‘କୋଭିଡ-୧୯ର ଉତ୍ପତ୍ତି ଠାବ ନହେଲେ, କୋଭିଡ-୨୬ ଓ କୋଭିଡ-୩୨ର ସମ୍ମୁଖୀନ ହେବାକୁ ପଡ଼ିବ’

ୱାଶିଂଟନ: ମହାମାରୀ କୋଭିଡ-୧୯ରେ ଉତ୍ପତ୍ତି ସ୍ଥଳ ଠାବ କରିବା ନିହାତି ଜରୁରୀ। ସାରା ବିଶ୍ୱକୁ ଚାଇନିଜ ସରକାର ଏଥିରେ ସହଯୋଗ କରନ୍ତୁ। ଭବିଷ୍ୟତରେ ମହାମାରୀ ଜନିତ ବିପଦକୁ ଏଡ଼ାଇବାକୁ ହେଲେ କରୋନାର ଉତ୍ପତ୍ତି ବିଷୟରେ ଜାଣିବାକୁ ଜରୁରୀ। ଯଦି କୋଭିଡ-୧୯ରେ ଉତ୍ପତ୍ତି ଠାବ ହୋଇପାରିବ ନାହିଁ, ତା’ହେଲେ ସାରା ବିଶ୍ୱ କୋଭିଡ-୨୬ ଓ କୋଭିଡ-୩୨ର ସମ୍ମୁଖୀନ ହେବେ  ବୋଲି ଆମେରିକାର ଦୁଇ ଜଣ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଟ୍ରମ୍ପ ପ୍ରଶାସନରେ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର […]

Wuhan

Hemant Lenka
  • Published: Monday, 31 May 2021
  • , Updated: 31 May 2021, 05:01 PM IST

ୱାଶିଂଟନ: ମହାମାରୀ କୋଭିଡ-୧୯ରେ ଉତ୍ପତ୍ତି ସ୍ଥଳ ଠାବ କରିବା ନିହାତି ଜରୁରୀ। ସାରା ବିଶ୍ୱକୁ ଚାଇନିଜ ସରକାର ଏଥିରେ ସହଯୋଗ କରନ୍ତୁ। ଭବିଷ୍ୟତରେ ମହାମାରୀ ଜନିତ ବିପଦକୁ ଏଡ଼ାଇବାକୁ ହେଲେ କରୋନାର ଉତ୍ପତ୍ତି ବିଷୟରେ ଜାଣିବାକୁ ଜରୁରୀ। ଯଦି କୋଭିଡ-୧୯ରେ ଉତ୍ପତ୍ତି ଠାବ ହୋଇପାରିବ ନାହିଁ, ତା’ହେଲେ ସାରା ବିଶ୍ୱ କୋଭିଡ-୨୬ ଓ କୋଭିଡ-୩୨ର ସମ୍ମୁଖୀନ ହେବେ  ବୋଲି ଆମେରିକାର ଦୁଇ ଜଣ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଟ୍ରମ୍ପ ପ୍ରଶାସନରେ ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର କମିଶନର ଭାବେ କାର୍ଯ୍ୟ କରି ସାରିଥିବା ସ୍କଟ ଗୋଟ୍ଟଲିବ କହିଛନ୍ତି, ସାର୍ସ କୋଭ-୨ ଭାଇରସ ଚାଇନାର ଉହାନରେ ଥିବା ଲ୍ୟାବକ୍‌ରୁ ଲିକ୍‌ ହୋଇଛି ବୋଲି ଦିନକୁ ଦିନ ସନ୍ଦେହ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ କିଛି ତଥ୍ୟ ମଧ୍ୟ ମିଳୁଛି।

ଚାଇନା ସରକାର ଏହି ସନ୍ଦେହକୁ ଦୂର କରିବା ପାଇଁ କୌଣସି ଠୋସ ପ୍ରମାଣ ଦେଇପାରିନାହାନ୍ତି। ସେହିପରି କୌଣସି ବନ୍ୟଜନ୍ତୁରୁ ଏହି ଭାଇରସ ବ୍ୟାପିବାର ପ୍ରମାଣ ମଧ୍ୟ ମିଳିନି। ତେଣୁ ଆମକୁ ଏହାର ଉତ୍ପତ୍ତି ଜାଣିବା ଜରୁରୀ ହୋଇପଡ଼ିଛି। ନହେଲେ ଏହାର ପରିଣାମ ଭବିଷ୍ୟତରେ ଭୟଙ୍କର ହେବ ବୋଲି ସେ କହିଛନ୍ତି।

ଟିକା ବିକଶିତ କରୁଥିବା ଟେକ୍ସାସର ଚିଲଡ୍ରେନ ହସ୍ପିଟାଲ ସେଣ୍ଟରର ସହ ନିର୍ଦ୍ଦେଶକ ପିଟର ହୋଟଜେ ମଧ୍ୟ ଭବିଷ୍ୟତର ସମ୍ଭାବ୍ୟ ମହାମାରୀକୁ ରୋକିବା ପାଇଁ କୋଭିଡ-୧୯ର ଉତ୍ପତ୍ତି ବିଷୟରେ ଜାଣିବା ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ଆମେ କୋଭିଡ-୧୯ର ଉତ୍ପତ୍ତି ବିଷୟରେ ଭଲ ଭାବେ ଜାଣିପାରିବା ନାହିଁ, ତା’ହେଲେ ଆମକୁ କୋଭିଡ-୨୬ ଓ କୋଭିଡ-୩୨ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ। ଏହାର ଅର୍ଥ ୨୦୨୬ ଓ ୨୦୨୩ରେ ମଧ୍ୟ ସାରା ବିଶ୍ୱକୁ ମହାମାରୀର ସମ୍ମୁଖୀନ ହେବାକୁ ପଡ଼ିବ।

ବୈଜ୍ଞାନିକମାନଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ଚାଇନାରେ ତଦନ୍ତ କରିବାକୁ ଅନୁମତି ଦିଆଯାଉ। ସେମାନେ ବନ୍ୟଜନ୍ତୁ ଓ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରନ୍ତୁ। ଆମେରିକା ମଧ୍ୟ କଟକଣାର ଭୟ ଦେଖାଇ ଚାଇନା ଉପରେ ନିରପେକ୍ଷ ତଦନ୍ତ କରିବାକୁ ଚାପ ସୃଷ୍ଟି କରୁ। ହୁବେଇ ପ୍ରୋଭେନ୍ସରେ ୬ ମାସ କିମ୍ବା ବର୍ଷେ ଯାଏ ତଦନ୍ତ କରିବା ଜରୁରୀ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ମସିହା ଡିସେମ୍ବର ମାସରେ ପ୍ରଥମ କରୋନା ରୋଗୀ ଚାଇନାର ଉହାନରେ ଚିହ୍ନଟ ହୋଇଥିଲେ। ଏହାପରେ ଏହି ଭାଇରସ ସାରା ବିଶ୍ୱକୁ ବ୍ୟାପିଛି। ଚାଇନାର ଉହାନ ଲ୍ୟାବରୁ ହିଁ ଭାଇରସ ଲିକ୍‌ ହୋଇଥିବା ଏକାଧିକ ରାଷ୍ଟ୍ର ଦାବି କରିଛନ୍ତି।

ଏହାର ତଦନ୍ତ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ଟିମ୍‌ ଉହାନ ଯାଇଥିଲା। ହେଲେ ସେଠାରେ ଲିକ୍‌ ସମ୍ପର୍କରେ କୌଣସି ପ୍ରମାଣ ପାଇ ନଥିଲା। ତଥାପି ଆମେରିକା ତା’ର ଗୁଇନ୍ଦା ସଂସ୍ଥାକୁ ୯୦ ଦିନ ମଧ୍ୟରେ କରୋନାର ଉତ୍ପତ୍ତିସ୍ଥଳ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛି।

Related story