ୟେସ ବ୍ୟାଙ୍କ ଦୁର୍ନୀତି: ରାଣା କପୁରଙ୍କ ଝିଅଙ୍କୁ ମିଳିଲା ଜାମିନ

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ ରୋଶନୀଙ୍କୁ ଆଜି ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୟେସ ବ୍ୟାଙ୍କ ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା। ଗତମାସରେ ରୋଶନୀ କପୁରଙ୍କୁ କୋର୍ଟ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ କରିଥିଲେ। ଆଜି ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି। ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ସିବିଆଇ ତା’ ଚାର୍ଜଶିଟ୍‌ରେ ୮ ଜଣଙ୍କୁ ଅଭିଯୁକ୍ତ […]

ua

Hemant Lenka
  • Published: Thursday, 12 November 2020
  • , Updated: 12 November 2020, 05:55 PM IST

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ଝିଅ ରୋଶନୀଙ୍କୁ ଆଜି ମୁମ୍ବାଇର ଏକ ମାଜିଷ୍ଟ୍ରେଟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ୟେସ ବ୍ୟାଙ୍କ ଦୁର୍ନୀତି ମାମଲାରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଥିଲା। ଗତମାସରେ ରୋଶନୀ କପୁରଙ୍କୁ କୋର୍ଟ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନ କରିଥିଲେ।

ଆଜି ସେ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜାମିନ ମିଳିଛି। ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ସିବିଆଇ ତା’ ଚାର୍ଜଶିଟ୍‌ରେ ୮ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଏହା ମଧ୍ୟରେ ରୋଶନୀ ମଧ୍ୟ ରହିଥିଲେ। ଜୁନ୍‌ ମାସରେ ପ୍ରୋଭିଜନ ଅଫ ପ୍ରିଭେନସନ ଅଫ କର୍ପସନ(ପିସି) ଆକ୍ଟ ଓ ଆଇପିସି ଜରିଆରେ ରାଣା କପୁର ଓ ଅନ୍ୟମାନଙ୍କ ନାଁରେ ଚାର୍ଜଶିଟ କରିଥିଲା। ତେବେ ପିସି ଆଇନ ଅନୁଯାୟୀ, ସିବିଆଇ ଲଗାଇଥିବା ଅଭିଯୋଗକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଗ୍ରହଣ କରି ନଥିଲେ।

ଗତ ମାସରେ ମାଜିଷ୍ଟ୍ରେଟ କୋର୍ଟ ସିବିଆଇ ଚାର୍ଜଶିଟ୍‌କୁ ଗ୍ରହଣ କରିଥିଲେ ଓ ଗିରଫ ହୋଇ ନଥିବା ସମସ୍ତ ସଦସ୍ୟଙ୍କୁ ହାଜର ହେବାକୁ ସମନ କରିଥିଲେ। ଏମାନଙ୍କ ମଧ୍ୟରେ ରୋଶନୀ ମଧ୍ୟ ରହିଥିଲେ। ରୋଶନୀ ହାଜର ହେବା ସହ ଜାମିନ ପାଇଁ ଆବେଦନ କରିଥିଲେ। ୨୦୧୮ ମସିହାରେ ୟେସ ବ୍ୟାଙ୍କରେ ୩, ୭୦୦ କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାଣା କପୁର ଗିରଫ ମଧ୍ୟ ହୋଇଛନ୍ତି।

Related story