ଭାରତକୁ ରେଡ୍‌ ତାଲିକା ବଦଳରେ ଅମ୍ବେରରେ ରଖିଲା ବ୍ରିଟେନ, ଜାଣନ୍ତୁ ଏହାର ଅର୍ଥ କ’ଣ

ଲଣ୍ଡନ: ମହାମାରୀ କରୋନା କବଳରେ ପଡ଼ି ଆଉଟ ପାଉଟ ହେଉଥିବା ଭାରତକୁ ରେଡ୍‌ ତାଲିକାରେ ରଖିଥିବା ବ୍ରିଟେନ ନିଜର ଆଭିମୁଖ୍ୟ ବଦଳାଇଛି। ଏବେ ଭାରତ ଅମ୍ବେର ଲିଷ୍ଟରେ ସ୍ଥାନ ପାଇଛି। ଏହାର ଅର୍ଥ ଯେଉଁ ଭାରତୀୟ ପାଇଁ ଅନୁମୋଦନ ପ୍ରାପ୍ତ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବେ, ସେମାନଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ସେହିପରି ସେମାନଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ ହୋଟେଲ କ୍ୱାରେଣ୍ଟାଇନରେ ବି ରହିବାକୁ ପଡ଼ିବନି। ବ୍ରିଟେନର ଟ୍ରାଫିକ ଲାଇଟ ସିଷ୍ଟମର […]

UK

UK

Hemant Lenka
  • Published: Thursday, 05 August 2021
  • Updated: 05 August 2021, 03:36 PM IST

ଲଣ୍ଡନ: ମହାମାରୀ କରୋନା କବଳରେ ପଡ଼ି ଆଉଟ ପାଉଟ ହେଉଥିବା ଭାରତକୁ ରେଡ୍‌ ତାଲିକାରେ ରଖିଥିବା ବ୍ରିଟେନ ନିଜର ଆଭିମୁଖ୍ୟ ବଦଳାଇଛି। ଏବେ ଭାରତ ଅମ୍ବେର ଲିଷ୍ଟରେ ସ୍ଥାନ ପାଇଛି। ଏହାର ଅର୍ଥ ଯେଉଁ ଭାରତୀୟ ପାଇଁ ଅନୁମୋଦନ ପ୍ରାପ୍ତ କରୋନା ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବେ, ସେମାନଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ। ସେହିପରି ସେମାନଙ୍କୁ ବାଧ୍ୟତାମୂଳକ ୧୦ ଦିନିଆ ହୋଟେଲ କ୍ୱାରେଣ୍ଟାଇନରେ ବି ରହିବାକୁ ପଡ଼ିବନି।

ବ୍ରିଟେନର ଟ୍ରାଫିକ ଲାଇଟ ସିଷ୍ଟମର ବ୍ୟବସ୍ଥା ଅନୁଯାୟୀ, ଅମ୍ବେର ଲିଷ୍ଟରେ ଥିବା ଦେଶରୁ ଆସୁଥିବା ଲୋକମାନେ ନିଜ ଘରେ କିମ୍ବା ନିଜ ଇଚ୍ଛାରେ ଯେକୌଣସି ସ୍ଥାନରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ। ଭାରତ ଅମ୍ବେର ତାଲକାରେ ଥିବାରୁ ଭାରତୀୟମାନେ ବ୍ରିଟେନ ଗଲେ ନିଜ ଇଚ୍ଛା ଅନୁସାରେ ଯେକୌଣସି ସ୍ଥାନରେ ୧୦ ଦିନ କ୍ୱାରେଣ୍ଟାଇନରେ ରହିପାରିବେ। ସେହିପରି କ୍ୱାରେଣ୍ଟାଇନର ୫ ଦିନ ପରେ କରୋନା ଟେଷ୍ଟ କରାଇ ସେମାନେ ବାହାରକୁ ବାହାରି ପାରିବାର ସୁଯୋଗ ମଧ୍ୟ ପାଇବେ।

ବ୍ରିଟେନ ଯିବାକୁ ଥିବା ଭାରତୀୟମାନେ ବିମାନରେ ବସିବାର ୩ ଦିନ ଆଗରୁ ନିଜର କରୋନା ଟେଷ୍ଟ କରାଇବେ। ସେହିପରି ସେଠାରେ ପହଞ୍ଚିବା ପୂର୍ବରୁ ୨ଟି ଟେଷ୍ଟ ପାଇଁ ଆଗୁଆ ବୁକିଂ କରିବେ। ବ୍ରିଟେନରେ ପହଞ୍ଚିବା ପରେ ସେମାନେ କେଉଁ ସ୍ଥାନରେ କ୍ୱାରେଣ୍ଟାଇନରେ ରହିବ, ତା’ର ସୂଚନା ପ୍ରଶାସନକୁ ଦେବେ।

ପହଞ୍ଚିବାର ଦୁଇ ଦିନ ହେବା ପରେ ଗୋଟିଏ ଟେଷ୍ଟ କରିବେ। ସେହିପରି କ୍ୱାରେଣ୍ଟାଇନର ୮ ଦିନ ପରେ ଆଉ ଗୋଟିଏ ଟେଷ୍ଟ କରିବାକୁ ପଡ଼ିବ। ଯଦି କୌଣସି ଭାରତୀୟ ଆଗୁଆ କ୍ୱାରେଣ୍ଟାଇନରୁ ବାହାରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ଟେଷ୍ଟ ଟୁ ରିଲିଜ୍‌ ସ୍କିମ ଜରିଆରେ ଏକ ଘରୋଇ ଟେଷ୍ଟିଂ କେନ୍ଦ୍ରରେ ନିଜର ପରୀକ୍ଷା କରାଇବେ।

କିନ୍ତୁ କ୍ୱାରେଣ୍ଟାଇନର ୫ ଦିନ ପରେ ଏପରି ସୁବିଧା ମିଳିବ। ଯଦି ଏହି ଟେଷ୍ଟ ସହ ଦ୍ୱିତୀୟ ଦିନ ହୋଇଥିବା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବ, ତା’ହେଲେ ଜଣେ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରୁ ବାହାରିବାର ସୁଯୋଗ ମିଳିବ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ କହିଛି।
ଭାରତ ବ୍ୟତୀତ ୟୁଏଇ, କତାର ଓ ବାହାରିନକୁ ମଧ୍ୟ ବ୍ରିଟେନ ଅମ୍ବେର ଲିଷ୍ଟରେ ରଖିଛି। ୮ ଅଗଷ୍ଟରୁ ଏହି ନିୟମ କାର୍ଯ୍ୟକାରୀ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos