ଶ୍ରୀଲଙ୍କା: ଭୋକ ବିକଳରେ ଲୋକଙ୍କ ଆର୍ତ୍ତ ଚିତ୍କାର

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।  ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଜୀବନ ଦେଶରେ ନା ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ନା କିଣିବାକୁ ଲୋକଙ୍କ ପାଖରେ ଅର୍ଥ । ଏମିତିକି ଥିଲା ବାଲା ଲୋକେ ବି ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ […]

srilanka

srilanka

Tapas Behera
  • Published: Wednesday, 06 April 2022
  • Updated: 06 April 2022, 09:11 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବ୍ୟାପୀ ଅଭାବରୁ ଆର୍ତ୍ତ ଚିତ୍କାର ଅନ୍ୟପଟେ କ୍ଷମତାସୀନ ସରକାର ବିରୋଧରେ ଶକ୍ତିଶାଳୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।  ଗୁରୁତର ଆର୍ଥିକ ସଙ୍କଟ ଭିତରେ ଗତି କରୁଥିବା ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦିନକୁ ଦିନ ଦୁର୍ବିସହ ହେବାରେ ଲାଗିଛି । ସାଧାରଣ ଲୋକଙ୍କ ଜୀବନ ଦେଶରେ ନା ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଅଛି, ନା କିଣିବାକୁ ଲୋକଙ୍କ ପାଖରେ ଅର୍ଥ । ଏମିତିକି ଥିଲା ବାଲା ଲୋକେ ବି ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନେଇ ଅତିଷ୍ଠ।  ଶ୍ରୀଲଙ୍କାରେ ଏବେ ଚା କପ୍‌ର ମୂଲ୍ୟ ୧୦୦ ଟଙ୍କା । ଆଉ ଗୋଟିଏ ଅଣ୍ଡାର ଦାମ୍ ୩୦ ଟଙ୍କା । କିଲେ ଚାଉଳ କିଣିବାକୁ ହେଲେ ଦେବାକୁ ପଡ଼ୁଛି ୨୨୦ ଟଙ୍କା।  ସେହିଭଳି ଗହମ କିଲୋ ପିଛା ଦର ୧୯୦,  ଚିନି ୨୪୦ ଓ କ୍ଷୀରଗୁଣ୍ଡ କିଲୋ ପ୍ରତି ୧୯ଶହ ଟଙ୍କା ପାର ହୋଇଛି ।

ନଡ଼ିଆ ତେଲ ଲିଟର ପିଛା ୮୫୦ ଟଙ୍କା ଛୁଇଁଥିବା ବେଳେ ପେଟ୍ରୋଲ-ଡିଜେଲ ତ ଆଦୌ ନମିଳିବା ସ୍ଥିତି ଉପୁଜିଛି।  ତେବେ ଏ ଉତ୍କଟ ଅଭାବ ଭିତରେ ଚିନ୍ତା ବଢାଇଛି ସ୍ୱାସ୍ଥ୍ୟସେବା କ୍ଷେତ୍ର । ମେଡିକାଲରେ ଲୋକଙ୍କୁ ସେବା ଦେବାକୁ ସରକାରଙ୍କ ପାଖରେ ସାଧନ ନଥିବା ବେଳେ ମେଡିସିନ ଓ ମେଡିକାଲ ସାମଗ୍ରୀ ପାଇଁ ଅନ୍ୟ ଦେଶର ସାହାଯ୍ୟକୁ ଅପେକ୍ଷା ରଖୁଛି ଶ୍ରୀଲଙ୍କା।

ଦେଶର ଏ ଦୁଃସ୍ଥିତି ପାଇଁ ଲୋକେ କ୍ଷମତାଶୀନ ସରକାରକୁ ଦାୟୀ କରି ଦେଶବ୍ୟାପୀ ବିକ୍ଷୋଭ ଓ ନାରାବାଜି କରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ କର୍ଫ୍ୟୁ ଲାଗୁ କରାଯାଇଛି।  ଜରୁରୀକାଳୀନ ସ୍ଥିତି ଲାଗୁ କରିଛନ୍ତି ସରକାର।  ଏହା ସତ୍ୱେ ଥମିନି ଲୋକଙ୍କ ଆକ୍ରୋଶର ନିଆଁ । ଗତକାଲିଠୁ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେଙ୍କ ବାସଭବନ ଘେରିଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ଛାତ୍ରଛାତ୍ରୀ । ତେବେ କ୍ୟାବିନେଟ୍  ମନ୍ତ୍ରୀଙ୍କ ସମୁହ ଇସ୍ତଫା ପରେ ବି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଛନ୍ତି ରାଜପାକ୍ସେ ଭାଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos