ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଦେଶ ଛାଡି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି। ପ୍ରବଳ ବିରୋଧ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପଳାୟନ କରିଛନ୍ତି। ଘରେ ପଶି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି। ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ। ଦିନକୁ ଦିନ ଏଠି ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଘରକୁ ଘେରି ଦେଇଥିଲେ। ପ୍ରବଳ ଭଙ୍ଗାରୁଜା […]

sri-lanka-president-gotabaya-rajapaksa

sri-lanka-president-gotabaya-rajapaksa

Madhupriya Mistry
  • Published: Saturday, 09 July 2022
  • Updated: 09 July 2022, 01:51 PM IST

କଲମ୍ବୋ: ଦେଶ ଛାଡି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି। ପ୍ରବଳ ବିରୋଧ ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ପଳାୟନ କରିଛନ୍ତି। ଘରେ ପଶି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିବା ପରେ ସେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି।

ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ। ଦିନକୁ ଦିନ ଏଠି ପରିସ୍ଥିତି ବିଗିଡିବାରେ ଲାଗିଛି। ଏହାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ଘରକୁ ଘେରି ଦେଇଥିଲେ। ପ୍ରବଳ ଭଙ୍ଗାରୁଜା କରିଥିଲେ। ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ। ଏହାପରେ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ଘାରି ଛାଡି କେଉଁଆଡେ ପଳାଇ ଯାଇଥିବା କୁହାଯାଉଛି।

प्रदर्शकारियों के घेराव के बाद आवास छोड़कर भागे श्रीलंका के राष्ट्रपति गोटबाया राजपक्षे : AFP न्यूज एजेंसी

ସେପଟେ ଶୁକ୍ରବାର ଦିନ ଶ୍ରୀଲଙ୍କାରେ ଅନିଶ୍ଚିନ୍ତ କାଳ ପାଇଁ କର୍ଫ୍ୟୁ ଲଗାଯାଇଥିଲା। ଏହାସହ ସେନାକୁ ବି ଜାଗ୍ରତ କରିଥିଲେ ଶ୍ରୀଲଙ୍କା ସରକାର। ଶ୍ରୀଲଙ୍କା ପୁଲିସ ପ୍ରମୁଖ ଚନ୍ଦନା ବିକ୍ରମ ରତନେ କହିଛନ୍ତି କି ରାଜଧାନୀ କଲମ୍ବୋ ଓ ତା'ର ଆଖପାଖ ଅଞ୍ଚଳରେ ହଜାର ହଜାର ପ୍ରଦର୍ଶନକାରୀ ପ୍ରବେଶ କରିବା ଫଳରେ ଶୁକ୍ରବାର ରାତିରେ କର୍ଫ୍ୟୁ ଲଗାଯାଇଥିଲା।

ଶୁକ୍ରବାର ପୁଲିସ କର୍ଫ୍ୟୁ ଲଗାଇବା ପୂର୍ବରୁ କଲମ୍ବୋରେ ଛାତ୍ର ବିକ୍ଷୋଭକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ ଓ ପାଣି ମାଡ କରିଥିଲା। ଏହି ସରକାର ବିରୋଧୀ ପ୍ରଦର୍ଶନରେ କେବଳ ଛାତ୍ର ନୁହନ୍ତି ଧାର୍ମିକ ନେତା, ରାଜନୈତିକ ଦଳ, ଶିକ୍ଷକ, କୃଷକ, ଚିକିତ୍ସକ ଓ ମାଛଧରାଳୀ ଏବଂ ସାମାଜିକ କାର୍ଯ୍ୟକର୍ତା ମଧ୍ୟ ସାମିଲ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos