କେନାଲରେ ୩ ହଜାର ଲିଟର ମଦ ଢାଳି ଦେଲା ତାଲିବାନ

କାବୁଲ: ମଦ ବିକ୍ରି ଓ ପିଇବା ଉପରେ ରୋକ ଲଗାଇବା ଆରମ୍ଭ କରିଛି ତାଲିବାନ। ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ନିଜ ହିସାବରେ ଶାସନ କରୁଛି। ଏହିକ୍ରମରେ ତାଲିବାନ ସରକାର ଗଠନ କରିଥିବା ଗୁଇନ୍ଦା ବିଭାଗର ଏଜେଣ୍ଟମାନେ ମଦ ବିକ୍ରି ହେଉଥିବା ସ୍ଥାନଗୁଡ଼ିକ ଉପରେ ଚଢ଼ଉ କରିଛନ୍ତି। ରେଡ୍‌ ବେଳେ ବିଭାଗର ଏଜେଣ୍ଟମାନେ ବିଭିନ୍ନ ସ୍ଥାନରୁ ୩ ହଜାର ଲିଟର ମଦ ଜବତ କରିଥିଲେ। ଏହାପରେ ଏଗୁଡ଼ିକୁ କାବୁଲ କେନାଲରେ ଢାଳି ନଷ୍ଟ […]

taliban

taliban

Hemant Lenka
  • Published: Monday, 03 January 2022
  • Updated: 03 January 2022, 10:48 AM IST

Sports

Latest News

କାବୁଲ: ମଦ ବିକ୍ରି ଓ ପିଇବା ଉପରେ ରୋକ ଲଗାଇବା ଆରମ୍ଭ କରିଛି ତାଲିବାନ। ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନ ନିଜ ହିସାବରେ ଶାସନ କରୁଛି। ଏହିକ୍ରମରେ ତାଲିବାନ ସରକାର ଗଠନ କରିଥିବା ଗୁଇନ୍ଦା ବିଭାଗର ଏଜେଣ୍ଟମାନେ ମଦ ବିକ୍ରି ହେଉଥିବା ସ୍ଥାନଗୁଡ଼ିକ ଉପରେ ଚଢ଼ଉ କରିଛନ୍ତି।

ରେଡ୍‌ ବେଳେ ବିଭାଗର ଏଜେଣ୍ଟମାନେ ବିଭିନ୍ନ ସ୍ଥାନରୁ ୩ ହଜାର ଲିଟର ମଦ ଜବତ କରିଥିଲେ। ଏହାପରେ ଏଗୁଡ଼ିକୁ କାବୁଲ କେନାଲରେ ଢାଳି ନଷ୍ଟ କରିଦିଆଯାଇଛି। ତାଲିବାନାର ଜିଡିଆ ପକ୍ଷରୁ ମଦ ନଷ୍ଟ କରାଯାଉଥିବା ବେଳର ଭିଡିଓ ରବିବାର ରିଲିଜ କରାଯାଇଛି।

ଏଥିରେ ଗୁଇନ୍ଦା ବିଭାଗ ଏଜେଣ୍ଟ ଡ୍ରମ୍‌ରେ ରହିଥିବା ମଦକୁ କେନାଲରେ ଢାଳୁ ଥିବା ଦେଖିବାକୁ ମିଳିଛି। ଏହି ମଦଗୁଡ଼ିକୁ ସେମାନେ କାବୁଲରୁ ହିଁ ଜବତ କରିଥିଲେ ବୋଲି କୁହାଯାଇଛି। ମଦ ବିକ୍ରି କରିବା ଘଟଣାରେ ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ମଦ ଡ୍ରମ୍‌ ସହ ସେମାନେ ମଧ୍ୟ କେନାଲ ନିକଟରେ ଛିଡ଼ା ହୋଇଛନ୍ତି। ଭିଡିଓରେ ଗୁଇନ୍ଦା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ “ମୁସଲିମମାନେ ମଦ ବିକ୍ରି ଓ ମଦ ତିଆରି କାମରେ ସାମିଲ ହୁଅନ୍ତୁ ନାହିଁ। ଏପରି କାମରେ ନିୟୋଜିତ ହେଲେ ପରିଣାମ ଭୟଙ୍କର ହେବ। ସମସ୍ତେ ଭଲ ଭାବେ ଏକଥାକୁ ମନେ ରଖନ୍ତୁ।”

ବିଭାଗ ରବିବାର ଭିଡିଓ ପୋଷ୍ଟ କରିଥିଲେ ମଧ୍ୟ ମଦଗୁଡ଼ିକୁ କେବେ ଜବତ କରାଯାଇଥିଲା, ସେକଥା ଏଥିରେ କୁହାଯାଇନି। କେବଳ ଅପରେସନ ବେଳେ ଡିଲରମାନେ ଗିରଫ ହୋଇଥିବା କୁହାଯାଇଛି।


ସୂଚନାଯୋଗ୍ୟ, ପୂର୍ବରୁ ଥିବା ସରକାରେ ମଧ୍ୟ ମଦ ବିକ୍ରି ଓ ପିଇବା ଉପରେ ରୋକ ଲାଗିଥିଲା। ତଥାପି ବିଭିନ୍ନ ସ୍ଥାନରେ ଚୋରାରେ ମଦ ତିଆରି ଓ ବିକ୍ରି ହେଉଥିଲା। ଏବେ ତାଲିବାନ ଏହି ନିୟମକୁ ଆହୁରି କଡ଼ାକଡ଼ି କରିଛି। ମଦ ଇସଲାମ ବିରୋଧୀ ହୋଇଥିବାରୁ ତାଲିବାନ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos