ଆମେରିକା ସେନା ବେସ୍‌ ଉପରେ ଘନଘନ ରକେଟ ମାଡ଼

କାବୁଲ: ଗୋଟିଏ ପଟେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ଇରାକର ଏନ୍‌ ଅଲ ଅସାଦ ଏୟାର ବେସ୍‌ ଉପରେ ଘନଘନ ରକେଟ୍‌ ମାଡ଼ ହୋଇଛି। ଏହି ଏୟାରବେସ୍‌ରେ ଆମେରିକା ସେନାର ଯବାନମାନେ ରହିଥାଆନ୍ତି। ସେମାନଙ୍କୁ ଟାର୍ଗେଟ କରି ୧୦ଟି ରକେଟ‌ ଦ୍ୱାରା ଆକାଶ ମାର୍ଗରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଆମେରିକା ଓ ଇରାକ ସେନାକୁ ମିଳିତ ଭାବେ ନେତୃତ୍ୱ ନେଉଥିବା କର୍ଣ୍ଣେଲ ୱାୟେନ ମାରୋଟ୍ଟୋ କହିଛନ୍ତି, ଇରାକ ସମୟ […]

America

America

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 06:24 PM IST

Sports

Latest News

କାବୁଲ: ଗୋଟିଏ ପଟେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଆଜି ଇରାକର ଏନ୍‌ ଅଲ ଅସାଦ ଏୟାର ବେସ୍‌ ଉପରେ ଘନଘନ ରକେଟ୍‌ ମାଡ଼ ହୋଇଛି। ଏହି ଏୟାରବେସ୍‌ରେ ଆମେରିକା ସେନାର ଯବାନମାନେ ରହିଥାଆନ୍ତି। ସେମାନଙ୍କୁ ଟାର୍ଗେଟ କରି ୧୦ଟି ରକେଟ‌ ଦ୍ୱାରା ଆକାଶ ମାର୍ଗରୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି।

ଆମେରିକା ଓ ଇରାକ ସେନାକୁ ମିଳିତ ଭାବେ ନେତୃତ୍ୱ ନେଉଥିବା କର୍ଣ୍ଣେଲ ୱାୟେନ ମାରୋଟ୍ଟୋ କହିଛନ୍ତି, ଇରାକ ସମୟ ଅନୁୟାୟୀ ସକାଳ ୭.୩୦ରେ ଏହି ଆକ୍ରମଣ କରାଯାଇଛି। ୧୦ଟି ରକେଟ୍‌ ଦ୍ୱାରା ଆକ୍ରମଣ ହୋଇଛି। କାହାକୁ ଟାର୍ଗେଟ କରି ଏଭଳି ଆକ୍ରମଣ କରାଯାଇଛି ଓ ଏହାଦ୍ୱାରା କ’ଣ କ୍ଷୟକ୍ଷତି ହୋଇଛି, ସେ ବିଷୟରେ ମାରୋଟ୍ଟୋ କିଛି ବି କହିନାହାନ୍ତି।

ଏହାପୂର୍ବରୁ ମଧ୍ୟ ଆମେରିକା ସେନାର ଏୟାରବେସ୍‌ ଉପରେ ରକେଟ ଦ୍ୱାରା ଆକ୍ରମଣ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇ ଦିନ ପରେ ପୋପ୍‌ ଫ୍ରାନ୍ସିସ୍‌ ଇରାକ ଗସ୍ତରେ ଆସିବାର ଅଛି। ସେ ୫ରୁ ୮ ତାରିଖ ଯାଏ ଇରାକ୍‌ରେ ରହିବେ। ଏହାପୂର୍ବରୁ ଆଜି ଆମେରିକାର ଏୟାରବେସ୍‌ ଉପରେ ରକେଟ ମାଡ଼ କରାଯାଇଛି। କୁହାଯାଉଛି ଯେ ବେସ୍‌ ଠାରୁ ୮ କିମି ଦୂର ୱେଷ୍ଟର୍ଣ୍ଣ ଅନବାର ପ୍ରୋଭେନ୍ସରୁ ହିଁ ଏହି ରେକଟ୍‌ ମାଡ଼ ହୋଇଛି।

ଫେବୃଆରୀ ୨୫ରେ ଆମେରିକା ସେନା ସିରିୟାରେ ଥିବା ଇରାନିଆନ ସମର୍ଥିତ ଇରାକୀ ଆର୍ମଡ ଫୋର୍ସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଜଣେ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଯବାନ ଆହତ ହୋଇଥିଲେ। ତେଣୁ ଏହାର ବଦଲା ନେବାକୁ ଆଜି ଆମେରିକା ସେନା ବେସ୍‌ ଉପରେ ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos