ମୁଲତାନ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ପାକିସ୍ତାନର ଗୋଟିଏ ଚଳନ୍ତା ଟ୍ରେନ ଭିତରେ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଛନ୍ତି ୩ ଜଣ ରେଳ କର୍ମଚାରୀ। ଟ୍ରେନଟି ମୁଲତାନରୁ କରାଚି ଯାଉଥିବା ବେଳେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।
ମେ’ ୨୭ ତାରିଖରେ ମହିଳା ଜଣଙ୍କ ବାହାଉଦ୍ଦିନ ଜକାରିଆ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଏହି ସମୟରେ ତାଙ୍କୁ ୩ ଜଣ ରେଳ କର୍ମଚାରୀ ଦୁଷ୍କର୍ମ କରିଥିଲେ। ଏନେଇ ପୀଡ଼ିତା ଜଣଙ୍କ ପୁଲିସ୍ରେ ଅଭିଯୋଗ କରିଛନ୍ତି। ଏହାକୁ ଆଧାର କରି ପୁଲିସ୍ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୁଲିସ୍ କହିଛି ଯେ ପାକିସ୍ତାନ ପେନାଲ କୋଡ ୩୭୭ ଓ ୩୪ ଅନୁଯାୟୀ ଏଫଆଇଆର ରୁଜୁ ହୋଇଛି। ମେଡିକାଲ ଟେଷ୍ଟ ପରେ ମହିଳା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିବା ସ୍ପଷ୍ଟ ହୋଇଛି। ମହିଳା ଜଣଙ୍କ ଇକୋନୋମି ବର୍ଗରେ ଯାତ୍ରା କରୁଥିଲେ। ଏହି ସମୟରେ ଟିକେଟ କଲେକ୍ଟର ତାଙ୍କ ପାଖକୁ ଆସି ଟ୍ରେନର ଥିବା ଏସି କମ୍ପାର୍ଟମେଣ୍ଟରେ ସିଟ୍ ଅଫର କରିଥିଲେ।
ଏଥିରେ ମହିଳା ଜଣଙ୍କ ରାଜି ମଧ୍ୟ ହୋଇ ଯାଇଥିଲେ। ଏହାପରେ ସେ ତାଙ୍କୁ ସାଥୀରେ ଧରି କମ୍ପାର୍ଟମେଣ୍ଟ ଭିତରକୁ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୨ ଜଣ ରେଳ କର୍ମଚାରୀ ରହିଥିଲେ। ୩ ଜଣ ଯାକ ମିଳିତ ଭାବେ ମହିଳାଙ୍କୁ ଦୀର୍ଘ ସମୟ ଧରି ଦୁଷ୍କର୍ମ କରିବାରେ ଲାଗିଥିଲେ। ମହିଳା ଜଣଙ୍କ ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧମକ ଚମକ ମଧ୍ୟ ଦେଇଥିଲେ।
ଘଟଣା ପରେ ମହିଳା ଜଣଙ୍କ ପ୍ରଥମେ ଏ ସମ୍ପର୍କରେ ରେଳବାଇ ପୁଲିସ୍କୁ ଜଣାଇଥିଲେ। ରେଳବାଇ ପୁଲିସ୍ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏସବୁ ଭିତରେ ପୁଲିସ୍ ମଧ୍ୟ ଏଫଆଇଆର ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
କରାଚିରେ ଥିମା ଜିନ୍ନା ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ କେନ୍ଦ୍ରର ଅତିରିକ୍ତ ପୁଲିସ୍ ସର୍ଜନ ସୁମାୟା ସୟଦ କହିଛନ୍ତି, “ପୀଡ଼ିତାଙ୍କ କପଡ଼ାକୁ ଜବତ କରାଯାଇଛି। ସେହିପରି ସେମେନ ସେରୋଲଜି ପାଇଁ ସ୍ୱାବ ସଂଗ୍ରହ କରାଯାଇଛି। ରୋହରି ଠାରେ ହିଁ ଏହି ଘଟଣା ଘଟିଥିଲା। ପ୍ରଥମଥର ପାଇଁ ପାକିସ୍ତାନ ରେଳବାଇ ଅଧୀନରେ ଏପରି ମାମଲା ସାମ୍ନାକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।