ତାଲିବାନର ସୁପ୍ରିମ ଲିଡର ଅଖୁଣ୍ଡଜାଦା ମୃତ ନା ଜୀବିତ? ବଢ଼ିଲା ସସପେନ୍ସ

କାନ୍ଧାହାର: ଦୀର୍ଘ ୨୦ ବର୍ଷ ପରେ ବନ୍ଧୁକ ମୁନରେ  ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁଣ୍ଡଜାଦାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ତାଲିବାନ କ୍ଷମତା ଦଖଲ କରିଥିଲେ ମଧ୍ୟ ଅଖୁଣ୍ଡଜାଦା ଏଯାଏ ସର୍ବସମ୍ମୁଖକୁ ଆସିନାହିଁ। ସେ ମୃତ କି ଜୀବିତ ସେ ସୂଚନା ମଧ୍ୟ କାହା ପାଖରେ ନାହିଁ। ସଂଗଠନର ଏହି ଧର୍ମ ପ୍ରଚାରକ ଜଣଙ୍କ ବଞ୍ଚିଥିବା ତାଲିବାନ ବାରମ୍ବାର କହୁଛି। ହେଲେ ସେ ସର୍ବସମ୍ମୁଖରୁ ଦୂରେଇ ରହିଥିବାରୁ, ତା‘ର  ଅବସ୍ଥିତିକୁ […]

akhundzada

akhundzada

Hemant Lenka
  • Published: Friday, 03 December 2021
  • Updated: 03 December 2021, 12:38 PM IST

Sports

Latest News

କାନ୍ଧାହାର: ଦୀର୍ଘ ୨୦ ବର୍ଷ ପରେ ବନ୍ଧୁକ ମୁନରେ  ପୁଣିଥରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନର ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁଣ୍ଡଜାଦାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି। ତାଲିବାନ କ୍ଷମତା ଦଖଲ କରିଥିଲେ ମଧ୍ୟ ଅଖୁଣ୍ଡଜାଦା ଏଯାଏ ସର୍ବସମ୍ମୁଖକୁ ଆସିନାହିଁ। ସେ ମୃତ କି ଜୀବିତ ସେ ସୂଚନା ମଧ୍ୟ କାହା ପାଖରେ ନାହିଁ।

ସଂଗଠନର ଏହି ଧର୍ମ ପ୍ରଚାରକ ଜଣଙ୍କ ବଞ୍ଚିଥିବା ତାଲିବାନ ବାରମ୍ବାର କହୁଛି। ହେଲେ ସେ ସର୍ବସମ୍ମୁଖରୁ ଦୂରେଇ ରହିଥିବାରୁ, ତା‘ର  ଅବସ୍ଥିତିକୁ ନେଇ ସଂଞ୍ଚୟ ସୃଷ୍ଟି ହୋଇଛି। ତାଲିବାନର ଗତିବିଧି ଉପରେ ନଜର ରଖୁଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ମଧ୍ୟ ଅଖୁଣ୍ଡଜାଦା ସମ୍ପର୍କରେ କୌଣସି ସୂଚନା ରଖିନାହାନ୍ତି। ସେ ସର୍ବସାଧାରଣରୁ ଦୂରେଇ ରହିଥିବାରୁ ଏବେ କିଏ ତାଲିବାନକୁ ଚଳାଉଛି, ତା’ହା ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବାର ୨ ମାସ ପରେ ଅର୍ଥାତ ଅକ୍ଟୋବର ୩୦ରେ ତାଲିବାନ ମୁଖପାତ୍ର ସମସ୍ତଙ୍କୁ ଜଣାଇବାକୁ ଚାହିଁଥିଲେ ଯେ ଅଖୁଣ୍ଡଜାଦା କାନ୍ଧାହାରରେ ରହିଛି ଓ ସେ ସଂପୂର୍ଣ୍ଣ ସୁସ୍ଥ ଅଛି। ଏହାପରେ ସେ କାନ୍ଧାହାରାରେ ଥିବା ଗୋଟିଏ ମାଦ୍ରାସାରେ ସମସ୍ତଙ୍କୁ ସମ୍ବୋଧନ କରୁଥିବା କଥା ପ୍ରଚାର ହୋଇଥିଲା।

ଏହାକୁ ସତ ବୋଲି ପ୍ରମାଣିତ କରିବା ପାଇଁ ତାଲିବାନ ପକ୍ଷରୁ ଗୋଟିଏ ୧୦ ମିନିଟ୍‌ର ଅଡିଓ ରିଲିଜ୍‌ କରାଯାଇଥିଲା। ଅଡିଓରେ ଅଖୁଣ୍ଡଜାଦାର ସ୍ୱର ରହିଥିବା ତାଲିବାନ ଦାବି କରିଥିଲା। କିନ୍ତୁ ତା’ର ଭିଡିଓ କିମ୍ବା ଫଟୋ ସାମ୍ନାକୁ ଆସି ନଥିବାରୁ, ଅଡିଓର ସତ୍ୟାସତ୍ୟକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।

ଅଖୁଣ୍ଡଜାଦା ଯେଉଁ ମାଦ୍ରାସାରେ ଭାଷଣ ଦେଇଥିଲା ବୋଲି କୁହାଯାଉଛି, ସେଠାରେ କିଛି ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ପହଞ୍ଚିଥିଲେ। ଏହି ସମୟରେ ମାଦ୍ରାସାର ସୁରକ୍ଷା ମୁଖ୍ୟ ଓ ସେଠାରେ ପଢ଼ୁଥିବା ଜଣେ ଛାତ୍ର ଅଖୁଣ୍ଡଜାଦାକୁ ଦେଖିଥିବା କହିଛନ୍ତି। ହେଲେ ଏହାକୁ କାନ୍ଧାହାର ବାହାରେ ରହୁଥିବା ଅଧିକାରୀମାନେ ଗ୍ରହଣ କରିପାରୁ ନାହାନ୍ତି। ମାଦ୍ରାସାର ଲୋକମାନଙ୍କୁ ତାଲିବାନ ହିଁ ଏପରି କହିବାକୁ ତାଲିମ ଦେଇଥିବା ସେମାନେ କହିଛନ୍ତି।

ଏହାପୂର୍ବରୁ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରକୁ ନେଇ ମଧ୍ୟ ଏମିତି ସସପେନ୍ସ ସୃଷ୍ଟି ହୋଇଥିଲା। ସେ ୨୦୧୩ରେ ପ୍ରାଣ ହରାଇ ସାରିଥିଲେ ମଧ୍ୟ ତାଲିବାନ ପକ୍ଷରୁ ଏହାକୁ ୨୦୧୫ ଯାଏ ଲୁଚାଇ ରଖାଯାଇଥିଲା। ତେଣୁ ଅଖୁଣ୍ଡଜାଦା ସମ୍ପର୍କରେ ମଧ୍ୟ ତାଲିବାନ ସଠିକ ତଥ୍ୟ ଦେଉ ନଥିବା କୁହାଯାଉଛି।

ପୂର୍ବ ସରକାରରେ ସୁରକ୍ଷା ବାହିନୀରେ କାମ କରୁଥିବା ଜଣେ ଅଧିକାରୀ କହିଛନ୍ତି, ଅଖୁଣ୍ଡଜାଦା ୩ ବର୍ଷ ହେଲାଣି ପ୍ରାଣ ହରାଇ ସାରିଛି। ପାକିସ୍ତାନର କ୍ୱେଟ୍ଟାରେ ହୋଇଥିବା ଆତ୍ମଘାତୀ ହମଲାରେ ସେ ଓ ତା’ ଭାଇ ପ୍ରାଣ ହରାଇଥିଲେ। ତେଣୁ ତାଲିବାନ ଏବେ କରୁଥିବା ଦାବିରେ କୌଣସି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story