ରୁଷର ‘ସ୍ୱାଧୀନ ମାନ୍ୟତା’ ପରେ କଟକଣା ଲଗାଇଲା ଆମେରିକା

ୱାଶିଂଟନ: ୟୁକ୍ରେନ ବିରୋଧରେ ଗୋଟି ଚାଳନ କରୁଥିବା ରୁଷ ଉପରେ ବଡ଼ ପଦକ୍ଷେପ ନେଇଛି ଆମେରିକା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱାଧୀନତାର ମାନ୍ୟ ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟୀ କଟକଣା ଲଗାଯାଇଛି। ରୁଷ ଦ୍ୱାରା ତଥାକଥିତ ସ୍ୱାଧୀନ ପାଇଥିବା ପୂର୍ବ ୟୁକ୍ରେନର ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକରେ କୌଣସି ପ୍ରକାରର ପୁଞ୍ଜି ନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି। […]

Biden

Biden

Hemant Lenka
  • Published: Tuesday, 22 February 2022
  • Updated: 22 February 2022, 09:18 AM IST

Sports

Latest News

ୱାଶିଂଟନ: ୟୁକ୍ରେନ ବିରୋଧରେ ଗୋଟି ଚାଳନ କରୁଥିବା ରୁଷ ଉପରେ ବଡ଼ ପଦକ୍ଷେପ ନେଇଛି ଆମେରିକା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳକୁ ସ୍ୱାଧୀନତାର ମାନ୍ୟ ଦେବା ପରେ ଆମେରିକା ପକ୍ଷରୁ ବ୍ୟବସାୟୀ କଟକଣା ଲଗାଯାଇଛି।

ରୁଷ ଦ୍ୱାରା ତଥାକଥିତ ସ୍ୱାଧୀନ ପାଇଥିବା ପୂର୍ବ ୟୁକ୍ରେନର ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକରେ କୌଣସି ପ୍ରକାରର ପୁଞ୍ଜି ନିବେଶ କିମ୍ବା ବ୍ୟବସାୟ କେହି କରିପାରିବେ ନାହିଁ ବୋଲି ଆମେରିକା କହିଛି। ଏ ସଂକ୍ରାନ୍ତ ଦସ୍ତାବିଜ ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦସ୍ତଖତ ମଧ୍ୟ କରିଛନ୍ତି।

ନିର୍ଦ୍ଦେଶ ଅନୁସାରେ କୌଣସି ଆମେରିକୀୟ ବ୍ୟକ୍ତି, ସଂସ୍ଥା କିମ୍ବା ଆମେରିକା ସହ ଜଡ଼ିତ ଥିବା ପ୍ରତିଷ୍ଠାନ ତଥାକିଥିତ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକରେ ପୁଞ୍ଜିନିବେଶ, ବ୍ୟବସାୟ କିମ୍ବା ଆର୍ଥିକ ସହାୟତା କରିପାରିବେ ନାହିଁ। ଏହି ସବୁ କାମ ଉପରେ ତତ୍କାଳ ଭାବେ ରୋକ ଲଗାଯାଇଥିବା ପ୍ରେସ ସଚିବ ଜେନ ପାସ୍କି କହିଛନ୍ତି।

ଏହି ନିର୍ଦ୍ଦେଶନାମାରେ ୟୁକ୍ରେନର ଏହି ଅଞ୍ଚଳରେ କାମ କରିବାକୁ ‌ଉଦ୍ୟମ କଲେ ସଂପୃକ୍ତି ବ୍ୟକ୍ତି ବା ପ୍ରତିଷ୍ଠାନ ଉପରେ ପ୍ରଶାସନ କଟକଣା ମଧ୍ୟ ଲଗାଇ ପାରିବ ବୋଲି କୁହାଯାଇଛି। ରୁଷ ଖୋଲାଖୋଲି ଭାବେ ଅନ୍ତର୍ଜାତୀୟ ନିୟମକୁ ଉଲ୍ଲଙ୍ଘନ କରିଛି। ଏଥିପାଇଁ ପରବର୍ତ୍ତୀ ଅବସ୍ଥାରେ ଆମେରିକା ନୂଆ କଟକଣା ସମ୍ପର୍କରେ ଘୋଷଣା କରିବ ବୋଲି ମଧ୍ୟ ପାସ୍କି କହିଛନ୍ତି।

ରାଷ୍ଟ୍ରପତି ବାଇଡେନ ଉକ୍ତ ଦସ୍ତାବିଜରେ ଦସ୍ତଖତ କରୁଥିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, “ଖୋଲାଖୋଲି ଅନ୍ତର୍ଜାତୀୟ ଆଇନକୁ ଉଲଙ୍ଘନ କରି ଫାଇଦା ହାସଲ ଲକ୍ଷ୍ୟରେ ଥିବା ରୁଷ ଉପରେ କଟକଣା ଲଗାଇବାକୁ ମୁଁ ଏହି ଏକଜ୍ୟୁକେଟିଭ ଅର୍ଡର୍‌ରେ ଦସ୍ତଖତ କରିଛି। ଆଗାମୀ ଦିନରେ କ’ଣ ସବୁ ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ଆମେ ୟୁକ୍ରେନ ସମେତ ଆମର ସମସ୍ତ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା କରିବୁ।”

ସୂଚନାଯୋଗ୍ୟ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ପୁଟିନ କହିଛନ୍ତି, “ମୋର ବିଶ୍ୱାସ ଯେ ଡୋନେଟସ୍କ ପିପୁଲ୍ସ ରିପବ୍ଲିକ ଓ ଲୁହାନସ୍କ ପିପୁଲ୍ସ ରିପବ୍ଲିକକୁ ସ୍ୱାଧୀନତା ଓ ସାର୍ବଭୌମତ୍ୱ ସ୍ୱୀକୃତି ଦେବା ପାଇଁ ଦୀର୍ଘ ଦିନ ହେଲା ବିଚାର ଚାଲିଥିଲା। ଏବେ ଏହି ଦୁଇ କ୍ଷେତ୍ରକୁ ସ୍ୱତନ୍ତ୍ର ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story