦୧୫, ୨୦୧୮ ଏବଂ ୨୦୧୯ରେ ମଧ୍ୟ ସୁନା ବିକ୍ରି କରିଥିଲା ଶ୍ରୀଲଙ୍କା।

ଗଭର୍ଣ୍ଣର କ୍ୟାବ୍ରାଲଙ୍କ କହିବା ମୁତାବକ, 'ବୈଦେଶିକ ମୁଦ୍ରାକୁ ମଜଭୁତ କରିବା ପାଇଁ ସୁନା ବିକ୍ରି କରାଯାଇଛି। ଯେତେବେଳେ ବୈଦେଶିକ ମୁଦ୍ରା ଭଣ୍ଡାର କମ୍‌ ହୁଏ ସେତେବେଳେ ଆମେ ସୁନାର ହୋଲ୍ଡିଂକୁ କମ୍‌ କରୁ। ଯେତେବେଳେ ବୈଦେଶିକ ଭଣ୍ଡାର ବଢ଼େ, ସେତେବେଳେ ଆମେ ସୁନା କିଣୁ।'

ସୂଚନା ମୁତାବକ, ଶ୍ରୀଲଙ୍କାର ଏବେ ଦେଶ ଚଳାଇବାକୁ ବଜେଟ୍‌ ନିଅଣ୍ଟ ପଡୁଛି। ତା' ଉପରେ ପୁଣି ବୋଝ ଉପରେ ନଳିତା ବିଡା ସାଜିଛି ଋଣ। ଏଥିରୁ ମୁକୁଳିବା ପାଇଁ ସରକାର ଅଧିକରୁ ଅଧିକ ମୁଦ୍ରା ଛାପିବାରେ ଲାଗିଛନ୍ତି। ଏଥିସହ ଗଚ୍ଛିତ ରଖାଯାଇଥିବା ସୁନା ମଧ୍ୟ ବିକ୍ରି କରୁଛନ୍ତି। ସେପଟେ ମୁଦ୍ରାସ୍ଫିତୀ ଲାଗି ଶ୍ରୀଲଙ୍କାର ମୁଦ୍ରା ମୂଲ୍ୟ ମଧ୍ୟ ହ୍ରାସ ପାଉଛି। ପ୍ରାୟ ୧୦ ବର୍ଷ ହେଲାଣି ଶ୍ରୀଲଙ୍କାର ଅର୍ଥ ଏବଂ ବାଣଜ୍ୟ କାରବାରରେ ଅଭାବ ଲାଗି ରହିଛି। ଫଳରେ ଦେଶକୁ ଚଳାଇବା ପାଇଁ ଶ୍ରୀଲଙ୍କା ଚାଇନା ସମେତ ବିଭିନ୍ନ ଦେଶରୁ ଋଣ ଆଣିବାରେ ଲାଗିଛି। ମହାମାରୀ କରୋନା ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପକୁ ଧ୍ୱଂସ କରିଦେଇଛି। ସରକାରୀ ତହବିଲ ଖାଲି ହୋଇଯାଇଥିବା ବେଳେ ବିଦେଶୀ ଋଣ ଦେଶ ଉପରେ କ୍ରମାଗତ ଭାବେ ଚାପ ସୃଷ୍ଟି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story