ଫୁଲୁଛି ଯମୁନା: ଦିଲ୍ଲୀରେ ବନ୍ୟା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ହରିଆଣାର ହାଥନିକୁଣ୍ଡ ବ୍ୟାରେଜ୍‌ରୁ ବନ୍ୟାଜଳ ନିଷ୍କାସନ ହେଉଥିବା ସ୍ଥଳେ ଦିଲ୍ଲୀରେ ୩ ଦିନ ହେଲାଣି ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶେଷ ଖବର ସୁଦ୍ଧା ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ୨୦୫.୦୬ ମିଟର ଜଳ ପ୍ରଭାବିତ ହେଉଛି। ଯାହା ବିପଦସଙ୍କେତଠାରୁ ୦.୨୩ ମିଟର ଅଧିକ। ଏହାକୁ ଦୃଷ୍ଟିରେ ରଖି […]

article-2344090-1A63CCCA000005DC-161_964x482

Rakesh Mallick
  • Published: Saturday, 28 July 2018
  • , Updated: 28 July 2018, 05:58 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ହରିଆଣାର ହାଥନିକୁଣ୍ଡ ବ୍ୟାରେଜ୍‌ରୁ ବନ୍ୟାଜଳ ନିଷ୍କାସନ ହେଉଥିବା ସ୍ଥଳେ ଦିଲ୍ଲୀରେ ୩ ଦିନ ହେଲାଣି ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ଫଳରେ ଯମୁନା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶେଷ ଖବର ସୁଦ୍ଧା ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ୨୦୫.୦୬ ମିଟର ଜଳ ପ୍ରଭାବିତ ହେଉଛି। ଯାହା ବିପଦସଙ୍କେତଠାରୁ ୦.୨୩ ମିଟର ଅଧିକ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନଈକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ତଳିଆ ଅଞ୍ଚଳରେ ରହୁଥିବା ପାଖାପାଖି ୧୦୦ ଜଣ ଲୋକଙ୍କୁ ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ବିଭାଗ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଜଳସ୍ତର ବୃଦ୍ଧି ପାଇବ ବୋଲି ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ଦିଲ୍ଲୀବାସୀ ଯମୁନା ନଦୀର ଜଳ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ଏହା ଦିଲ୍ଲୀବାସୀଙ୍କ ପାଇଁ ଆଶଙ୍କାର କାରଣ ସାଜିଛି। ଅନ୍ୟପକ୍ଷରେ, ଲଗାଣ ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ୍‌ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି।

Related story