ଭାରତ ଗସ୍ତ ବାତିଲ କଲେ ବୋରିଶ ଜନସନ

ଲଣ୍ଡନ: ଭାରତରେ କୋଭିଡ୍ ସଂକ୍ରମଣ ମାରାତ୍ମକ ହୋଇଥିବା ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ତାଙ୍କ ଗସ୍ତ ଏବେ ପାଇଁ ବାତିଲ କରିଛନ୍ତି। ଏପ୍ରିଲ ଅନ୍ତିମ ସପ୍ତାହରେ ବୋରିଶ ଜନସନ ଭାରତ ଆସିବେ ବୋଲି ସୂଚନା ରହିଥିଲା। ଏହି ଗସ୍ତ ସମୟରେ ଦୁୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ହେବାର କାର୍ଯ୍ୟକ୍ରମ ଥିଲା। ପ୍ରଥମେ ବୋରିଶ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ରହିଥିଲା। ଏହାପରେ ତାଙ୍କ ଅଫିସ ଏହି ଗସ୍ତସୂଚୀକୁ କାଣ୍ଟଛାଣ୍ଟ […]

boris johnshon

boris johnshon

Subhransu Sekhar
  • Published: Monday, 19 April 2021
  • Updated: 19 April 2021, 04:39 PM IST

Sports

Latest News

ଲଣ୍ଡନ: ଭାରତରେ କୋଭିଡ୍ ସଂକ୍ରମଣ ମାରାତ୍ମକ ହୋଇଥିବା ଦେଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ତାଙ୍କ ଗସ୍ତ ଏବେ ପାଇଁ ବାତିଲ କରିଛନ୍ତି। ଏପ୍ରିଲ ଅନ୍ତିମ ସପ୍ତାହରେ ବୋରିଶ ଜନସନ ଭାରତ ଆସିବେ ବୋଲି ସୂଚନା ରହିଥିଲା। ଏହି ଗସ୍ତ ସମୟରେ ଦୁୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ଚୁକ୍ତି ହେବାର କାର୍ଯ୍ୟକ୍ରମ ଥିଲା। ପ୍ରଥମେ ବୋରିଶ ଚାରି ଦିନିଆ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ରହିଥିଲା। ଏହାପରେ ତାଙ୍କ ଅଫିସ ଏହି ଗସ୍ତସୂଚୀକୁ କାଣ୍ଟଛାଣ୍ଟ କରି ଅଳ୍ପଦିନ କରିଥିଲା।

ଗତକାଲି ବୋରିଶ ଭାରତ ଗସ୍ତ ନକରିବା ଉଚିତ ବୋଲି ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟି କହିଥିଲା। ଯେହେତୁ ଭାରତରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ତେଣୁ ବୋରିଶ ତାଙ୍କ ବ୍ୟବସାୟିକ କାର୍ଯ୍ୟକ୍ରମ ଅନ୍ ଲାଇନ୍ ଜରିଆରେ ଭାରତ ସହ କରିବା ଦରକାର ବୋଲି ଲେବର ପାର୍ଟି କହିଥିଲା। ଆଉ ଏହାପରେ ବୋରିଶଙ୍କ ଭାରତ ଗସ୍ତ ବାତିଲ୍ ହୋଇପାରେ ବୋଲି ସମ୍ଭାବନା ଦେଖାଦେଇଥିଲା।

ବୋରିଶ ଏହାପୂର୍ବରୁ ଜାନୁଆରୀ ୨୬ରେ ମଧ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବୋଲି ସୂଚନା ରହିଥିଲା। ହେଲେ ସେତେବେଳେ ବ୍ରିଟେନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ବୋରିଶ ତାଙ୍କ ଗସ୍ତ ବାତିଲ କରିଥିଲେ। ପରେ ଏପ୍ରିଲ ୨୫ରେ ନୂଆଦିଲ୍ଲୀ ଆସିବେ ବୋଲି ଡଉନିଂ ଷ୍ଟ୍ରିଟ୍ ନିଷ୍ପତ୍ତି ନେଇଥିଲା। ଯାହାକି ବାତିଲ ହୋଇଛି।

ସୂଚନାଯୋଗ୍ୟ, ସୋମବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ୨,୭୩, ୮୧୦ ଜଣ କରୋରେ ସଂକ୍ରମିତ ହୋଇଛନ୍ତି। କ୍ରମାଗତ ୪ର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଉ ରାଜଧାନୀ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ପୂର୍ବରୁ କେବଳ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ଶଟଡାଉନ ଲାଗୁ ହେଉଥିବା ବେଳେ ଆଜି ରାତି ୧୦ଟାରୁ ସମଗ୍ର ଦିଲ୍ଲୀରେ ଲକଡାଉନ ଆରମ୍ଭ ହେବ। ଏହି ଲକଡାଉନ ଅବଧି ଆସନ୍ତା ସୋମବାର ଭୋର ୫ଟା ଯାଏ ବଳବତ୍ତର ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story