ଆମେରିକା ଯିବା ପରେ ତୋଡ଼ ଦେଖାଇଲା ତାଲିବାନ, ବିଶ୍ୱକୁ ଦେଲା ଖୋଲା ଚ୍ୟାଲେଞ୍ଜ

କାବୁଲ: ଦୀର୍ଘ ୨୦ ବର୍ଷର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣି ଶେଷରେ ଆଫଗାନିସ୍ତାନରୁ ବିଦାୟ ନେଇଛି ଆମେରିକା। ଆମେରିକା ସୈନ୍ୟକୁ ଅଗଷ୍ଟ ୩୧ ସୁଦ୍ଧା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ତାଲିବାନ ଚେତାବନୀ ଦେଇଥିଲା। ଡେଡଲାଇନ ପୂରଣ ହେବା ପୂର୍ବରୁ ଆମେରିକା ସୋମବାର ବିଳମ୍ବିତ ରାତିରେ କାବୁଲକୁ ସଂପୂର୍ଣ୍ଣ ଭାବେ ଛାଡ଼ି ଦେଇଛି। ଆମେରିକା ସେନା କାବୁଲ ଏୟାରପୋର୍ଟରୁ ଯିବା ପରେ ତାଲିବାନ ସଦସ୍ୟ ଏହାକୁ ଦଖଲ କରିଛନ୍ତି। କାବୁଲ ଏୟାରପୋର୍ଟରୁ ନିଜର ବିଜୟ ଘୋଷଣା କରି ତାଲିବାନ ପୂରା […]

Taloban1

Taloban1

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 07:00 PM IST

Sports

Latest News

କାବୁଲ: ଦୀର୍ଘ ୨୦ ବର୍ଷର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣି ଶେଷରେ ଆଫଗାନିସ୍ତାନରୁ ବିଦାୟ ନେଇଛି ଆମେରିକା। ଆମେରିକା ସୈନ୍ୟକୁ ଅଗଷ୍ଟ ୩୧ ସୁଦ୍ଧା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ତାଲିବାନ ଚେତାବନୀ ଦେଇଥିଲା। ଡେଡଲାଇନ ପୂରଣ ହେବା ପୂର୍ବରୁ ଆମେରିକା ସୋମବାର ବିଳମ୍ବିତ ରାତିରେ କାବୁଲକୁ ସଂପୂର୍ଣ୍ଣ ଭାବେ ଛାଡ଼ି ଦେଇଛି।

ଆମେରିକା ସେନା କାବୁଲ ଏୟାରପୋର୍ଟରୁ ଯିବା ପରେ ତାଲିବାନ ସଦସ୍ୟ ଏହାକୁ ଦଖଲ କରିଛନ୍ତି। କାବୁଲ ଏୟାରପୋର୍ଟରୁ ନିଜର ବିଜୟ ଘୋଷଣା କରି ତାଲିବାନ ପୂରା ବିଶ୍ୱକୁ ଖୋଲା ଚ୍ୟାଲେଞ୍ଜ ଦେଇଛି। କାବୁଲ ଏୟାରପୋର୍ଟରେ ତାଲିବାନ କହିଛି ଯେ “ଏହି ବିଜୟର ଶ୍ରେୟ ସବୁ ଆଫଗାନୀଙ୍କର।”

ନିଜର ବିଜୟ ଉତ୍ସବକୁ ପାଳନ କରିବା ପାଇଁ ତାଲିବାନର ଅନେକ ବରିଷ୍ଠ ନେତା କାବୁଲ ଏୟାରପୋର୍ଟର ରନୱେରେ ଚାଲିଚାଲି ବୁଲିଥିଲେ। ଏହି ସମୟରେ ସେମାନେ ଫଟୋ ଉଠାଇବା ସହ ମିଡିଆ ଆଗରେ ନିଜର ପ୍ରତିକ୍ରିୟା ବି ରଖିଥିଲେ।

ଏୟାରପୋର୍ଟରେ ଉପସ୍ଥିତ ଥିବା ତାଲିବାନ ମୁଖପାତ୍ର ଜୈବହୁଲ୍ଲା ମଜାହିଦ କହିଛନ୍ତି, “ଏହି ବିଜୟର ଶ୍ରେୟ ଆମ ସମସ୍ତଙ୍କର। ଆମେ ଏବେ ବିଶ୍ୱର ସବୁ ରାଷ୍ଟ୍ରଗୁଡ଼ିକ ସହ ଭଲ କୂଟନୀତିକ ସମ୍ପର୍କ ସ୍ଥାପନ କରିବାକୁ ଚାହିଁବୁ। ଆଫଗାନରେ ଯାହା ଘଟିଲା, ସାରା ବିଶ୍ୱର ଏଥିରୁ ଶିକ୍ଷାଲାଭ କରିବା ଦରକାର। ଏବେ ବିଜୟର ମୁହୂର୍ତ୍ତକୁ ପାଳନ କରିବା ଦରକାର। ଆମେ ଖୁବଶୀଘ୍ର ସରକାର ଗଠନ କରିବୁ। ସମସ୍ତଙ୍କୁ ସବୁ ପ୍ରକାରର ସୁରକ୍ଷା ମିଳିବ।”

ତାଲିବାନ ନେତାମାନେ ଏୟାରପୋର୍ଟରେ ବୁଲୁଥିବା ବେଳେ ସଂଗଠନର ତଥାକଥିତ ସ୍ପେଶାଲ ଫୋର୍ସ କମାଣ୍ଡୋମାନେ ସେନା ପୋଷାକରେ ବନ୍ଧୁକ ଧରି ସୁରକ୍ଷା ଯୋଗାଇ ଦେଇଥିଲେ। ତାଲିବାନ ବନ୍ଧୁକ ମୁନରେ ଆଫଗାନ ଦଖଲ କରି ନିଜର ହୁକୁମାତି ଦେଖାଇବାକୁ ସକ୍ଷମ ହେବାରୁ ମୁଜାହିଦ ସାରା ବିଶ୍ୱ ଏଠାରୁ ଶିଖିବା ଦରକାର ବୋଲି ପରୋକ୍ଷରେ ଆଜି ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ତାଲିବାନ ଯିବା ପରେ ତାଲିବାନ ଆଜି ପଶ୍ଚିମ ଦେଶଗୁଡ଼ିକ ପାଇଁ ୨୦ ବର୍ଷ ହେଲା କାମ କରୁଥିବା ଲୋକଙ୍କୁ ଖୋଜିବା ଆରମ୍ଭ କରିଛି। ଯେଉଁମାନେ ବିଦେଶୀ ରାଷ୍ଟ୍ରମାନଙ୍କ ପାଇଁ କାମ କରୁଥିଲେ ସେମାନଙ୍କ ଘର ଆଗରେ ନୋଟିସ ମରାଯାଇଛି। ସେମାନଙ୍କୁ ତାଲିବାନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହି ନିର୍ଦ୍ଦେଶକୁ ନ ମାନିବେ, ତା’ହେଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ତାଲିବାନ ଚେତାବନୀ ଦେଇଛି।

ସେହିପରି ଆଜି ତାଲିବାନ ପକ୍ଷରୁ ଆମେରିକା ସେନାମାନେ ବ୍ୟବହାର କରୁଥିବା ଅତ୍ୟାଧୁନିକ ଗାଡ଼ିରେ ପ୍ୟାଟ୍ରୋଲିଂ କରାଯାଇଛି। ଏହି ଆର୍ମଡ ଫୋର୍ସ ଗାଡ଼ିରେ ସେନା ପୋଷାକରେ ତାଲିବାନୀମାନେ ବନ୍ଧୁକ ଧରି ରହିଥିବା ଭିଡିଓ ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos