ୟୁକ୍ରେନ୍‌ରେ ଆମେରିକୀୟ ସାମ୍ବାଦିକଙ୍କୁ ହତ୍ୟା

କିଭ୍‌: ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନ୍ୟୁଜ୍ ଏଜେନ୍ସୀ ଏଏଫ୍‌ପି ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରେନୌଡ୍‌। ତାଙ୍କୁ ୟୁକ୍ରେନ୍‌ର ଇରପିନ୍‌ରେ ଗୁଳି କରାଯାଇଥିଲା। କିଭ୍‌ ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରେଣ୍ଟଙ୍କ ସହିତ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଠାରେ ମଧ୍ୟ ଗୁଳି ବାଜିଥିଲା। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବ୍ରେଣ୍ଟ […]

Brent

Brent

Jitendra Garnayak
  • Published: Sunday, 13 March 2022
  • Updated: 13 March 2022, 08:07 PM IST

Sports

Latest News

କିଭ୍‌: ଯୁଦ୍ଧତ୍ରସ୍ତ ୟୁକ୍ରେନ୍‌ରେ ଜଣେ ଆମେରିକୀୟ ଫିଲ୍ମ ନିର୍ମାତା ତଥା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନ୍ୟୁଜ୍ ଏଜେନ୍ସୀ ଏଏଫ୍‌ପି ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତ ସାମ୍ବାଦିକଙ୍କ ନାଁ ବ୍ରେଣ୍ଟ ରେନୌଡ୍‌। ତାଙ୍କୁ ୟୁକ୍ରେନ୍‌ର ଇରପିନ୍‌ରେ ଗୁଳି କରାଯାଇଥିଲା। କିଭ୍‌ ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରେଣ୍ଟଙ୍କ ସହିତ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଠାରେ ମଧ୍ୟ ଗୁଳି ବାଜିଥିଲା। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବ୍ରେଣ୍ଟ ‘ଦି ନ୍ୟୁୟର୍କ ଟାଇମ୍ସ’ ପାଇଁ କାମ କରୁଥିଲେ। ତେବେ ସେ ୟୁକ୍ରେନ୍‌କୁ ‘ଦି ନ୍ୟୁୟର୍କ ଟାଇମ୍ସ’ ପାଇଁ ଖବର ସଂଗ୍ରହ କରିବାକୁ ଯାଇ ନଥିଲେ। ‘ଦି ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି।

‘ଦି ନ୍ୟୁୟର୍କ ଟାଇମ୍ସ’ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି, ବ୍ରେଣ୍ଟ ରେନୌଡ୍‌ଙ୍କ ମୃତ୍ୟୁରେ ଆମେ ଦୁଃଖିତ। ସେ ଜଣେ ଦକ୍ଷ ଫିଲ୍ମ ନିର୍ମାତା ଥିଲେ। ସେ ଆମ ପାଇଁ ଲେଖାଲେଖି ମଧ୍ୟ କରୁଥିଲେ। ବହୁ ବର୍ଷ ହେଲାଣି ସେ ଆମ ସହିତ ଜଡ଼ିତ ଥିଲେ। ତେବେ ବେଶ୍‌ କିଛି ବର୍ଷ ହେବ ସେ ଆଉ ଆମ ପାଇଁ ଲେଖାଲେଖି କରୁ ନଥିଲେ। ଆମେ ତାଙ୍କୁ କୌଣସି ଦାୟିତ୍ୱ ଦେଇ ୟୁକ୍ରେନ୍ ପଠାଇ ନଥିଲୁ। ପ୍ରାଥମିକ ରିପୋର୍ଟ ଆସିଥିଲା ଯେ ତାଙ୍କ ଠାରୁ ଆମ କଂପାନୀ ପ୍ରଦତ୍ତ ଆଇକାର୍ଡ ମିଳିଛି। ତେବେ ତାହା ତାଙ୍କୁ ଅନେକ ବର୍ଷ ତଳେ ଦିଆଯାଇଥିଲା କୌଣସି ଏକ ରିପୋର୍ଟ ସଂଗ୍ରହ କରିବାକୁ ଯାଇଥିବା ଅବସରରେ।

ୟୁକ୍ରେନ୍ ସଂସଦର ସଭ୍ୟ ଇନ୍ନା ସୋବସନ କହିଛନ୍ତି ଯେ ବ୍ରେଣ୍ଟଙ୍କୁ ନିଶ୍ଚିତ ଭାବେ ରୁଷ ସେନା ଗୁଳି କରି ହତ୍ୟା କରିଛି। ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ବ୍ରେଣ୍ଟଙ୍କ ଶରୀରରେ ଗୁଳି ବାଜିଲା, ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story