ଘମାଘୋଟ ଲଢ଼େଇ: ୧୩ ଆତଙ୍କୀ ନିହତ, ୭ ସୈନ୍ୟ ମୃତ

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ବିଦ୍ରୋହୀ ଗୋଷ୍ଠୀଙ୍କୁ ପାକିସ୍ତାନ ଆତଙ୍କବାଦୀ ଭାବେ ନାମିତ କରିଛି। ବୁଧବାର ରାତିରେ ଏହି ଗୋଷ୍ଠୀ ପଞ୍ଜଗୁର ଓ ନୌଶିକ ଜିଲ୍ଲାରେ ଥିବା ସେନା ବେସ୍‌ କ୍ୟାମ୍ପ ଉପରେ ହମଲା କରିଥିଲେ। ଏଥିରେ ୧୦୦ରୁ ଅଧିକ ପାକ୍‌ ସୈନ୍ୟ ପ୍ରାଣ ହରାଇଥିବା ଆକ୍ରମଣକାରୀ ବାଲୋଚ ଲିବେରେସନ ଆର୍ମି(ବିଏଲଏଫ) ଦାବି କରିଛି। ହେଲେ ପାକିସ୍ତାନ ସେନା ଏହାକୁ ଅଗ୍ରାହ୍ୟ କରିବା ସହ […]

Terrorist

Terrorist

Hemant Lenka
  • Published: Thursday, 03 February 2022
  • Updated: 03 February 2022, 09:30 PM IST

Sports

Latest News

ଇସଲାମାବାଦ: ପାକିସ୍ତାନର ବାଲୋଚିସ୍ତାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ବିଦ୍ରୋହୀ ଗୋଷ୍ଠୀଙ୍କୁ ପାକିସ୍ତାନ ଆତଙ୍କବାଦୀ ଭାବେ ନାମିତ କରିଛି। ବୁଧବାର ରାତିରେ ଏହି ଗୋଷ୍ଠୀ ପଞ୍ଜଗୁର ଓ ନୌଶିକ ଜିଲ୍ଲାରେ ଥିବା ସେନା ବେସ୍‌ କ୍ୟାମ୍ପ ଉପରେ ହମଲା କରିଥିଲେ। ଏଥିରେ ୧୦୦ରୁ ଅଧିକ ପାକ୍‌ ସୈନ୍ୟ ପ୍ରାଣ ହରାଇଥିବା ଆକ୍ରମଣକାରୀ ବାଲୋଚ ଲିବେରେସନ ଆର୍ମି(ବିଏଲଏଫ) ଦାବି କରିଛି। ହେଲେ ପାକିସ୍ତାନ ସେନା ଏହାକୁ ଅଗ୍ରାହ୍ୟ କରିବା ସହ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛି।

ସେନା ପକ୍ଷରୁ କୁହାଯାଇଛି ଯେ ବେସ୍ କ୍ୟାମ୍ପ ହମଲା ପାଇଁ ହୋଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ହମଲା ପାଇଁ ଆସିଥିବା ୧୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ସହ ଲଢ଼େଇ କରିବା ବେଳେ ୭ ଜଣ ଯବାନଙ୍କ ଜୀବନ ଯାଇଛି। ଉପାନ୍ତ ନୌଶିକରେ ହୋଇଥିବା ଲଢ଼େଇରେ ୯ ଜଣ ଆତଙ୍କବାଦୀ ଓ ୪ ଜଣ ଯବାନ ପ୍ରାଣ ହରାଇଛନ୍ତି। ଏଠାରେ ଆତଙ୍କବାଦୀମାନେ ବୁଧବାର ସନ୍ଧ୍ୟାରେ ହମଲା କରିଥିଲେ। ଏହାର କିଛି ଘଣ୍ଟା ପରେ ପଞ୍ଜଗୁରରେ ମଧ୍ୟ ହମଲା ହୋଇଥିଲା। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀ ଓ ୪ ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି।

ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ଶେଖ ରଶିଦ କହିଛନ୍ତି, ଉଭୟ ହମଲାକୁ ସୁରକ୍ଷାକର୍ମୀମାନେ ବେଶ ସକାରାତ୍ମକ ଢଙ୍ଗରେ ପଣ୍ଡ କରି ଦେଇଛନ୍ତି। ପୂରା ଅପରେସନ ବେଳେ ୧୩ ଜଣ ଆକ୍ରମଣକାରୀ ନିହତ ହୋଇଛନ୍ତି। ହମଲା ପରେ କିଛି ଆତଙ୍କୀ ନିକଟସ୍ଥ ବଜାର ଦେଇ ଖସି ଯାଇଛନ୍ତି। ତେଣୁ ଗୁରୁବାର ପଞ୍ଜଗୁର ଠାରେ କର୍ଫ୍ୟୁ ଲାଗୁ କରାଯାଇଛି। ଏବେ ବି ସେଠାରେ ଅପରେସନ ଚାଲିଛି। ହମଲା ଘଟଣାରେ ପାକିସ୍ତାନର ୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଆଉ ୪ ଜଣ ଗୁଳିମାଡ଼ରେ ଆହତ ହୋଇଥିବା ସେ କହିଛନ୍ତି।

ଏହି ହମଲା ପଛରେ ଆଫଗାନିସ୍ତାନ ଓ ଭାରତ ଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଥିବା ସେନା କହିଛି। ହେଲେ ଏହାର ପ୍ରମାଣ ପାକିସ୍ତାନ ସେନା ଉପସ୍ଥାପନ କରିପାରି ନାହିଁ। ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ଏପରି ଦାବି କରିବାର ନଜିର ରହିଛି।

ବାଲୋଚ ଲିବେରେସନ ଆର୍ମି(ବିଏଲଏଫ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ଏଥିସହ ହମଲାରେ ୧୦୦ରୁ ଅଧିକ ପାକିସ୍ତାନ ସୈନ୍ୟ ନିହତ ହୋଇଥିବା ଏହି ଗୋଷ୍ଠୀ ଦାବି କରିଛି। ବିଏଲଏଫ ଗୋଟିଏ ବିବୃତିରେ କହିଛି, “୨ଟି ଯାକ ବେସ୍‌ କ୍ୟାମ୍ପରେ ଆତ୍ମଘାତୀ ହମଲା ହୋଇଛି। ଆମ ସଂଗଠନର ସଦସ୍ୟମାନେ ବିସ୍ଫୋରକ ଖଚିତ ଗାଡ଼ିକୁ ବେସ୍ କ୍ୟାମ୍ପର ପ୍ରବେଶ ପଥରେ ବିସ୍ଫୋରଣ କରିଛନ୍ତି। ଏଥିରେ ୧୦୦ରୁ ଅଧିକ ପାକିସ୍ତାନ ସୈନ୍ୟ ନିହତ ହୋଇଛନ୍ତି। କ୍ୟାମ୍ପର ଅଧିକାଂଶ ଅଞ୍ଚଳ ଆମ ଯୋଦ୍ଧାମାନେ ନିଜ କଜବାରେ ରଖିଛନ୍ତି।”

ଗତ ସପ୍ତାହରେ ବିଦ୍ରୋହୀମାନେ ଗୱାଦାର ପୋର୍ଟ ନିକଟରେ ଥିବା ଗୋଟିଏ ଚେକ ପୋଷ୍ଟରେ ହମଲା କରିଥିଲେ। ଏଥିରେ ୧୦ ଜଣ ପାକିସ୍ତାନ ସୈନ୍ୟଙ୍କ ଜୀବନ ଯାଇଥିଲା। ତେବେ ବୁଧବାର ରାତିରେ ପଞ୍ଜଗୁର ଓ ନୌଶିକ ଜିଲ୍ଲାରେ ହୋଇଥିବା ହମଲାକୁ ଭଣ୍ଡୁର କରାଯାଇ ପାରିଥିବା ପାକିସ୍ତାନ ସେନା ଦାବି କରିଛି। ସେନା କହିଛି ଯେ ପଞ୍ଜଗୁର ଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ପାକ୍‌ ସୈନ ପ୍ରାଣ ହରାଇଛନ୍ତି। ତେବେ ଏଠାରେ ଆତଙ୍କବାଦୀମାନେ କୌଣସି ବଡ଼ କ୍ଷତି ଘଟାଇ ପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story