ରେଳ ଷ୍ଟେସନ ପାଖରେ ଫୁଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋମା

ମୁନିଚ: ଜମାର୍ନୀର ରାଜଧାନୀ ମୁନିଚ୍‌ର ମୁଖ୍ୟ ତଥା ଜନଗହଳୀ ପୂର୍ଣ୍ଣ ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ବ୍ରିଜ୍‌ରେ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏହି ବୋମାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋଲି ଜଣାପଡ଼ିଛି। ଏହା ମାଟି ତଳେ ପୋତି ହୋଇ ରହିଥିଲା। ଖୋଳାଖୋଳି କାମ ଚାଲିଥିଲା ବେଳେ ହିଁ […]

Blast

Blast

Hemant Lenka
  • Published: Thursday, 02 December 2021
  • Updated: 02 December 2021, 10:25 AM IST

Sports

Latest News

ମୁନିଚ: ଜମାର୍ନୀର ରାଜଧାନୀ ମୁନିଚ୍‌ର ମୁଖ୍ୟ ତଥା ଜନଗହଳୀ ପୂର୍ଣ୍ଣ ରେଳ ଷ୍ଟେସନରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଗୋଟିଏ ବ୍ରିଜ୍‌ରେ ନିର୍ମାଣ କାମ ଚାଲିଥିବା ବେଳେ ହଠାତ୍‌ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଏହି ବୋମାଟି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋଲି ଜଣାପଡ଼ିଛି। ଏହା ମାଟି ତଳେ ପୋତି ହୋଇ ରହିଥିଲା। ଖୋଳାଖୋଳି କାମ ଚାଲିଥିଲା ବେଳେ ହିଁ ଏପରି ଘଟଣା ଘଟିଛି।

ମୁନିଚ ଅଗ୍ନିଶମ ବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାକୁ ଇତି ମଧ୍ୟରେ ୭୦ରୁ ଅଧିକ ବର୍ଷ ହୋଇଗଲାଣି। ତଥାପି ଜର୍ମାନୀରୁ ପ୍ରତିବର୍ଷ ୨୦୦୦ ଟନ୍‌ରୁ ଅଧିକ ପରିମାଣର ଜୀବନ୍ତ ବୋମା ଓ ବିସ୍ଫୋରକ ଉଦ୍ଧାର କରାଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଆମେରିକା ଓ ବ୍ରିଟିଶ ଯୁଦ୍ଧ ବିମାନଗୁଡ଼ିକ ଜର୍ମାନୀ ଉପରେ ପ୍ରାୟ ୧.୫ ମିଲିୟନ ଟନର ବୋମା ମାଡ଼ କରିଥିଲେ।

ଏଥିରେ ୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ତେବେ ସେମାନେ ମାଡ଼ କରିଥିବା ପ୍ରାୟ ୧୫% ବୋମା ବିସ୍ଫୋରଣ ହୋଇଥିଲା। ଏଗୁଡ଼ିକ ୨୦ ଫୁଟ ତଳେ ପୋତି ହୋଇ ରହି ଯାଇଛି। ଏବେ ନିର୍ମାଣ କାମ ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋମା ଉଦ୍ଧାର ହେବାରେ ଲାଗିଛି।

ଏହିକ୍ରମରେ ମୁନିଚ୍‌ ରେଳ ଷ୍ଟେସନ ବ୍ରିଜ୍‌ରେ ନିର୍ମାଣ କାମ ଚାଲିଥିବା ବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଗୋଟିଏ ବୋମା ବିସ୍ଫୋଣ ହୋଇଛି। ଏଠାରେ ଗୋଟିଏ ଟନେଲ ତିଆରି କରିବା ପାଇଁ ଖୋଳା ଯାଉଥିଲା। କିନ୍ତୁ ହଠାତ୍‌ ବିସ୍ଫୋରଣ ହେବାରୁ ୪ ଜଣ ଆହତ ହୋଇଛନ୍ତି।

ପୁଲିସ୍‌ ପୂରା ଅଞ୍ଚଳକୁ କର୍ଡନ କରିଛି। ବିଶେଷଜ୍ଞ ଟିମ୍‌ ମଧ୍ୟ ବିସ୍ଫୋରଣ ସ୍ଥଳରୁ ଆସି ଆଖପାଖ ଅଞ୍ଚଳର ଯାଞ୍ଚ କରିଛି। ବିସ୍ଫୋରଣ ପରେ କିଛି ଘଣ୍ଟା ପାଇଁ ମୁଖ୍ୟ ରେଳ ଷ୍ଟେସନକୁ ଆସିବାକୁ ଥିବା ଓ ଏଠାରୁ ଅନ୍ୟତ୍ର ଯିବାକୁ ଥିବା ଟ୍ରେନ ଚଳାଚଳକୁ ବାତିଲ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos