ନିଜ କ୍ଷମତାକୁ ସଙ୍କୁଚିତ କରିବେ ଶ୍ରୀଲଙ୍କା ରାଷ୍ଟ୍ରପତି, ଖୁବଶୀଘ୍ର ନିଯୁକ୍ତ ହେବେ ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟ ଓ ବ୍ୟାପକ ହିଂସାକାଣ୍ଡ ପାଇଁ ଅସ୍ଥିର ହୋଇଥିବା ଶ୍ରୀଲଙ୍କା ଅବସ୍ଥା ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଘଟି ଚାଲିଛି। ବିକ୍ଷୋଭକାରୀମାନେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ସହ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି। ଲୁଟପାତ ଓ ପୋଡ଼ାଜଳାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଦଙ୍ଗାକାରୀଙ୍କୁ ଦେଖିବାକୁ ମାତ୍ରେ ଗୁଳି ମାଡ଼ କରିବାର ନିର୍ଦ୍ଦେଶ ପାଇଛନ୍ତି ପୁଲିସ ଓ ସେନା। ସ୍ଥିତି ଉତ୍କଟ […]

srilanka

srilanka

Hemant Lenka
  • Published: Thursday, 12 May 2022
  • Updated: 12 May 2022, 01:19 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ଓ ବ୍ୟାପକ ହିଂସାକାଣ୍ଡ ପାଇଁ ଅସ୍ଥିର ହୋଇଥିବା ଶ୍ରୀଲଙ୍କା ଅବସ୍ଥା ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ମାରପିଟ ଘଟି ଚାଲିଛି। ବିକ୍ଷୋଭକାରୀମାନେ ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା ସହ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଛନ୍ତି। ଲୁଟପାତ ଓ ପୋଡ଼ାଜଳାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି। ଦଙ୍ଗାକାରୀଙ୍କୁ ଦେଖିବାକୁ ମାତ୍ରେ ଗୁଳି ମାଡ଼ କରିବାର ନିର୍ଦ୍ଦେଶ ପାଇଛନ୍ତି ପୁଲିସ ଓ ସେନା। ସ୍ଥିତି ଉତ୍କଟ ଥିବାରୁ ପୂରା ଦେଶରେ ଆଜି ଦିନ ୨ଟାରୁ ପୁଣି କର୍ଫ୍ୟୁ ଲାଗିବ। କର୍ଫ୍ୟୁକୁ ଦୃଷ୍ଟିରେ ରଖି ରାଜଧାନୀ କଲମ୍ବୋରୁ ଲୋକମାନେ ଅନ୍ୟତ୍ର ଚାଲି ଯାଉଛନ୍ତି।

ଏସବୁ ଭିତରେ ଦେଶକୁ ସମ୍ବୋଧନ କରିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ। ସେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ରାଷ୍ଟ୍ରପତି ଭାବେ ତାଙ୍କୁ ମିଳିଥିବା ସମସ୍ତ କାର୍ଯ୍ୟନିର୍ବାହୀ କ୍ଷମତାକୁ ସଙ୍କୁତି କରିବା ପାଇଁ ରାଜି ହୋଇଛନ୍ତି। ହେଲେ ସେ ନିଜ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ପୁଣି ପରୋକ୍ଷରେ ସଙ୍କେତ ଦେଇଛନ୍ତି। ଏଥିସହ ଆସନ୍ତା ସପ୍ତାହ ସୁଦ୍ଧା ସେ ସବୁ ଦଳ ସହ ମିଶି ଦେଶରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେବେ ଓ ଦେଶକୁ ଆଗକୁ ନେବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।

୭୨ ବର୍ଷୀୟ ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଶ୍ରୀଲଙ୍କାରେ ମାସେ ହେଲାଣି ଆନ୍ଦୋଳନ ଚାଲିଛି। ଆନ୍ଦୋଳନ ଭିତରେ ବୁଧବାର ସେ ପ୍ରଥମଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, “ଆଗାମୀ ଦିନରେ ମୁଁ ମିଳିତ ସରକାର ଗଠନ କରିବା ସମ୍ପର୍କରେ ଘୋଷଣା କରିବି। ଯିଏ ସଂସଦରେ ନିଜର କ୍ଷମତା ପ୍ରଦର୍ଶନ କରିବେ ଓ ଲୋକଙ୍କ ବିଶ୍ୱାସ ଜିତିବୁ ସକ୍ଷମ ହେବେ, ମୁଁ ସେମିତି ଜଣେ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବି। ମୁଁ ସଂସଦକୁ ଅଧିକ କ୍ଷମତା ଦେବାକୁ ସବୁ ପ୍ରକାରର ବ୍ୟବସ୍ଥା କରିବି। ଏଥିପାଇଁ ସମ୍ବିଧାନର ଧାରା ୧୯ରେ ଥିବା ମୁଖ୍ୟ ବିଷୟ ଗୁଡ଼ିକୁ କାର୍ଯ୍ୟକାରୀ କରାଯିବ।”

୨୦୧୯ରେ ସେ ରାଷ୍ଟ୍ରପତି ହେବା ପରେ ଧାରା ୧୯ରେ ଥିବା ଗଣତାନ୍ତ୍ରିକ ସଂସ୍କାର ବ୍ୟବସ୍ଥାକୁ ବଦଳାଇ ଦେଇଥିଲେ। ଏବେ ବିବାଦ ଯୋଗୁ ସେ ନିଜର କ୍ଷମତା ସଙ୍କୁଚିତ କରି ସଂସଦକୁ ଅଧିକ କ୍ଷମତା ଦେବା ସପକ୍ଷରେ ମତ ରଖିଛନ୍ତି। ରାଷ୍ଟ୍ରପତି ରାଜପକ୍ଷ ନିଜ ସମ୍ବୋଧନ ବେଳେ ସମ୍ବିଧାନ ସଂଶୋଧନ ସପକ୍ଷରେ ମତ ରଖିଛନ୍ତି। ଏହାଦ୍ୱାରା ରାଷ୍ଟ୍ରପତି ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତିରେ ଆଉ ହସ୍ତକ୍ଷେପ କରିପାରିବେ ନାହିଁ।

ଏବେ ସାଧାରଣ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୁଲିସ୍‌, ନିର୍ବାଚନ ଅଧିକାରୀ ଓ ନ୍ୟାୟପାଳିକା ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ହିଁ ହସ୍ତକ୍ଷେପ କରୁଛନ୍ତି। ଏପରି କି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହେଉଛନ୍ତି। ଦେଶ ଯେମିତି ସଂପୂର୍ଣ୍ଣ ନ ଭୁଶୁଡ଼ିବ ସେଥିପାଇଁ ରାଷ୍ଟ୍ରପତି ରାଜପକ୍ଷ ସବୁ ପ୍ରକାରର ପଦକ୍ଷେପ ନେଇ ଲୋକଙ୍କ ବିଶ୍ୱାସ ଜିତିବାକୁ ଚାହୁଁଥିବା କହିଛନ୍ତି।

ସୂଚନାଯୋଗ୍ୟ, ସୋମବାର ଦେଶର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେ ଇସ୍ତଫା ଦେବା ପୂର୍ବରୁ ହିଁ ପୂରା ଶ୍ରୀଲଙ୍କାରେ ତାଙ୍କ ସପକ୍ଷବାଦୀ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଥିଲା। ସ୍ଥିତି ସନ୍ଧ୍ୟା ସୁଦ୍ଧା ଉତ୍କଟ ରୂପ ଧାରଣ କରିବା ସହ ପୋଡ଼ାଜଳା ଓ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା। ଏହି ସଂଘର୍ଷରେ ଜଣେ ସାଂସଦଙ୍କ ସମେତ ୯ ଜଣ ପ୍ରାଣ ହରାଇଲେଣି। ସେହିପରି ୩୦୦ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସ୍ଥିତିକୁ ଦେଖି ପୂରା ଦେଶର କର୍ଫ୍ୟୁ ଲାଗୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story