ଚାଇନାକୁ ନିଜର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଘୋଷଣା କଲା ତାଲିବାନ

ବେଜିଂ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଚାଇନାର ଓକିଲାତି କରିବା ଆରମ୍ଭ କରିଛି। ଚାଇନାକୁ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ତାଲିବାନ ଘୋଷଣା କରିବା ସହ ବେଜିଂ ଏବେ ଆଫଗାନିସ୍ତାନରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛି। ଚାଇନା ମଧ୍ୟ ପୂର୍ବରୁ ଆଫଗାନକୁ ଦଖଲ କରିଥିବା ତାଲିବାନ ସହ ଭଲ ସମ୍ପର୍କ ସ୍ଥାପନ କରିବ ବୋଲି କହିଥିଲା। ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ତାଙ୍କ ସଂଗଠନ ଚାଇନାର ୱାନ […]

Mujahid

Mujahid

Hemant Lenka
  • Published: Friday, 03 September 2021
  • Updated: 03 September 2021, 05:19 PM IST

Sports

Latest News

ବେଜିଂ: ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଏବେ ଚାଇନାର ଓକିଲାତି କରିବା ଆରମ୍ଭ କରିଛି। ଚାଇନାକୁ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ତାଲିବାନ ଘୋଷଣା କରିବା ସହ ବେଜିଂ ଏବେ ଆଫଗାନିସ୍ତାନରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରସ୍ତୁତ ଥିବା କହିଛି। ଚାଇନା ମଧ୍ୟ ପୂର୍ବରୁ ଆଫଗାନକୁ ଦଖଲ କରିଥିବା ତାଲିବାନ ସହ ଭଲ ସମ୍ପର୍କ ସ୍ଥାପନ କରିବ ବୋଲି କହିଥିଲା।

ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ତାଙ୍କ ସଂଗଠନ ଚାଇନାର ୱାନ ବେଲ୍ଟ ୱାନ ରୋଡ ଅଭିଯାନକୁ ସମର୍ଥନ କରୁଛି। ଏହି ପ୍ରକଳ୍ପ ୟୁରୋପ, ଏସିଆ ଓ ଆଫ୍ରିକା ସହ ଚାଇନାକୁ ଯୋଡ଼ିବ। ବ୍ୟବସାୟ ଠାରୁ ଆରମ୍ଭ କରି ଯାତାୟାତ ସୁବିଧାଜନକ ହୋଇପାରିବ।

ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମୁଜାହିଦ କହିଛନ୍ତି, “ଚାଇନା ହେଉଛି ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଟନର। ଚାଇନା ପୁଞ୍ଜି ନିବେଶକ କରିବାକୁ ରାଜି ଅଛି। ଆମ ଦେଶକୁ ନୂଆ କରି ଗଠନ କରିବା ପାଇଁ ବେଜିଂ ଆଗ୍ରହ ଦେଖାଇଛି। ଏଠାରେ ବଡ଼ବଡ଼ ମାଇନ୍ସ ରହିଛି। ଏହା ଚାଇନା ସହାୟତାରେ ପୁଣି କାର୍ଯ୍ୟକ୍ଷମ ହେବ। ଅତ୍ୟାଧୁନିକ ଶୈଳୀରେ ସବୁ କିଛି କରାଯିବ। ଏହା ସହ ଚାଇନା ବିଶ୍ୱର ସବୁ ମାର୍କେଟରେ ଆମ ପାଇଁ ପାସ୍‌ ଭାବେ ଉଭା ହେବ।”

ଏହାବାଦ୍‌ ତାଲିବାନ ରୁଷକୁ ମଧ୍ୟ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରିଛି। ରୁଷ ସହ ଭଲ ସମ୍ପର୍କ ରଖିବାକୁ ପ୍ରୟାସ କରାଯିବ ବୋଲି ମୁଜାହିଦ କହିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ରେ କାବୁଲ ଦଖଲ କରିଥିବା ତାଲିବାନ ଆଜି ହିଁ ସରକାର ଗଠନ ସମ୍ପର୍କରେ ଘୋଷଣା କରିବ। ଏଥିପାଇଁ ବିଭିନ୍ନ ସ୍ଥାନରେ ହୋର୍ଡିଂ ମଧ୍ୟ ମରାଯାଇଛି। ଆଉ କିଛି ଘଣ୍ଟା ମଧ୍ୟରେ ତାଲିବାନ ନୂଆ କ୍ୟାବିନେଟ ସମ୍ପର୍କରେ ଘୋଷଣା କରିବ ବୋଲି ଜଣାପଡ଼ିଛି। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story