ଜଣଙ୍କ ପାଇଁ ଫସିଲେ ୫ ହଜାର ଲୋକ

ବେଜିଂ: ଜଣେ ବ୍ୟକ୍ତି ଭାଙ୍ଗିଲା ନିୟମ। ଫସିଲେ ହଜାର ହଜାର ଲୋକ। ଜଣଙ୍କ ପାଇଁ ଦଣ୍ଡ ଭୋଗିବାକୁ ବାଧ୍ୟ ହେଲେ ୫ ହଜାର। ଚୀନ୍‌ରେ ତାଣ୍ଡବ ରଚିଛି କରୋନା। ଏଠାରେ କରୋନାକୁ ନେଇ ଜାରି ରହିଛି କୋକୁଆ ଭୟ। ମହାମାରୀର ମୁକାବିଲା ପାଇଁ କଡା ନିୟମ ଲାଗୁ କରାଯାଇଛି। ତେବେ ଏଠାକାର ଜଣେ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି ସବୁ ନିୟମ। ଫଳରେ ତାଙ୍କ ପାଇଁ ୫ ହଜାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିଛି। ରବିବାର ଚୀନ୍‌ର ଜଣେ […]

Corona in china

Corona in china

Madhupriya Mistry
  • Published: Tuesday, 31 May 2022
  • Updated: 31 May 2022, 02:48 PM IST

Sports

Latest News

ବେଜିଂ: ଜଣେ ବ୍ୟକ୍ତି ଭାଙ୍ଗିଲା ନିୟମ। ଫସିଲେ ହଜାର ହଜାର ଲୋକ। ଜଣଙ୍କ ପାଇଁ ଦଣ୍ଡ ଭୋଗିବାକୁ ବାଧ୍ୟ ହେଲେ ୫ ହଜାର। ଚୀନ୍‌ରେ ତାଣ୍ଡବ ରଚିଛି କରୋନା। ଏଠାରେ କରୋନାକୁ ନେଇ ଜାରି ରହିଛି କୋକୁଆ ଭୟ। ମହାମାରୀର ମୁକାବିଲା ପାଇଁ କଡା ନିୟମ ଲାଗୁ କରାଯାଇଛି। ତେବେ ଏଠାକାର ଜଣେ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି ସବୁ ନିୟମ। ଫଳରେ ତାଙ୍କ ପାଇଁ ୫ ହଜାର ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିଛି।

ରବିବାର ଚୀନ୍‌ର ଜଣେ ୪୦ ବର୍ଷୀୟ ବ୍ୟକ୍ତି ସନ୍‌ କରୋନା ନିୟମ ଉଲ୍ଲଙ୍ଘନ କରିଥଇଲେ। ସେ ନିୟମ ଭାଙ୍ଗି ଘରେ ବାହାରେ ବୁଲିଥିଲେ। ଏପରିକି ସପିଂ ମଲ ଯାଇ କିଣାବିକା ମଧ୍ୟ କରିଥିଲେ। ପରେ ସେହି ବ୍ୟକ୍ତି ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେ କରୋନା ପଜିଟିଭ ବାହାରିବା ପରେ ତାଙ୍କର ୫ ହଜାର ପଡୋଶୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୨୫୦ ଜଣଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି।

ବେଜିଂରେ ସାର୍ବଜନୀନ ସୁରକ୍ଷା ଅଧିକାରୀଙ୍କ କହିବା ମୁତାବକ, ହୋମ୍‌ କ୍ୱାରେଣ୍ଟାଇନ୍‌ ବେଳେ ଉକ୍ତ ବ୍ୟକ୍ତି ଜଣକ ବାରମ୍ବାର ବାହାରକୁ ଯାଇଛନ୍ତି। ଏଥିସହ ସେ ସାହିପଡିଶା ଲୋକଙ୍କୁ ଭେଟିଛନ୍ତି। ନିମୟ ଭାଙ୍ଗି ଥିବା ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ତାଙ୍କର ବିରୋଧରେ ପୁଲିସ ତଦନ୍ତ କରିବ।

ବାସ୍ତବରେ ସୋମବାର ବେଜିଂରେ କରୋନା ନିୟମ କୋହଳ କରାଯାଇଥିଲା। ପାର୍କ, ସିନେମା ହଲକୁ ପୁଣି ଥରେ ଖୋଲି ଦିଆଯାଇଛି। ହେଲେ ଏବେ ବି ଚୀନରେ କରୋନା ନିୟମ କଡାକଡି ପାଳନ ହେଉଛି। ଜିରୋ କୋଭିଡ ନୀତିରେ କାମ କରୁଛନ୍ତି ସରକାର। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି।

ପ୍ରକୃତରେ ଏପ୍ରିଲ ଶେଷ ଆଡକୁ ବେଜିଂରେ ୧୭୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଗତ ଏକ ସପ୍ତାହ ମଧ୍ୟ କରୋନା ସଂକ୍ରମଣ ବେଶ୍‌ ଦ୍ରୁତ ଗତିରେ କମିବାରେ ଲାଗିଛି। ଏଠାରେ ଦୁଇ ଦିନ ହେଲା କୌଣସି ନୂଆ ମାମଲା ଚିହ୍ନଟ ହୋଇନାହିଁ। ବର୍ତ୍ତମାନ ସେଠାରେ କରୋନା ସ୍ଥିତି ସ୍ଥିର ରହିଛି, ତଥାପି ବିପଦ ଟଳିନି। ଏଥିପାଇଁ କେତେଟା ସ୍ଥାନରେ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। ବସ୍‌, ଟ୍ରେନ୍‌ ସେବା ପୁଣି ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଲୋକେ କାମକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos