ୟେମେନ୍: ସୋମବାର ଆରବ ବାୟୁ ସେନା ପକ୍ଷରୁ ୟେମେନରେ ହୋଇଥିବା ଏୟାର ଷ୍ଟ୍ରାଇକରେ ୧୭୬ଜଣ ସାଧାରଣ ଜନତାଙ୍କ ସମେତ ବହୁ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ହଜାରରୁ ଅଧିକ ଗୁରୁତର ଆହତ ହୋଇଥିବା ସାଧାରଣ ଜନତା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସ୍ଥାନୀୟ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆରବ ପକ୍ଷରୁ ବିମାନ ଆକ୍ରମଣ ଜାରି ରହିଥିବାରୁ ଆହତଙ୍କ ଚିକିତ୍ସା ଲାଗି ଆବଶ୍ୟକ ଔଷଧ ଯୋଗାଣରେ ସମସ୍ୟା ହେଉଥିବା ଜଣାପଡିଛି ।
ଆରବ ବାୟୁସେନା ପକ୍ଷରୁ ଗତ ମାର୍ଚ୍ଚ୨୬ରୁ ଆରମ୍ଭ ହୋଇଥିବା ଅକ୍ରମଣରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ୟେମେନରେ ସକ୍ରିୟ ଥିବା ଏକ ସାମ୍ପ୍ରଦାୟିକ ଗୋଷ୍ଠୀକୁ ପରାହତ କରିବାକୁ ଆରବ ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଉଥିବା ଜଣାପଡିଛି।