କାଲିଠୁ ଆଫଗାନରେ ତାଲିବାନୀ ଶାସନ!

କାବୁଲ: ବନ୍ଧୁକ ମୁନରେ ଦୁଇ ସପ୍ତାହ ତଳେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆସନ୍ତାକାଲି ବିଧିବଦ୍ଧ ଭାବେ ସରକାର ଗଠନ କରିବ। ଏହାର ଅର୍ଥ ଆସନ୍ତାକାଲି ଠାରୁ ଆଫଗାନରେ ତାଲିବାନୀମାନେ ଲୋକଙ୍କୁ ଶାସନ କରିବା ଆରମ୍ଭ କରିବେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି। ସୂଚନା ଅନୁସାରେ, ଆସନ୍ତାକାଲି ଶୁକ୍ରବାର। ଶୁକ୍ରବାର ନମାଜ ପାଠ ପରେ ତାଲିବାନ ସରକାର ଗଠନ ସମ୍ପର୍କରେ ଘୋଷଣା କରିବ। ଅଗଷ୍ଟ ୧୫ରେ ତାଲିବାନ […]

Taliban

Taliban

Hemant Lenka
  • Published: Thursday, 02 September 2021
  • Updated: 02 September 2021, 06:20 PM IST

କାବୁଲ: ବନ୍ଧୁକ ମୁନରେ ଦୁଇ ସପ୍ତାହ ତଳେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆସନ୍ତାକାଲି ବିଧିବଦ୍ଧ ଭାବେ ସରକାର ଗଠନ କରିବ। ଏହାର ଅର୍ଥ ଆସନ୍ତାକାଲି ଠାରୁ ଆଫଗାନରେ ତାଲିବାନୀମାନେ ଲୋକଙ୍କୁ ଶାସନ କରିବା ଆରମ୍ଭ କରିବେ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା ରହିଛି। ସୂଚନା ଅନୁସାରେ, ଆସନ୍ତାକାଲି ଶୁକ୍ରବାର। ଶୁକ୍ରବାର ନମାଜ ପାଠ ପରେ ତାଲିବାନ ସରକାର ଗଠନ ସମ୍ପର୍କରେ ଘୋଷଣା କରିବ। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ସହ ପୂରା ଆଫଗାନକୁ ଏକପ୍ରକାରର ନିଜ ନିୟନ୍ତ୍ରଣକୁ ନେଇଥିଲା।

କିନ୍ତୁ ସୋମବାର ମଧ୍ୟରାତ୍ରରେ ଆମେରିକା ସେନା ଆଫଗାନ ଛାଡ଼ିବା ପରେ ତାଲିବାନ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଛି। ସରକାର ଗଠନ ପାଇଁ ତାଲିବାନ ନେତାମାନେ ବିଭିନ୍ନ ସମୟରେ ବୈଠକ କରିଥିଲେ। ଗତକାଲି ସର୍ବସମ୍ମିତିକ୍ରମେ ହୈବାତୁଲ୍ଲା ଅଖୁଣ୍ଡଜାଦା ଆଫଗାନରେ ଆରମ୍ଭ ହେବାକୁ ଥିବା ତାଲିବାନୀ ଶାସନର ମୁଖ୍ୟ ଭାବେ କାମ କରିବେ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଦୈନନ୍ଦିନ କାର୍ଯ୍ୟର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଦୀର୍ଘ ବର୍ଷ ଧରି ଯୁଦ୍ଧ କ୍ଷତିଗ୍ରସ୍ତ ଆଫଗାନବାସୀଙ୍କ ପାଇଁ ତାଲିବାନ ସରକାର ଗଠନ କରିବା ପରେ କ’ଣ କରିବ, ତା’ ଉପରେ ସମସ୍ତଙ୍କ ନଜର। କାରଣ ଆଫଗାନର ଆର୍ଥିକ ସ୍ଥିତି ଦୁର୍ବଳ। ଲୋକମାନେ ପାଣି ଓ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। ସେଠାକାର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିପର୍ଯ୍ୟୟ। ତେଣୁ ଏଗୁଡ଼ିକୁ ତାଲିବାନ ଭଳି ଏକ ସଂଗଠନ କେମିତି ସୁଧାରିବ, ତାହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ।

ଅନ୍ୟପକ୍ଷରେ କାବୁଲ ଏୟାରପୋର୍ଟରୁ ପୁଣି ଉଡ଼ାଣ ଆରମ୍ଭ କରିବାକୁ ବିଭିନ୍ନ ରାଷ୍ଟ୍ର ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। କତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁଲରହମାନ ଅଲ ଥାନୀ କହିଛନ୍ତି, କତାର ଏବେ ତାଲିବାନ ସହ କଥା ହେବା ସହ ତୁର୍କୀ ସହ ମିଶି କାମ କରୁଛି।

ଖୁବଶୀଘ୍ର କାବୁଲ ଏୟାରପୋର୍ଟରୁ ଅପରେସନ ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ଅଧିକରୁ ଅଧିକ ଲୋକଙ୍କୁ ଆଫଗାନରୁ ଉଦ୍ଧାର କରିବାରେ ସହାୟକ ହେବ। ଆଫଗାନ ଛାଡ଼ିବାକୁ ଚାହୁଁଥିବା ଲୋକଙ୍କ ସୁରକ୍ଷିତ ଏୟାରଲିଫ୍ଟ ହିଁ ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story