ବୋଗଟା: ପୁଲିସ ଉପରେ ଆକ୍ରମଣ। ବିସ୍ଫୋରଣ କରି ଉଡାଇଦେଲେ ପୁଲିସ ଗାଡି। ପଶ୍ଚିମ କଲମ୍ବିଆରେ ଏଭଳି କିଛି ଆତଙ୍କୀ ହମ୍ଲା ହୋଇଛି। ଏଥିରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସୂଚନା ମୁତବାକ, ଶୁକ୍ରବାର ଏହି ଘଟଣା ଘଟିଛି। ଗାଡିରେ ବସି ୮ ଜଣ ପୁଲିସ ଅଧିକାରୀ କେଉଁ ଆଡେ ଯାଉଥିବା ବେଳେ ତାଙ୍କ ଗାଡିକୁ ବିସ୍ଫୋରଣ କରି ଆତଙ୍କୀମାନେ ଉଡାଇ ଦେଇଥିଲେ। ଘଟଣାସ୍ଥଳରେ ୮ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୂଚନା ଦେଇଛନ୍ତି।
https://twitter.com/petrogustavo/status/1565818798443200512?s=20&t=pLxMgFiOVz7EafFpbqG3Rw
ଗସ୍ତାଗୋ ପେଟ୍ରୋ ଏହି ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ କହିଛନ୍ତି, ' ପ୍ରାୟ ୬୦ ବର୍ଷର ବିବାଦର ଅନ୍ତ ଘଟାଇବାକୁ ଦେଶ ପ୍ରତିଶ୍ରୁତି ଦେବା ପରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଏହାସବୁ ଠାରୁ ଘାତକ ଆକ୍ରମଣ। ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ଦେଶରେ ଶାନ୍ତି ଭଙ୍ଗ କରିବା ପାଇଁ ପ୍ରୟାସ ଚାଲିଛି। ଘଟଣାର ଅନୁସନ୍ଧାନ ପାଇଁ ଉକ୍ତ ଅଞ୍ଚଳକୁ ଅଧିକାରୀ ପଠାଯାଇଛି।'
ଉଲ୍ଲେଖଯୋଗ୍ୟ, ଇଭାନ ଡ୍ୟୁକ୍ ବୋଗୋଟା ସ୍ଥିତ ପୁଲିସ୍ ଏକାଡେମୀ ଉପରେ ୨୦୧୯ରେ କାର୍ ବୋମା ଆକ୍ରମଣ କରିଥିଲେ । ଏଥିରେ ୨୨ ଜଣଙ୍କର ମୃତ୍ୟୁ ପରେ ELN ସହିତ ଶାନ୍ତି ବାର୍ତ୍ତା ଭାଙ୍ଗିଥିଲେ ଇଭାନ। ସେପଟେ ପେଟ୍ରୋ ଶୁକ୍ରବାର ହୋଇଥିବା ହମ୍ଲାରେ ସନ୍ଦିଗ୍ଧ ଅପରାଧୀଙ୍କ ନାଁ ନେଇନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।